ପୁରୀ

ପୁରୀ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା

ପୁରୀ ଅଫିସ, ୨୮ା୧୧: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ୨୦୨୩ ପୁରୀ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିପାରେ ବୋଲି ଆଶା ପ୍ରକାଶ ପାଇଛି।…

ନାଟମଣ୍ଡପର ଯାଞ୍ଚ କଲା ବିଶେଷଜ୍ଞ ଟିମ୍‌

ପୁରୀ ଅଫିସ,୨୭ା୧୧: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଫାଟ ଦେଖାଦେଇଛି। ଏନେଇ ରବିବାର ନାଟମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍‌ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍‌। କ୍ରାକ୍‌ ମିଟର ମନିଟରିଂ କରାଯାଇଛି। ଏଏସ୍‌ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏଏସ୍‌ଆଇ ଟିମ୍‌ ନାଟମଣ୍ଡପର ସ୍ଥିତି…

ମହାପ୍ରଭୁଙ୍କ ନିମନ୍ତେ ଘୋଡ଼ ବସ୍ତ୍ର ପ୍ରସ୍ତୁତି

ପୁରୀ ଅଫିସ,୨୭।୧୧: ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ତଥା ପ୍ରାବରଣ ଷଷ୍ଠୀଠାରୁ ମହାପ୍ରଭୁ ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘୋଡ଼ ଲାଗି ହେବେ। ମହାପ୍ରଭୁ ଶୀତ ନିକଟରୁ ହାରି ଓଢ଼ଣ ଷଷ୍ଠୀଠାରୁ ଶୀତବସ୍ତ୍ର ପରିଧାନ କରିବେ।…

ନିଷିଦ୍ଧାଞ୍ଚଳରେ ମାଛ ମାରିବା ପଡ଼ିଲା ମହଙ୍ଗା: ଟ୍ରଲର ସହ ୫ କୁଇଣ୍ଟାଲ ମାଛ ଜବତ

କୋଣାର୍କ,୨୬।୧୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରେ ଶନିବାର ଚଢ଼ାଉ କରାଯାଇଛି। ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଓ ବନବିଭାଗ ଦ୍ୱାରା ହୋଇଥିବା ଏହି ମିଳିତ ଚଢାଉରେ ଏକ ଟ୍ରଲର ସହ ପ୍ରାୟ ୫ କୁଇଣ୍ଟାଲ ମାଛ ଜବତ ହୋଇଛି। ବିରଳ ଅଲିଭ ରିଡଲେ କଇଁଛଙ୍କ…

୨୦ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଚମ୍ପଟ

ବ୍ରହ୍ମଗିରି,୨୬ା୧୧(ଡି.ଏନ.ଏ): ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଥିବା ସମୟରେ ଏହାକୁ ଅବାଧରେ ଶିକାର କରିବାକୁ ପକ୍ଷୀ ଶିକାରୀମାନେ ମାତିଲେଣି। ଏ ନେଇ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବାବେଳେ ଶୁକ୍ରବାର ଘଟକୁଢ଼ିରେ ଚଢ଼ାଉ ବେଳେ ୨୦ ମୃତ…

ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ମନା

ପୁରୀ ଅଫିସ,୨୫।୧୧: ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ହୋମ୍‌ ଗାର୍ଡ,ଓଏସ୍‌ଏପି ଯବାନ ସମେତ ପୋଲିସ କର୍ମଚାରୀଙ୍କୁ ମୋବାଇଲ୍‌ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଫଟୋ, ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ…

ବାଟିଗୋରଡ଼ା ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ

ସାକ୍ଷୀଗୋପାଳ,୨୫ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ନିକଟ ବାଟିଗୋରଡ଼ା ଗ୍ରାମରେ ଜମିଜମା ବିବାଦକୁ ନେଇ ୨୦୧୮ରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ଅନ୍ତରୀଣ ଜାମିନ ଆବେଦନ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା…

ଭକ୍ତଙ୍କୁ ରୁମ୍‌ ଦେବା ନାମରେ ଠକେଇ

ପୁରୀ ଅଫିସ, ୨୫ା୧୧: ଶ୍ରୀମନ୍ଦିର ପ୍ରଶାସନ ଅଧୀନସ୍ଥ ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସରେ ଭକ୍ତଙ୍କୁ ରୁମ୍‌ ଦେବା ନାମରେ ସାଇବର ଲୁଟେରା ଠକୁଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ…

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୨୩ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହା ୩ଦିନ ଯାଏ ଚାଲିବ। ଏହି ୩ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ପ୍ରଭୁ ବଳଦେବ ଓ ଦେବୀ ସୁଭଦ୍ରା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ…

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି

ପୁରୀ ଅଫିସ,୨୨।୧୧(ବ୍ୟୁରୋ): ଗଜପତି ମହାରାଜା ଶ୍ରୀଗୁଣ୍ଡିଚା ମନ୍ଦିରର ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍‌ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ମରାମତି…

ମୃତ ଘୋଷିତ ସ୍ବାମୀ ଫେରିଲେ, ସ୍ତ୍ରୀ ହେଲେ ସଧବା

ନିମାପଡ଼ା,୨୨।୧୧(ଡି.ଏନ୍‌.ଏ.): ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୨୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ସେ ୧୯୯୯ ମହାବାତ୍ୟା ବେଳେ କେଉଁଆଡ଼େ ନିଖୋଜ ହୋଇଯିବା ପରେ ମୃତ ଘୋଷିତ ହୋଇଥିଲେ। ଏପରି କି ଗତବର୍ଷ ତାଙ୍କର ଶୁଦ୍ଧିକ୍ରିୟା ସରିଥିଲା।…

୧୧୬ କେନ୍ଦ୍ରରେ ହେବ ଦଶମ ସମେଟିଭ ପରୀକ୍ଷା

ପୁରୀ ଅଫିସ, ୨୧ା୧୧: ଚଳିତ ମାସ ୨୩ ତାରିଖଠାରୁ ପୁରୀ ଜିଲାର ୧୧୬ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ ହେବ। ଏକକାଳୀନ ଦଶମଶ୍ରେଣୀ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ୩୦ ତାରିଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri