ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼

ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ ଏମାନେ ଡିଅଁ। ମାରୁଥାନ୍ତି। କେତେବେଳେ ଭକ୍ତଙ୍କ ହାତରୁ ଭୋଗ ପୁଡ଼ିଆ ଝାମ୍ପି ନିଅନ୍ତି ତ ପୁଣି କାହା ଭ୍ୟାନିଟି ଟାଣି ନେବାର ଅନେକ ନଜିର ରହିଛି। ନିତିଦିନ ଏମିତି ମାଙ୍କଡ଼ଙ୍କ ହାଉଯାଉ ହୋଇଥାଏ ଶ୍ରୀମନ୍ଦିର ପରିସରରେ। ହେଲେ ଏବେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଆଉ ଆଗଭଳି ମାଙ୍କଡ଼ ଦେଖାଯାଉ ନାହାନ୍ତି। କଁ। ଭଁ। କେତୋଟି ମାଙ୍କଡ଼ ଏଣେତେଣେ ବୁଲୁଥିଲେ ବି କିଛି ଖାଇବାକୁ ପାଉନାହାନ୍ତି। ଅନେକ ମାଙ୍କଡ଼ ମନ୍ଦିର ଛାଡ଼ି କେଉଁଆଡେ ପଳେଇଲେଣି। ଏ ସବୁ କେବଳ କରୋନା କଟକଣା ପାଇଁ। ଏବେ ମନ୍ଦିରକୁ ଭକ୍ତ ଆସୁ ନ ଥିବାବେଳେ ବରାଦି ଭୋଗ ବି ସେମିତି ପ୍ରସ୍ତୁତ ହେଉ ନାହିଁ। ତେଣୁ ଖାଇବାକୁ ନ ପାଇ ମାଙ୍କଡ଼ ଚାଲିଯାଉଥିବା କହିଛନ୍ତି ମନ୍ଦିର କର୍ମଚାରୀ।
ବଞ୍ଚତ୍ବା ପାଇଁ ସମସ୍ତଙ୍କର ଖାଦ୍ୟ ଦରକାର। ସେ ମଣିଷ ହୁଅନ୍ତୁ ଅବା ପଶୁ ପକ୍ଷୀ। ହେଲେ ଏବେ କରୋନା କଟକଣା ପାଇଁ ସବୁଆଡେ ଭିନ୍ନ ପରିସ୍ଥିତି। ବିଶେଷକରି ପଶୁପକ୍ଷୀଙ୍କୁ ଖାଇବାକୁ ମିଳୁନି। ଫଳରେ ଅନେକ ପଶୁପକ୍ଷୀ ଖାଦ୍ୟ ଅନ୍ବେଷଣରେ ସେମାନଙ୍କ ଠିକଣା ବଦଳାଇବାକୁ ବାଧ୍ୟ ହେଉଛନ୍ତି। ଶ୍ରୀମନ୍ଦିର ପରିସରରେ ମାଙ୍କଡଙ୍କ କ୍ଷେତ୍ରରେ ଏଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କୋଇଲି ବୈକୁଣ୍ଠ ସମେତ ମନ୍ଦିର ବେଢା ପରିସର ବିଭିନ୍ନ ଗଛରେ ମାଙ୍କଡମାନେ ରୁହନ୍ତି। ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ ବୁଲିବା ବେଳେ ଭକ୍ତମାନେ ଏମାନଙ୍କୁ ଖାଇବାକୁ ଦେଇଥାନ୍ତି। ବେଳେ ବେଳେ ଶ୍ରଦ୍ଧାଳୁଙ୍କ ହାତରୁ ଭୋଗ ଝାମ୍ପି ନେଇ ମନ୍ଦିର କିମ୍ବା ଗଛ ଉପରେ ବସି ଖାଇଥାନ୍ତି। ସେହିପରି ଆନନ୍ଦ ବଜାରରେ ପଡୁଥିବା ପତ୍ରରୁ ବି ଖାଦ୍ୟ ଖାଇଥାନ୍ତି। ଅନେକ ବ୍ୟକ୍ତି ମାନସିକ କରି ମାଙ୍କଡ଼ ପଲଙ୍କୁ ଖାଇବାକୁ ଦେଇଥାନ୍ତି। ଏମିତି ଭାବେ ମାଙ୍କଡ଼ଙ୍କ ପେଟ ପୂରିବାରେ ସମସ୍ୟା ହେଉ ନ ଥିଲା। କିନ୍ତୁ ଗତ କିଛିଦିନ ହେବ ଖାଦ୍ୟ ନ ପାଇ ମନ୍ଦିର ଛାଡୁଛନ୍ତି ମାଙ୍କଡ଼।
କରୋନାର ଭୟାବହତାକୁ ଦେଖି ଜିଲା ପ୍ରଶାସନ ଗତ ୨୦ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିଛି। କେବଳ ଠାକୁରଙ୍କ ସେବାପୂଜା ଚାଲିଛି। କୌଣସି ଶ୍ରଦ୍ଧାଳୁ ମନ୍ଦିରକୁ ଯାଇପାରୁନାହାନ୍ତି। ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଯୋଗୁ ବରାଦି ମହାପ୍ରସାଦ ବି ପ୍ରସ୍ତୁତ ହେଉ ନାହିଁ। ମନ୍ଦିର ଓ ଆନନ୍ଦ ବଜାର ଶୂନ୍‌ଶାନ୍‌। ଫଳରେ ମାଙ୍କଡ଼ କିଛି ଖାଇବାକୁ ନ ପାଇ ଧୀରେ ଅନ୍ୟତ୍ର ଚାଲିଯାଉଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହୁଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ପୂର୍ବରୁ ବହୁ ସଂଖ୍ୟକ ମାଙ୍କଡ଼ଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା। କିନ୍ତୁ ଦର୍ଶନ ବନ୍ଦ ପରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। କାରଣ ସେମାନେ କିଛି ଖାଇବାକୁ ପାଉନାହାନ୍ତି। ସେହିପରି ବୁଦ୍ଧିଜୀବୀ ସରୋଜ କୁମାର ବେହେରା କହିଛନ୍ତି, କେବଳ ମାଙ୍କଡ଼ ନୁହନ୍ତି ବୁଲା କୁକୁର ଏବଂ ଅନ୍ୟାନ୍ୟ ପଶୁପକ୍ଷୀ ବି ଖାଦ୍ୟାଭାବରୁ ଡହଳବିକଳ ହେଉଛନ୍ତି। ସହରରେ ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ ଥିବାରୁ ଏମାନେ ବାହାରେ କୌଣସି ଖାଦ୍ୟ ପାଉନାହାନ୍ତି। ତେଣୁ ଏଭଳି ଦୁର୍ଦ୍ଦିନ ସମୟରେ ମାଙ୍କଡ଼ ଏବଂ ବିଭିନ୍ନ ପକ୍ଷୀଙ୍କ ପାଇଁ ଲୋକେ ସେମାନଙ୍କ ଘର ଛାତ ଉପରେ କିଛି କିଛି ଖାଦ୍ୟ ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri