ନିୟମକୁ ଫୁ
ସରକାରୀ ହେଉ ବା ବେସରକାରୀ ସ୍କୁଲ, ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍ର ପସରା। ଛାତ୍ରୀଛାତ୍ରଙ୍କୁ ଜଙ୍କଫୁଡ୍ ଖାଇବାକୁ ଦିଆଯିବା ଦ୍ୱାରା ଭବିଷ୍ୟତରେ ସେମାନେ ମଧୁମେହ, ଉଚ୍ଚ ରକ୍ତଚାପ, ଡାଇସ୍ଲିପିଡେମିଆ ପରି ରୋଗରେ…
ନଷ୍ଟ ହେଉଛି ହେଲିପ୍ୟାଡ୍, ଗଦା ହେଉଛି ଚିପ୍ସ, ବାଲି
ସୋନପୁର,୧୪।୧୧(ନି.ପ୍ର.) – ସୁବର୍ଣ୍ଣପୁର ସହରର ରାମେଶ୍ୱର ନିକଟରେ ନିର୍ମିତ ହୋଇଥିବା ୩ଟି ହେଲିପ୍ୟାଡ୍ ଏବେ ନଷ୍ଟ ହେବାକୁ ବସିଛି । ହେଲିପ୍ୟାଡ୍ରେ ଚିପ୍ସ ଓ ବାଲି ଗଛିତ କରି ରଖାଯାଉଛି । ଚିପ୍ସ ବୋଝେଇ ଟିପର ଯିବା ଆସିବା ଫଳରେ ଏହା…
ଅଜଣା ଜନ୍ତୁ ଆକ୍ରମଣରେ ୨୫ମେଣ୍ଢା ମୃତ
ଅମରପାଲି, ୧୩।୧୧ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମରେ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୮ ମେଣ୍ଢା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସୂଚନାମତେ କୁମୁରସିଂହା…
ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଭି-କିଶୋର ଯୋଡି ପ୍ରଥମ
ସୋନପୁର,୧୩।୧୧(ନି.ପ୍ର.)-କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋନପୁର ସହର ନିକଟସ୍ଥ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୮ଟି ଦଳ ଭାଗ ନେଇଥିଲେ। ଗୋଟିଏ ଡଙ୍ଗାରେ ଦୁଇଜଣ ଲେଖାଏ ପ୍ରତିଯୋଗୀ ରହିଥିଲେ। ଭାଗବତ ପାଠାଗାର ତେନ୍ତୁଳିଘାଟ…
ତ୍ରିବେଣୀ ସଙ୍ଗମ ଆରତୀରେ ସ୍ବଚ୍ଛତାର ବାର୍ତ୍ତା
ସୋନପୁର,୧୩।୧୧(ନି.ପ୍ର.)-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁରର ପ୍ରାଚୀନ ଶୈବପୀଠ ରାମେଶ୍ୱର ତ୍ରିବେଣୀ ସଙ୍ଗମ ତଥା ସ୍ବର୍ଣ୍ଣ ପ୍ରୟାଗଠାରେ ୬ଷ୍ଠ ବର୍ଷ ତ୍ରିବେଣୀ ସଙ୍ଗମ ଆରତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏକ…
ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି
ସୋନପୁର,୧୨।୧୧(ନି.ପ୍ର.) କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି ଓ କୁକୁଡା ଆଦି ପାଳନ କରି ଏବଂ ସେଗୁଡିକୁ ଆବଶ୍ୟକ ସ୍ଥଳେ ବିକ୍ରି କରି…
ମାନସିକ ଶାନ୍ତି ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ
ସୋନପୁର, ୧୦।୧୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସମିତି ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ ସଭାଗୃହରେ ଉପସଭାପତି ଆଇନଜୀବୀ ଚନ୍ଦ୍ରମଣି ଦାଶଙ୍କ ପୌରୋହିତ୍ୟରେ ଏକ ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍ଟ ଅଫ ଲିଭିଂର ଶିକ୍ଷକ ହିମାଂଶୁ କୁମାର ପଣ୍ଡା…
ସଚ୍ଚୋଟତା ଉତ୍ତର ଜୀବନର ଆଧାର
ସୋନପୁର, ୩।୧୧(ନି.ପ୍ର.) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର କଲେଜ ପରିସରରେ ସଚ୍ଚୋଟତା ଜୀବନର ଏକ ଶୈଳୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଜିଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବକେନ୍ଦ୍ର ସୁବର୍ଣ୍ଣପୁର ପକ୍ଷରୁ ଏହି…
ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ
ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହା ଗତବର୍ଷର ଲକ୍ଷ୍ୟ ହାସଲଠାରୁ ୨,୭୫୮ହେକ୍ଟର ଅଧିକ। ଗୁରୁବାର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ…
ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ
ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ ସମ୍ମିଳନୀ କକ୍ଷରେ ସଚ୍ଚୋଟତା-ଏକ ଜୀବନ ଶୈଳୀ ଶୀର୍ଷକ ଆଲୋଚନାଚକ୍ରରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ…
ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ
ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆମ୍ବେଡକର ଛକରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର…
ସଙ୍କୁଚିତ ହେବ ରୟାଲ ପଡିଆ
ସୋନପୁର,୨୫।୧୦(ନି.ପ୍ର.)-ସୁବର୍ଣ୍ଣପୁର ସହରର ବ୍ଲକ ଛକ ସ୍ଥିତ ଆଠ ଏକର ପରିମିତ ଅଞ୍ଚଳରେ ରହିଛି ରୟାଲ ପଡିଆ। ଏହି ସମତଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭାଠାରୁ ଆରମ୍ଭ କରି, ବିଭିନ୍ନ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୁଟବଲ ଓ କ୍ରିକେଟ୍ ଟୁର୍ନାମେଣ୍ଟ ମାନ ବର୍ଷ…

