ରାମାୟଣ ଦେଖି ଖୁସି ହେଲେ ବରିଷ୍ଠ ନାଗରିକ
ପୁରୀ ଅଫିସ,୨୯ା୩: ପରଦାକୁ ଫେରିଲା ପୌରାଣିକ ଧାରାବାହିକ ରାମାୟଣ। ଅଶୀ ଦଶକର ଏହି ଲୋକପ୍ରିୟ ଧାରାବାହିକ ଶନିବାରଠାରୁ ପୁଣି ପ୍ରସାରଣ ଆରମ୍ଭ ହୋଇଛି। ବର୍ତ୍ତମାନ କରୋନାକୁ ନେଇ ଦେଶରେ ଲକ୍ଡାଉନ ଘୋଷଣା ହୋଇଥିବାବେଳେ ଦର୍ଶକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା…
୧୦ଦିନରେ ବିଦେଶ, ରାଜ୍ୟ ବାହାରୁ ୭୮୩ ଫେରନ୍ତା
ନିମାପଡା,୨୮ା୩(ଡି.ଏନ୍.ଏ.)- ମହାମାରୀ କରୋନା ସଂକ୍ରମଣ ଭୟରେ ଗତ ୧୭ରୁ ୨୭ତାରିଖ ମଧ୍ୟରେ ବିଦେଶ ତଥା ରାଜ୍ୟ ବାହାରୁ ମୋଟ ୭୮୩ଜଣ ନିମାପଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଫେରିଛନ୍ତି। ସେଥିମଧ୍ୟରୁ ୧୮ଜଣ ବ୍ୟକ୍ତି ବିଦେଶୀରୁ ଫେରିଥିବାବେଳେ ୭୬୫ଜଣ ବ୍ୟକ୍ତି ଆନ୍ଧ୍ର ପ୍ରଦେଶ, ହରିଆଣା,…
ପିପିଲିରେ ଚାଲିଲା ଅସ୍ଥାୟୀ ହାଟ
ପିପିଲି,୨୮ା୩(ସ୍ବ.ପ୍ର./ ଡି.ଏନ୍.ଏ.) ପିପିଲି ହାଟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଏହାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କିନ୍ତୁ ଶୁକ୍ରବାରଠାରୁ ସ୍ଥାନୀୟ ଇନ୍ଦିରା ମୈଦାନ (ପଦାପଡିଆ)ଠାରେ ଅସ୍ଥାୟୀ ଭାବେ ପିପିଲି ସାପ୍ତାହିକ ହାଟ ଖୋଲିଛି। ତେବେ ସପ୍ତାହର ସୋମବାର ଓ…
ଗାଁ ଗାଁ ବୁଲି ମାସ୍କ ବାଣ୍ଟିଲେ, ସଚେତନ କଲେ ସରପଞ୍ଚ
ପିପିଲି,୨୮ା୩(ସ୍ବ.ପ୍ର.)- କରୋନାକୁ ମୁକାବିଲା କରିବାକୁ ହେଲେ ସମସ୍ତେ ନିଜ ଘରେ ରହନ୍ତୁ। ଆବଶ୍ୟକତା ନ ଥିଲେ ପଦାକୁ ବାହାରନ୍ତୁ ନାହିଁ। ବର୍ତ୍ତମାନ କରୋନା ଭୂତାଣୁ ସଙ୍ଗିନ୍ ହେବାକୁ ଯାଉଥିବାବେଳେ ଆମେ ସତର୍କ ରହିବା ଉଚିତ। ଆମ ଅଞ୍ଚଳ ସୁରକ୍ଷିତ ରହିବା ପାଇଁ…
ସାକ୍ଷୀଗୋପାଳ ଡାକ୍ତରଖାନାରୁ ବିଶୋଧନ ଆରମ୍ଭ
ସାକ୍ଷୀଗୋପାଳ,୨୮ା୩(ଡି.ଏନ୍.ଏ.)- କରୋନା ସତର୍କତା ପାଇଁ ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ ଶୁକ୍ରବାର ବିଶୋଧନ କାମ ଆରମ୍ଭ ହୋଇଛି। ସଂକ୍ରମଣ ରୋକିବା ସହିତ ଡାକ୍ତରଖାନା ପରିସର ସ୍ବଚ୍ଛତା ନିମନ୍ତେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ,…
ତୀର୍ଥ ପୁଷ୍କରଣୀରେ ବୁଡ଼ି ବାଳକଙ୍କ ଜୀବନ ଗଲା
କୋଣାର୍କ,୨୮ା୩(ଡି.ଏନ୍.ଏ.)- କୋଣାର୍କ ଥାନା ଅଧୀନସ୍ଥ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୧୦ବର୍ଷର ବାଳକ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁ କରିିଛି। ସୂଚନାଯୋଗ୍ୟ, ଚନ୍ଦ୍ରଭାଗା ତେଲୁଗୁ ବସ୍ତି ନୂଆ ସାହିର ପି.କେ କାଶି ରାଓଙ୍କ ପୁଅ ପି.କେ କିରନ ନିଜ…
ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼
ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ ଏମାନେ ଡିଅଁ। ମାରୁଥାନ୍ତି। କେତେବେଳେ ଭକ୍ତଙ୍କ ହାତରୁ ଭୋଗ ପୁଡ଼ିଆ ଝାମ୍ପି ନିଅନ୍ତି ତ…
କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା
ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ବିବାହ, ଉତ୍ସବ…
ବେଙ୍ଗାଲୁରୁରେ ଫସିଛନ୍ତି ୩୫ ଶ୍ରମିକ: ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ
କୃଷ୍ଣପ୍ରସାଦ, ୨୮ା୩(ନି.ପ୍ର.): କରୋନା ପାଇଁ ସାରା ଦେଶରେ ଲକ୍ଡାଉନ। ଗାଡ଼ିମୋଟର, ଟ୍ରେନ ସବୁ ବନ୍ଦ। ଏଭଳି ସ୍ଥିତିରେ ବେଙ୍ଗାଲୁରୁରେ ଫସିରହିଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦର ୩୫ଜଣ ଶ୍ରମିକ। ସେମାନେ ୩ ଦିନ ଧରି ଭୋକ ଉପବାସରେ ଦିନ କାଟୁଛନ୍ତି। ବେଙ୍ଗାଲୁରୁର ସୋଲାରପୁରିଆ…
ଗାଁ ମୁଣ୍ଡରେ ଲାଗିଲା ବାଉଁଶ: ବାହାର ଲୋକ ଆସିବା ମନା
ଗୋପ,୨୬ା୩(ଡି.ଏନ୍.ଏ.)- ଦେଶରେ ଲକଡାଉନ ଘୋଷଣା ପରେ ଗୋପ ବ୍ଲକର ୧୦୦ରୁ ଊଦ୍ଧର୍ବ ଗାଁ ମୁଣ୍ଡରେ ଯୁବକମାନେ ବାଉଁଶ ଧଡ଼ା ଲଗାଇ ଦେଇଛନ୍ତି। ଏହାସହ କୌଣସି ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। କାରଣ ଆମ ଗାଁରେ କରୋନା ଭଳି…
ଆଜିଠୁ ଇନ୍ଦିରା ମଇଦାନରେ ପିପିଲି ହାଟ
ପିପିଲି,୨୭ା୩(ସ୍ବ.ପ୍ର/ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ପିପିଲି ହାଟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି।…
ସୁଦର୍ଶନଙ୍କ କରୋନା ସଚେତନତାକୁ ଜାତିସଂଘର ପ୍ରଶଂସା
ପୁରୀ ଅଫିସ, ୨୭ା୩: ବିଶ୍ୱରେ ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ଏହି ପ୍ରାଣଘାତୀ ଭୂତାଣୁକୁ କିପରି ରୋକାଯାଇପାରିବ ସେ ନେଇ ସବୁସ୍ତରରେ ଚିନ୍ତାପ୍ରକଟ କରାଯାଉଛି। ସଚେତନତା ହିଁ ଏହାର ମୁକାବିଲା ପାଇଁ ଏକମାତ୍ର ମାର୍ଗ ବୋଲି କୁହାଯାଉଛି। ତେଣୁ ଜନସାଧାରଣଙ୍କୁ…
Archives


