ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ପିପିଲି,୧୯ା୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ...
ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା
ନିମାପଡ଼ା,୧୮ା୭(ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ଅଞ୍ଚଳରେ ଏବେ କୁକୁଡ଼ା ମଡ଼କ ଯୋଗୁ ବାର୍ଡ ଫ୍ଲୁ ସଂକ୍ରମଣର ଆଶଙ୍କା କରାଯାଉଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅଁ-ଖଣ୍ଡାସାହି ମାଇନର କେନାଲ୍ ବନ୍ଧ ରାସ୍ତା ବେଲେଣା ଶଙ୍ଖ ନିକଟରେ ହଜାର ହଜାର ମଲା କୁକୁଡ଼ା ପଡ଼ିଥିବା...
ଟାୟାର ଜାଳି ରାଜପଥ ଅବରୋଧ କଲେ କଂଗ୍ରେସ ନେତା: ଭିଡ଼ରେ ଫସିଲା ସ୍ବର୍ଗରଥ
ସାକ୍ଷୀଗୋପାଳ ୧୭।୭( କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ଓଡ଼ିଶା ବନ୍ଦ ପୁରୀ ଜିଲା ସତ୍ୟବାଦୀରେ ସଫଳ ହୋଇଛି। ସକାଳ ସାଢ଼େ ୯ଟାରୁ ଭୁବନେଶ୍ବର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉପରେ...
ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ
ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ...
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ନିକଟରେ ବୋହିଲା ରକ୍ତ
ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଉତ୍ତରଦ୍ୱାର ସତ୍ୟନାରାୟଣ ମନ୍ଦିର ନିକଟରେ ଅଟୋଚାଳକଙ୍କୁ ହାଣୀ ରକ୍ତାକ୍ତ କଲେ ଦୃର୍ବୁତ୍ତ। ସିଂହଦାର ପୋଲିସ ପହଞ୍ଚି ଚାଳକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ...
ପୁରୀରୁ ପୁଣି ଗଡ଼ିଲା ଘରୋଇ ବସ୍, ଜନସାଧାରଣଙ୍କୁ ମିଳିଲା ଆଶ୍ୱସ୍ତି
ପୁରୀ,୧୨।୭(ତୁଷାର ରଞ୍ଜନ ନାୟକ): ଆଜିଠୁ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ। ପୁରୀଠାରେ ବସିଥିବା ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ବସ୍ ଚଳାଚଳ କରୁନଥିବାରୁ ସାରା ରାଜ୍ୟରେ ଯାତ୍ରୀଙ୍କ...
ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ ଭୟ
ପୁରୀ,୧୦।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର...
ଦୟାନଦୀ ପାଇଁ ବ୍ୟାପୁଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
କଣାସ,୯ା୭: ପୁରୀ ଜିଲା କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ କହିଛନ୍ତି, ଲୋକେ ଦୟା ନଦୀର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି ବ୍ୟାପଛି। ଏନେଇ ସ୍ବାସ୍ଥ୍ୟ...
ଦିଶିଲାନି ଚକାଆଖି: ଶ୍ରଦ୍ଧାଳୁ ଅସନ୍ତୋଷ
ପୁରୀ,୯ା୭(ଅଜିତ୍ କୁମାର ମହାନ୍ତି):ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ମୁଖ ଦର୍ଶନ କରିପାରି ନ ଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି କୌଣସି ଏକ ମୁହୂର୍ତ୍ତ ଆସିଲାନି, ଯେଉଁଥିରେ...
ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା
ପୁରୀ,୮ା୭(ଅଜିତ୍ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ଏଥିସହ...
ନୀଳକନ୍ଦରକୁ ବାହୁଡ଼ିବେ ବିଶ୍ୱନିୟନ୍ତା
ପୁରୀ,୭ା୭: ସରି ଆସୁଛି ନବଦିନାତ୍ମକ ଯାତ୍ର। ଆଜି ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ବିଶ୍ୱନିୟନ୍ତା। ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ। ବଡ଼ଦାଣ୍ଡରେ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼...
ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା
ପୁରୀ,୭ା୭(ଅଜିତ୍ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ସୋମବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି।...
Archives


