ରାୟଗଡା

ତପ୍ତପାଣି ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ମଧ୍ୟରେ ରାୟଗଡ଼ାର ୩

ରାୟଗଡ଼ା ଅଫିସ,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୩ ଜଣ ରାୟଗଡ଼ା ଜିଲାର ହୋଇଥିବା ବେଳେ ଜଣେ…

ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଯବାନ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ାର ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଉପରେ ଥିବା ଢାମୁଣିପଙ୍ଗା ଗ୍ରାମ ନିକଟରେ ରବିବାର ରାତିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ। ଏଥିରୁ ଅଳ୍ପକେ ସମସ୍ତ ଯବାନ ବର୍ତ୍ତି ଯାଇଛନ୍ତି। ମାଓବାଦୀଙ୍କ ଗତିବିଧିର ଖବର ପାଇ ରବିବାର…

ମଦ ନିଶାରେ ନିଜ ଶରୀରରେ ଭୁସିଦେଲେ ବୋତଲ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ାର ମଝିଘରିଆଣି ମନ୍ଦିର ନିକଟରେ ଥିବା ବଙ୍ଗାଳିସାହିରେ ମହେଶ୍ୱର କଲାକା ମଦନିଶାରେ ସୋମବାର ନିଜଦେହରେ ମଦ ବୋତଲ ଭୁସି ଦେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ଘରୁ ଟାଉନ୍‌ ପୋଲିସ ଷ୍ଟେଶନକୁ ଦୌଡ଼ି ଯାଇ ନିଜେ ପୋଲିସଙ୍କୁ କହିଥିଲେ। ଏହା ପରେ…

ରାୟଗଡ଼ାରେ ତ୍ରିରଙ୍ଗା ଉଡ଼ାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୬।୧: ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ…

ଗ୍ରାମବାସୀଙ୍କ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ରାୟଗଡ଼ା ଅଫିସ, ୨୬।୧ – ପିଲାମାନଙ୍କୁ ପ୍ରାକ୍‌ ସ୍କୁଲ ଶୈକ୍ଷିକ ବାତାବରଣ ଦେବାକୁ କେନ୍ଦ୍ର ସରକାର ଅଙ୍ଗନଓ୍ବାଡି କେନ୍ଦ୍ରର ପରିକଳ୍ପନା କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଉଛି। ସରକାରଙ୍କ…

ଭାଇଚାରା ସୃଷ୍ଟି କରେ ଝୋଡ଼ିଆ ପରଜାଙ୍କ ପୁଷ୍‌ ପରବ

ଟିକିରି,୨୪ ।୧(ଡି.ଏନ୍‌.ଏ.) ରାୟଗଡା ଜିଲା କାଶୀପୁର ବ୍ଲକ ଝୋଡ଼ିଆ ପରଜାଙ୍କ ନିଆରା ପରବ ପୁଷ୍‌ ପରବ ଶେଷ ହୋଇଛି। ଏହା ସେମାନେ ପରମ୍ପରା ଅନୁଯାୟୀ ବିଶ୍ୱାସର ସହ ପାଳନ କରିଥାନ୍ତି। ଏହି କାଶୀପୁର ବ୍ଲକର ସମସ୍ତ ଝୋଡ଼ିଆ ପରଜା ଗ୍ରାମ ଉତସବ…

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ରାୟଗଡ଼ା ଅଫିସ,୨୩।୧: ରାୟଗଡ଼ା ଥେରୁବାଲି ଝୁପୁଡ଼ି ସାହିର ପରଦେଶୀ ନନ୍ଦଙ୍କ ସ୍ତ୍ରୀ ଲଳିତା ଲଳିତା ଗୁରୁବାର ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଇପ ଅଲଗା ହୋଇଯାଇଥିଲା। ସେଥିରୁ ନିଆଁ ବାହାରି ଲଳିତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡ଼ିଯାଇଛି। ପରିବାର…

ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ ରାତି ୯ଟା ୧୫ରେ…

ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ,୨୨।୧: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ଏକ ଦାବିପତ୍ର ବୁଧବାର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସହରର କସ୍ତୁରୀ ନଗରସ୍ଥିତ ନାଗାବଳି ଶ୍ମଶାନ ଘାଟର ଉନ୍ନତୀକରଣ ପାଇଁ ରାୟଗଡ଼ା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସଚିଦା ନନ୍ଦଙ୍କୁ…

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର…

ବିଭିନ୍ନ ଦାବି ନେଇ ଏଲଆଇସିର ଏଜେଣ୍ଟଙ୍କ ଧାରଣା

ରାୟଗଡ଼ା ଅଫିସ,୨୧।୧: ରାୟଗଡ଼ାର କସ୍ତୁରୀନଗରଠାରେ ଥିବା ଏଲଆଇସିର ମୁଖ୍ୟଶାଖାରେ ଏଲଆଇସିର ଏଜେଣ୍ଟଙ୍କ ପକ୍ଷରୁ ଲାଇଫ ଇନସ୍ୟୁରାନ୍ସ ଅଫ ଫେଡ଼େରେଶନ ଅଫ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଏଲଆଇସିର ଏଜେଣ୍ଟମାନେ ରାୟଗଡ଼ା ଶାଖା ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଛନ୍ତି। ଏଥିରେ…

ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା। ସହରରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri