ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ବିକ୍ରି: ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ବିକ୍ଷୋଭ

ସାକ୍ଷୀଗୋପାଳ,୩ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ସାକ୍ଷୀଗୋପାଳ ଠାକୁରଙ୍କ ମୂଲ୍ୟବାନ ଜମି ଶାଗମାଛ ଦରରେ ବିକ୍ରି ପ୍ରକ୍ରିୟାକୁ ବିରୋଧ କରି ସତ୍ୟବାଦୀ ସଚେତନ ନାଗରିକ ଓ ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳ ମନ୍ଦିର ସିଂହଦାର ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ହାତରେ ପ୍ଲାକାର୍ଡ ଧରି ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗର ଏଭଳି ଚକ୍ରାନ୍ତକୁ ନିନ୍ଦା କରିଥିଲେ। ଉଚିତ ବଜାର ଦର ଧାର୍ଯ୍ୟ କରା ନ ଯିବା ପର୍ଯ୍ୟନ୍ତ ବିକ୍ରି ପ୍ରକ୍ରିୟାକୁ ବନ୍ଦ କରିବାକୁ ତୁରନ୍ତ ଆଦେଶ କରାଯାଉ। ଠାକୁରଙ୍କୁ ଠକେଇ ଚଳିବ ନାହଁ। ନଚେତ୍‌ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଡ୍‌ଭୋକେଟ ଗୋବିନ୍ଦ ମହାପାତ୍ର କହିଛନ୍ତି। ସେହିପରି ହାଇକୋର୍ଟରେ ନ୍ୟାୟ ପାଇଁ ପ୍ରାର୍ଥନା କରିଥିବା ସେବାୟତ ନରହରି ମହାପାତ୍ର ଠାକୁରଙ୍କୁ ଠକେଇକୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିବା ବେଳେ ଆଡଭୋକେଟ ବିନାୟକ ମହାନ୍ତି ଏହି ଷଡ଼ଯନ୍ତ୍ର ରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ୬ବର୍ଷ ତଳେ ବଜାର ଦରରେ ବିକ୍ରି ହୋଇଥିବା ବର୍ତ୍ତମାନ ଦର ନିଶ୍ଚୟ ଅଧିକ ରହିବା କଥା। ମାତ୍ର ଏବେ ଶହେ ଗୁଣ କମ୍‌ ଦରରେ ବିକ୍ରି ପଛର ରହସ୍ୟ ଉନ୍ମୋଚନ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ସତ୍ୟବାଦୀ ଦାସ, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ଲୋକନାଥ ବାରିକ, ସୁଦର୍ଶନ ସାହୁ, ଆଡ୍‌ଭୋକେଟ୍‌ ସୁଶାନ୍ତ କୁମାର ରଥ ପ୍ରମୁଖ ଠାକୁରଙ୍କ ସମ୍ପତ୍ତି ହସ୍ତାନ୍ତର କ୍ଷେତ୍ରରେ ସ୍ବଚ୍ଛତା ରହିବା ଜରୁରୀ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୯ରେ ୯. ୬୦ ଏକର ସାକ୍ଷୀଗୋପାଳ ଠାକୁରଙ୍କ ଜମିକୁ ୧୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଇଛି। ଏବେ ପୁନଶ୍ଚ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ କେଉଁ ଆଧାରରେ ୬.୪୭ ଏକର ଜମି ୩୩ ଲକ୍ଷ ଟଙ୍କାରେ ବିକ୍ରୟ କରାଯିବ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠାକୁରଙ୍କ ସ୍ବାର୍ଥକୁ ଅଣଦେଖା କରି କରାଯାଇଥିବା ଏଭଳି ଆଦେଶର ପୁର୍ନବିଚାର କରିବା ଦାବି ଜୋର ଧରିଛି। ତେବେ ସତ୍ୟବାଦୀ ତହସିଲଦାର ତଥା ଭାରପ୍ରାପ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ ଏହି ଜମିକୁ ବେଞ୍ଚ ମାର୍କ ଭାଲୁଏଶନଠାରୁ ୧୦ ଗୁଣ ବୃଦ୍ଧି କରି ବିକ୍ରି ପାଇଁ ଆଦେଶ ହୋଇଛି। ପୂର୍ବାପେକ୍ଷା ଦର କମିବା ଏବଂ ସ୍ଥାନୀୟ ବଜାର ଦରକୁ ଦୃଷ୍ଟିରେ ରଖି ଜମିର ମୂଲ୍ୟବୃଦ୍ଧି ପାଇଁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri