ପୁରୀ

ପୁରୀରେ ୧୫ କରୋନା ପଜିଟିଭ୍‌ ଚିହ୍ନଟ: ୬ଦିନରେ ୪୭ ନୂଆ ଆକ୍ରାନ୍ତ

ପୁରୀ ଅଫିସ,୧୩।୬: ପୁରୀ ଜିଲାରୁ ପୁଣି ଶନିବାର ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ୍‌ ସଂଖ୍ୟା ୧୪୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୨ଜଣ…

ଉପକୂଳବର୍ତ୍ତୀ ୮୮ ଗାଁ ସୁନାମିପ୍ରବଣ

ପୁରୀ ଅଫିସ,୧୩ା୬: ଆସନ୍ତା ୧୯ ତାରିଖରେ ପୁରୀ ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ମକ୍‌ଡ୍ରିଲ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓସ୍‌ୱାନ ସମ୍ମିଳନୀ କକ୍ଷରେ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ…

ରଥଯାତ୍ରା ପ୍ରସଙ୍ଗ: ବସିଲା ରୁଦ୍ଧଦ୍ୱାର ବୈଠକ, ଘୋଷଣାକୁ ଅପେକ୍ଷା

ପୁରୀ ଅଫିସ,୧୩ା୬: ରଥଯାତ୍ରାକୁ ଆଉ ମାତ୍ର ରହିଲା ୧୦ଦିନ। ହେଲେ କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍‌…

ତାଲିକାରେ ଅଣସେବକଙ୍କ ନାଁ

ପୁରୀ ଅଫିସ,୧୩ା୬: କରୋନା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ସେବାୟତମାନେ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ୫ ହଜାର…

ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୨ା୬: ଫାଇଲିନ୍‌କୁ ୮ବର୍ଷ ଓ ଫନୀ ବାତ୍ୟାକୁ ବର୍ଷେ ବିତିଯାଇଛି। ହେଲେ ଅନେକ କ୍ଷତିଗ୍ରସ୍ତଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନାହିଁ। ଫନୀରେ ଘର ଭାଙ୍ଗିଥିବା ବହୁ କ୍ଷତିଗ୍ରସ୍ତ ଏବେ ବି ଜରିପାଲ ତଳେ ରହୁଛନ୍ତି। କ୍ଷତିଗ୍ରସ୍ତଙ୍କ ଦାବି ପୂରଣ…

ପୁରୀରୁ ପୁଣି ୧୫ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ପୁରୀ ଅଫିସ,୧୨ା୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୨ ଜଣ ସୁସ୍ଥ ହୋଇଥିବା ବେଳେ ୪୧ଜଣ ଚିକିତ୍ସାଧୀନ…

୧୩ ମଧ୍ୟରାତ୍ରରୁ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା

ବ୍ରହ୍ମଗିରି,୧୧।୬(ଡି.ଏନ.ଏ.)- ଦିନ କେଇଟା ପରେ ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ। ଏହି ଉତ୍ସବକୁ ନେଇ ପ୍ରତିଟି ଶକ୍ତି ପୀଠ ହୋଇଥାଏ ଚଳଚଞ୍ଚଳ। ଏହି ଶକ୍ତପୀଠଗୁଡ଼ିକ ମଧ୍ୟରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ପୀଠ ଅନ୍ୟତମ। ଉକ୍ତ ପୀଠରେ ୪ ଦିନ ଧରି…

ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଏସ୍‌ସିଏସ୍‌ କଲେଜ ଛାତ୍ରୀଛାତ୍ରଙ୍କ ଧାରଣା

ପୁରୀ ଅଫିସ,୧୧।୬: ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଗୁରୁବାର ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ର ଛାତ୍ରୀଛାତ୍ରମାନେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ସମ୍ପ୍ରତି ମହାମାରୀ କରୋନା ପରିପ୍ରେକ୍ଷୀରେ ଆଗକୁ ହେବାକୁ ଥିବା ଷଷ୍ଠ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ଲାଗି…

ପୁରୀରୁ ୩ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

ପୁରୀ ଅଫିସ,୧୧ା୬: ପୁରୀରୁ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସାଧୀନ…

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ବୁଧବାର ଫୁଲୁରି ତେଲ ଲାଗି…

୨ ବେଆଇନ କରତକଳରେ ଚଢ଼ାଉ: ୨୬ ଲକ୍ଷ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଗୋପ,୧୦।୬(ଡି.ଏନ୍‌.ଏ)- ଗୋପ ବ୍ଲକ ଅଞ୍ଚଳର ୨ ବେଆଇନ କରତକଳ ଉପରେ ବୁଧବାର ସକାଳୁ ପୁରୀ ବନଖଣ୍ଡ ଡିଭିଜନ ଓ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ କରତକଳରୁ ୨୬ ଲକ୍ଷ ଟଙ୍କାର ଯନ୍ତ୍ରାଂଶ…

ମେଲୋଡି କଳାକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ‘ହ୍ୟୁମାନ ସାଗର’

କଟକ ଅଫିସ,୧୦ା୬: ଲକ୍‌ଡାଉନ ମଧ୍ୟରେ ବାନ୍ଧି ହୋଇ ଯାଇଛି କଳା ଜଗତ ଓ କଳାକାରଙ୍କ ଜୀବନ ଜୀବିକା। କଳା ଜଗତକୁ ବଞ୍ଚାଇବା ନିମନ୍ତେ ସରକାରୀ ସହାୟତା ମିଳିବା ଉଚିତ ବୋଲି ବିଭିନ୍ନ ବର୍ଗରୁ ଦାବି ହେଉଛି। ରାଜ୍ୟର ଅନେକ ବରିଷ୍ଠ କଳାକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri