କରୋନାକୁ ନେଇ ଗୁଜବ: ୭ ତୁଳସୀପତ୍ର ଖାଇବାକୁ ପ୍ରଚାର

ପୁରୀ ଅଫିସ,୬।୩: କରୋନାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରକାର ଗୁଜବ। ଏହି ପ୍ରାଣଘାତୀ ଭାଇରସ୍‌ କବଳରୁ କିପରି ରକ୍ଷା ପାଇହେବ ସେଥିଲାଗି ସୋସିଆଲ ମିଡିଆରେ ନାନା ପ୍ରକାର ପୋଷ୍ଟ କରାଯାଉଛି। ତେବେ ଗୁରୁବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏକ ଗୁଜବ ପ୍ରଚାରିତ ହୋଇଛି। ଶ୍ରୀମନ୍ଦିର ବଡପଣ୍ଡାଙ୍କୁ ଜଗନ୍ନାଥ ମହାପ୍ରଭୁ ସ୍ବପ୍ନାଦେଶ ଦେଇଛନ୍ତି। ଗୁରୁବାର ରାତି ୯ଟା ମଧ୍ୟରେ ୭ଟି ତୁଳସୀପତ୍ର ଖାଇଦେଲେ କରୋନା ଦ୍ୱାରା ସଂକ୍ରମିତ ହେବାର ଭୟ ରହିବ ନାହିଁ ବୋଲି ଏହି ଗୁଜବ ଏବେ ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଉଛି। ଏପରି କି ମୋବାଇଲ ମାଧ୍ୟମରେ ଜିଲାକୁ ଜିଲା ଡେଉଁଛି। ଏହାକୁ ନେଇ ଏକ ଟିକ୍‌ଟକ୍‌ ମଧ୍ୟ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଜଗତ୍‌ସିଂହପୁର, କଟକ, ପୁରୀ ପ୍ରଭୃତି ଉପକୂଳବର୍ତ୍ତୀ ଜିଲାରେ ଏଭଳି ଗୁଜବକୁ ବି ଅନେକ ବିଶ୍ୱାସ କରି ରାତିରେ ତୁଳସୀପତ୍ର ଖାଇଥିବା ଜଣାପଡ଼ିଛି।
ତେବେ ଶ୍ରୀମନ୍ଦିର ବଡପଣ୍ଡାଙ୍କୁ ଶ୍ରୀଜଗନ୍ନାଥ ସ୍ବପ୍ନାଦେଶ କରିବା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଗୁଜବ। ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ। ଗୁଜବ ସବୁବେଳେ ଗୁଜବରେ ହିଁ ଶେଷ ହୋଇଥାଏ। କରୋନା ଭାଇରସ୍‌ ପ୍ରତି ସମସ୍ତେ ସତର୍କ ରହିବା ଉଚିତ। ଡାକ୍ତରଙ୍କ ପରାମର୍ଶକୁ ସମସ୍ତେ ମାନି ଚଳନ୍ତୁ। ସରକାରଙ୍କ ପକ୍ଷରୁ ଯେଉଁ ଆଡଭାଇଜରି ଜାରି କରାଯାଇଛି ତାହାକୁ ଅନୁସରଣ କରିବା ଉଚିତ ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri