ପୁରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ରବିଶଙ୍କର

ପୁରୀ ଅଫିସ,୭ା୩: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ରବିଶଙ୍କର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ…

ବୈଠକ ବେଳେ ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମଗିରି,୭ା୩(ଡି.ଏନ୍‌.ଏ.): ବ୍ରହ୍ମଗିରି ଅତିରିକ୍ତ ତହସିଲଦାରଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଶୁକ୍ରବାର ଏକ ବୈଠକ ଚାଲୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତହସିଲଦାର କିଶୋର କୁମାର ପଣ୍ଡାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତହସିଲଦାର ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରହ୍ମଗିରି ଥାନା ପୋଲିସ ତଦନ୍ତ ଚଳାଇଛି।…

ହନ୍ତୁକ ପଞ୍ଚାୟତ ଅଫିସରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ, ୬।୩: ପୁରୀ ସଦର ବ୍ଲକ ହନ୍ତୁକ ପଞ୍ଜାୟତ ଅଫିସରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୂର୍ବରୁ ବିଭିନ୍ନ ଯୋଜନାରେ ଆସିଥିବା ୧୩ ଲକ୍ଷ ୭୪ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏହି…

ଅସ୍ତରଙ୍ଗ ବେଳାଭୂମିରେ ଲାଗିଛି ୪୮ ଫୁଟ ତିମିର ମୃତଦେହ, ଦେଖିବାକୁ ଲୋକଙ୍କ ଭିଡ

ଅସ୍ତରଙ୍ଗ,୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବେଳାଭୂମି ଗୁଣ୍ଡଳବା ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌, ପ୍ରାଣୀ ଓ ମତ୍ସ୍ୟ ବିଭାଗ ଟିମ୍‌ ପହଞ୍ଚି ମୃତ ତିମି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛନ୍ତି।…

ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବା ନିଷ୍ପତ୍ତି ଭୁଲ୍‌ ଥିଲା: ମହେଶ୍ୱର

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରଖିବା ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏଭଳି ନିଷ୍ପତ୍ତି ଭୁଲ୍‌ ଥିଲା। ଅଧିକ ସୁଧ ଲୋଭରେ ତତ୍‌କାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି।…

ବିଗୁଡ଼ୁଛି ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି: ସଙ୍କଟରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା; ଉଦ୍‌ବେଗ ପ୍ରକାଶ କଲେ ବୁଦ୍ଧିଜୀବୀ

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଛି। ଏହି ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମାପାଣ୍ଠି ରହିଥିବାରୁ ଏହି ଟଙ୍କାର ଭାଗ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିଚାଳନା କମିଟି ବିନା ଅନୁମୋଦନରେ କିଭଳି ଏତେ…

କରୋନାକୁ ନେଇ ଗୁଜବ: ୭ ତୁଳସୀପତ୍ର ଖାଇବାକୁ ପ୍ରଚାର

ପୁରୀ ଅଫିସ,୬।୩: କରୋନାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରକାର ଗୁଜବ। ଏହି ପ୍ରାଣଘାତୀ ଭାଇରସ୍‌ କବଳରୁ କିପରି ରକ୍ଷା ପାଇହେବ ସେଥିଲାଗି ସୋସିଆଲ ମିଡିଆରେ ନାନା ପ୍ରକାର ପୋଷ୍ଟ କରାଯାଉଛି। ତେବେ ଗୁରୁବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏକ ଗୁଜବ ପ୍ରଚାରିତ…

ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଗୁଳିକାଣ୍ଡ ଘଟଣା: ବିଜେଡି କାଉନ୍‌ସିଲରଙ୍କ ସହ ୩ ଗିରଫ

ପୁରୀ ଅଫିସ,୫।୩: ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଓରଫ ପାରା ଗୁଳିକାଣ୍ଡ ଘଟଣାରେ କୁମ୍ଭାରପଡ଼ା ପୋଲିସ ବୁଧବାର ପୂର୍ବତନ କାଉନସିଲରଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିବା ନେଇ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବିଜେଡିର ପୂର୍ବତନ…

କରୋନା ମୁକାବିଲା ଚିନ୍ତା: ପୁରୀ ଜିଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଦେଶୀ ପର୍ଯ୍ୟଟକ ଆସିଲେ ଜଣାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୫।୩: କରୋନାକୁ ନେଇ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ଏକ ଗୁରୁତ୍ୱତ୍ପୂର୍ଣ୍ଣ ବୈଠକ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। କୌଣସି ସ୍ଥାନରେ ଏକତ୍ରିତ ନ ହେବା,…

ଚିଲିକା ମଝିରେ ଅଟକିଲା ଡଙ୍ଗା: ୩୦ ପରୀକ୍ଷାର୍ଥୀ ୧ ଘଣ୍ଟା ଜଳବନ୍ଦୀ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାଉଥିବା ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ଚିଲିକା ମଝିରେ ଅଟକି ଯାଇଥିଲା। ସେଥିରେ ଯାଉଥିବା ୩୦ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ସମେତ ପ୍ରାୟ ୭୦ ଯାତ୍ରୀ ୧…

ତାଗିଦ ସତ୍ତ୍ୱେ ମାନୁନି ଇସ୍କନ: ମଥୁରାରେ ଅଦିନିଆ ରଥଯାତ୍ରା ନେଇ ଚର୍ଚ୍ଚା

ପୁରୀ ଅଫିସ,୫।୩: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନାହିଁ ଇସ୍କନ। ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା କରି ବିବାଦୀୟ ହୋଇପଡିଥିବା ଇସ୍କନ ଏବେ ନାମ ପରିବର୍ତ୍ତନ କରି ଅଦିନିଆ ରଥଯାତ୍ରା କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ତେବେ ସୋସିଆଲ…

ମାଙ୍କଡ଼ ଛଡ଼ାଇନେଲା ଆଡ୍‌ମିଟ୍‌ କାର୍ଡ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଳା ଓ ବିଜ୍ଞାନ ମହାବିଦ୍ୟାଳୟକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କୁ ମାଙ୍କଡ଼ ଆକ୍ରମଣ କରିବା ସହ ତାଙ୍କ ଆଡମିଟ୍‌ କାର୍ଡ ଛଡାଇ ନେଇଛି। ମାଙ୍କଡ ଆକ୍ରମଣରେ ସେ ଗୁରୁତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri