ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ,୭ା୧୦(ଅଜିତ କୁମାର ମହାନ୍ତି): ଚଳିତବର୍ଷର କାର୍ତ୍ତିକ ବ୍ରତ ବା ରାଇଦାମୋଦର ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇ ନଭେମ୍ବର ୫ରେ ସରିବ। ବ୍ରତ ପାଳନ ପାଇଁ ହବିଷିଆଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ସେହିପରି ଅନ୍‌ଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ହବିଷିଆଳିମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କେନ୍ଦ୍ରଗୁଡ଼ିକରେ ପହଞ୍ଚିବା ପରେ ନାମ ପଞ୍ଜୀକରଣ କରାଇ ନିଜ ନିଜ କୋଠରିରେ ରହିଛନ୍ତି।

ସରକାରଙ୍କ ପକ୍ଷରୁ ବୃନ୍ଦାବତୀ ନିବାସ, ରେଲୱେ ଷ୍ଟେଶନ ଟୁରିଷ୍ଟ କମ୍ପ୍ଲେକ୍ସ, ବଗଲା ଧର୍ମଶାଳା ଓ ମୋଚିସାହି ଛକ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପରେ ହବିିଷିଆଳି କେନ୍ଦ୍ର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୧୯୫୦ ହବିଷିଆଳି ବିଭିନ୍ନ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି।

ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ କେନ୍ଦ୍ର ପରିଦର୍ଶନ କରିବା ସହିତ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଠିକ୍‌ ଭାବେ କର୍ତ୍ତବ୍ୟ ତୁଲାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଯେପରି କୌଣସି କ୍ଷେତ୍ରରେ ହବିଷିଆଳି ମା’ମାନଙ୍କର ଅସୁବିଧା ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ହବିଷିଆଳି ଓ ସ୍ବେଚ୍ଛାସେବୀମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ରଗୁଡ଼ିକରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବିଭାଗର କର୍ମଚାରୀ, ସ୍ବେଚ୍ଛାସେବୀ, ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସମ୍ମୁଖରେ ସ୍ବତନ୍ତ୍ର ବ୍ୟାରିକେଡ୍‌ ନିର୍ମାଣ ସହ ସମସ୍ତ ତୀର୍ଥ ପୁଷ୍କରିଣୀରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଅତିରିକ୍ତ ଏସ୍‌ପି, ୧୫ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୬୫ ଏସ୍‌ଆଇ, ୧୦୦ କନଷ୍ଟେବଳ ମୁତୟନ ରହିବେ ବୋଲି ଏସ୍‌ପି ପ୍ରତୀକ ସିଂ କହିଛନ୍ତି।
ପଞ୍ଜୀକୃତ ହବିଷିଆଳିଙ୍କ ପାଇଁ ରାଜ୍ୟ ସରକାର ନିଃଶୁଳ୍କ ରହଣି, ତୀର୍ଥ ପୁଷ୍କରିଣୀରେ ସ୍ନାନ, ବୃନ୍ଦାବତୀ ପୂଜା, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ପୁରୀ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ୪ଟି କେନ୍ଦ୍ରରେ ଅଢ଼େଇ ହଜାର ହବିଷିଆଳିଙ୍କ ରହଣି ବ୍ୟବସ୍ଥା ହୋଇଛି। କେନ୍ଦ୍ରଗୁଡ଼ିକରେ ସ୍ବାସ୍ଥ୍ୟକର୍ମୀ, ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ମୁତୟନ ରହିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ହବିଷିଆଳିମାନେ ସ୍ବାଗତ କରିଛନ୍ତି। ସେହିପରି ଅନେକ ହବିଷିଆଳି ପୁରୀର ବିଭିନ୍ନ ମଠ, ଧର୍ମଶାଳା, ଲଜ୍‌ ଓ ସମ୍ପର୍କୀୟଙ୍କ ଘରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ସୂଚନା ମିଳିଛି।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri