ଆମ ଜିଲା ଖବର

ବଲୋଦାରେ ପଞ୍ଚାୟତ ଗୃହ ନିର୍ମାଣ ଦାବି ତେଜିଲାପଞ୍ଚାୟତବାସୀ ଜିଲାପାଳ ଅଫିସ ଘେରିଲେ

ନୂଆପଡା ଅଫିସ,୧୦ା୬:ଓଡିଶା ହାଇକୋର୍ଟ ନୂଆପଡ଼ା ଜିଲା ଭୈଷାଁଟାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବଲୋଦାରେ ନିର୍ମାଣ କରିବାକୁ ଚୂଡାନ୍ତ ରାୟ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦାବିରେ ୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସୋମବାର ନୂଆପଡା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଜିଲାପାଳଙ୍କ…

ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ କିମ୍ବା ଅଜ୍ଞ ରହିଥିବା ଯୋଗୁ ଏହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଯୋଗଦାନ କମ୍‌ ରହୁଛି…

ବେଆଇନ ପଥର, ବାଲି ଚାଲାଣ ବେଳେ ଚଢ଼ାଉ: ୧ଲକ୍ଷ ୪୪ ହଜାର ଆଦାୟ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ପଥର ଚାଲାଣ ହେଉଥିଲା। ସୋମବାର ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୋଭନ କୁମାର ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ଅଚାନକ ଚଢ଼ାଉ କରିଥିଲେ।…

କେଏନ୍‌ପୁରରେ ଅଗ୍ନିକାଣ୍ଡ: ଗୋଟିଏ ପରିବାର ସର୍ବସ୍ବାନ୍ତ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନ୍‌ପୁରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମୟନ୍ତୀ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ଛାର୍‌ଖାର ହୋଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କ୍ଷୟକ୍ଷତିର ଆକଳନ ଲାଗି ତହସିଲଦାର ଅରୁଣ…

ପୋଖରୀରେ ବୁଡ଼ି ୮ ବର୍ଷ ଛାତ୍ରର ମୃତ୍ୟୁ

ମାଲକାନଗିରି, ୧୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଷ୍ମାବକାଶରେ ମାମୁଁ ଘରକୁ ବୁଲିବାକୁ ଯାଇଥିବା ଜଣେ ୮ ବର୍ଷ ଶିଶୁର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସେ ହେଲେ ମାଲକାନଗିରି ସଦର ବ୍ଲକ ପଦ୍ମଗିରି ପଞ୍ଚାୟତର ପ୍ରତାପ…

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଡେରାବିଶ,୧୦।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଧୀନ ବଳଭଦ୍ରପୁରପାଟରେ ସୋମବାର ସକାଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ କେଉଟ କଣ୍ଡିଆ ଗ୍ରାମର ଗୁନ ସେଠୀଙ୍କ ସ୍ତ୍ରୀ ରୀତା(୩୭)। ପୋଲିସ ସୂଚନା ଅନୁଯାୟୀ, ଘରୋଇ…

ଚକା ଫାଟିବାରୁ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ସରଣ୍ଡା,୧୦।୬(ଡି.ଏନ୍‌.ଏ.): ସ୍ପଞ୍ଜ ଆଇରନ୍‌ ନେଇ ଟ୍ରକ(ଡବ୍ଲ୍ୟୁବି୩୩ବି ୯୦୩୮) ସୋମବାର ପୂର୍ବାହ୍ନରେ ସମ୍ବଲପୁରରୁ ବରଗଡ଼ ଅଭିମୁଖେ ଯାଉଥିଲା। ବରଗଡ-ସମ୍ବଲପୁର ସୀମାନ୍ତ ଗୋଡ଼ଭଗା ସାରସ୍ବତ ମହାବିଦ୍ୟାଳୟ ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥରେ ପଛ ଚକା ଫାଟିଯିବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା। ଏହା ଦେଖି…

ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌ ଏହେସାସ ହୋତାଙ୍କୁ ଆଉ ଏକ ସଫଳତା ମିଳିଛି। ଏଥର ଜଣେ ଶ୍ରେଷ୍ଠ କୋଚ୍‌ ଭାବେ…

ନଦୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଚଣ୍ଡିଖୋଲ,୧୦ା୬(ଡି.ଏନ୍‌.ଏ.) : ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଇଶମୌଜା ସେତୁ ନିକଟରେ ବଡ଼ଗେଙ୍ଗୁଟି ନଦୀରେ ଗାଧୋଇବାବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତ ଛାତ୍ର ଜଣକ ହେଲେ ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତ ବାରବାଟୀ ଗ୍ରାମର ଯତୀନ୍ଦ୍ର…

ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ : ଡାକ୍ତରଖାନାରେ ଭର୍ତ୍ତି, ପୋଲିସର ଛାନ୍‌ଭିନ

ବୀରମହାରାଜପୁର,୧୦ା୬(ଡି.ଏନ୍‌.ଏ.) : ଗରମ ଯୋଗୁ ଘର ଛାତ ଉପରେ ଶୋଇଥିବା ଜଣେ ବିବାହିତ ଯୁବକଙ୍କ ଉପରେ ସଶସ୍ତ୍ର ଆକ୍ରମଣ ହୋଇଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧିନସ୍ଥ କର୍ଣ୍ଣପାଲି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏଭଳିି ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଧାରୁଆ…

କଲେଜ ଛାତ୍ରୀଙ୍କ ଗଳିତ ଶବ ମିଳିବା ଘଟଣା : ପୋଲିସର ନିଷ୍କ୍ରିୟତା ନେଇ ରାସ୍ତା ଅବରୋଧ

ବସ୍ତା,୧୦ା୬(ସ୍ବ.ପ୍ର.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଜାମୁଶୁଳି କଲେଜ ଛାତ୍ରୀ ଲୋପାମୁଦ୍ରା ମହାନ୍ତି ୪ ମାସ ଧରି ନିଖୋଜ ହେବା ପରେ ଗଳିତ ଶବ ବିରିପଦାରୁ ମିଳିଛି। ମୃତ ଲୋପାଙ୍କ ମାତାପିତା ମୃତଦେହ ପାଖରୁ ମିଳିଥିବା ପୋଷାକପତ୍ର ଚିହ୍ନଟ…

ପୂର୍ବାହ୍ନ ୧୦ଟା ସୁଦ୍ଧା ଖୋଲିନାହିଁ ଆର୍‌ଆଇ ଅଫିସ : ହୋହଲ୍ଲା କରୁଛନ୍ତି ଲୋକେ

ହାଟଡିହୀ,୧୦ା୬(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଆର୍‌ଆଇ ଅଫିସ ସକାଳୁଆ ହୋଇଥିଲେ ମଧ୍ୟ ପୂର୍ବାହ୍ନ ୧୦ଟା ସୁଦ୍ଧା କୌଣସି ସରକାରୀ କର୍ମଚାରୀଙ୍କ ଦେଖାନାହିଁ। ଅଫିସ ଗୃହରେ ତାଲା ଝୁଲୁଛି। ଏହି ଆର୍‌ଆଇ ସର୍କଲ ଉପରେ ନିର୍ଭର କରୁଥିବା ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?