ସୁବର୍ଣ୍ଣପୁର

ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ପଚି ନଷ୍ଟ ହୋଇଛି। ଜମିରେ ବାଲି ମାଡି ଯାଇଛି। ବହୁ ଲୋକ ବାସସ୍ଥାନ…

ସୁବର୍ଣ୍ଣପୁରରେ ସ୍ବାଧୀନତା ଦିବସ

ସୋନପୁର,୧୫।୮(ନିି.ପ୍ର.): ସୁବର୍ଣ୍ଣପୁର ଷ୍ଟାଡିୟମରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ମନୀଷା ବାନାର୍ଜୀ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ୪୩ଟି ଦଳ ପରେଡରେ ଭାଗ ନେଇଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର…

ପାଏନ୍‌ ଘେରରେ ଗୌଡ଼ଗାଁ ଅଙ୍ଗନଓ୍ବାଡି କେନ୍ଦ୍ର

ଉଲୁଣ୍ଡା,୧୪ା ୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକରେ ଦିନାକେତେ ହେଲା ଲଘୁଚାପ ପରଭାବରେ ବରଷା ଲାଗି ରହିଛେ। ଲଗାତାର ବରଷା ଲାଗି ଗୌଡ଼ଗଁା ୧ ନମ୍ବର ଅଙ୍ଗନଓ୍ବାଡି କେନ୍ଦ୍ରର ଚାର୍‌ହିକୁତି ପାଖାପାଖି ୨ ଫୁଟ୍‌ ପାଏନ୍‌ ଜମିଥିବାର ମଙ୍ଗଲବାର ଦେଖ୍‌ବାକେ ମିଲିଛେ।…

ଘର ଭାଂଗିଦେଲା ଜଂଗଲି ହାତୀ:ଅଲପ୍‌କେ ବରତିଲେ ପରିବାର ଲୋକ୍‌

ଉଲୁଣ୍ଡା, ୧୪ା୮ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପଁଚେତ୍‌ ଖଜୁରିଆପାଲି ଗଁାରେ ଜଂଗଲି ହାତୀକର ଉତ୍‌ପାତ ଦେଖ୍‌ବାକେ ମିଲିଛେ। ସୋମବାର ଅଧ୍‌ରାତିରେ ଇ ଗଁାର କିଶୋର ଗଡୁଆକଁର ଘର ଭାଂଗିଦେବାର ସଂଗେ ଜିନିଷପାତି ଭଂଗାରୁଜା କରିଥିବାର ଜନାଯାଇଛେ। କିଶୋରକଁର…

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ ବ୍ୟାହତ ହୋଇଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଉପରମୁଣ୍ଡରେ…

ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ଅମରପାଲି, ୧୦।୮ (ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମରେ କିଛିଦିନ ତଳେ ହାତୀପଲ ଧାନ ପହ୍ଲା ନଷ୍ଟ କରିଥିଲେ। ଶୁକ୍ରବାର ରାତିରେ ପୁଣିଥରେ ହାତୀପଲ ସୀମାନ୍ତ ବହଲପଦର ଗାଁ ସମୀପ ଖେତରେ ବ୍ୟାପକ ଧାନ ଫସଲ…

ପକ୍ଷାଘାତରେ ପୀଡ଼ିତ:ଭତା, ଆବାସ ଯୋଜନାରୁ ବଁଚିତ ବିପିନ

  ସୋନପୁର,୧୦ା୮(ନି.ପ୍ର): ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ରେଙ୍ଗାଲି ପଁଚେତ୍‌ ଅଧୀନ ବିଶାଲପାଲି ଗଁାର ବିପିନ ମହାକୁର(୪୬)। ୨ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ସେ ଭିନ୍ନକ୍ଷମ ପାଲଟି ଯାଇଛନ୍‌। ତାକର ୨ ହାତ୍‌ଗୋଡ଼ କାମ୍‌ ନାଇଁ…

ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ…

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରମାଣପତ୍ର ସୁବର୍ଣ୍ଣପୁର ଏସ୍‌ପି…

ଜମିବାଡ଼ି ବିବାଦ: ମହିଳାଙ୍କ ତଣ୍ଟିକାଟି ହତ୍ୟା; ସ୍ବାମୀ, ପୁଅ ଗୁରୁତର

ସୋନପୁର,୫ା୮(ନି.ପ୍ର.): ଜମିବାଡି ବିବାଦକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲା ବିନିକା ଥାନା ଘୋଡାଧାର ଗ୍ରାମରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ହରିଜନବସ୍ତିର ପାଞ୍ଚେଶ୍ୱରୀ ଲୁହା(୫୦)ଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ଆକ୍ରମଣରେ ପାଞ୍ଚେଶ୍ୱରୀଙ୍କ ସ୍ବାମୀ କଣ୍ଟିଆ ଲୁହା(୫୫) ଓ ପୁଅ ବାଲେଶ୍ୱର…

ପଟ୍ଟା ମିଳିଛି, ଜମି ଚିହ୍ନଟ ହେଉନି

ଅମରପାଲି, ୫।୮(ଡି.ଏନ.ଏ) ସରକାର ଭୁମିହୀନମାନଙ୍କୁ ଘରଡିହ ଯୋଗାଇ ଦେଇଛନ୍ତି। ଏପରିକି ଉକ୍ତ ପରିବାରମାନଙ୍କୁ ପଟ୍ଟା ବି ମିଳି ସାରିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଦିଆଯାଇଥିବା ପଟ୍ଟା ଜମି ଚିହ୍ନଟକରଣ କରାଯାଉ ନାହିଁ। ଫଳରେ ଉକ୍ତ ଭୂମିହୀନ ପରିବାର ବିଭିନ୍ନ…

ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହର ଯୋରରେ। ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀଛାତ୍ର ପ୍ରତ୍ୟହ ଯୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?