ଆମ ଜିଲା ଖବର

ମୌକାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ: ତହସିଲଦାର ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣରେ ଦାବି

ଆନନ୍ଦପୁର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ମରାମତି ନିମନ୍ତେ ସ୍ଥାନୀୟ ପୂର୍ତ୍ତ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ରାସ୍ତା ବନ୍ୟା ସୁରକ୍ଷା ବନ୍ଧରୁ ନଦୀର ମଧ୍ୟ ଭାଗକୁ କରାଯାଇଛି। ଏହି ରାସ୍ତାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ ମାଫିଆମାନେ।…

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ ଚନ୍ଦ୍ର ବେହେରା ଜିଲାପରିଷଦ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଗଞ୍ଜାମ ଜିଲାପାଳ ତଥା…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୧।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଜାମୁଝାଡିଠାରେ ମଙ୍ଗଳବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ…

ବୈତରଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ: ୧୨ରୁ ସେତୁ ଉପରେ ଯାତାୟାତ ବନ୍ଦ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଦୀର୍ଘଦିନର ଅପେକ୍ଷା ପରେ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏ ନେଇ ଆନନ୍ଦପୁର ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ଜରୁରୀ ବୈଠକ ମଙ୍ଗଳବାର ଅନୁଷ୍ଠିତ…

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀ

ବାଲେଶ୍ୱର ଅଫିସ,୧୧।୬: ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ମଙ୍ଗଳବାର ଜିଲା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ପରସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘର ସମେତ ଏକକାଳୀନ ୪ ସ୍ଥାନରେ ଚଢ଼ାଉ କରାଯାଇଛି। ଆୟବହିର୍ଭୂତ ଅଭିଯୋଗରେ ଏହି ଚଢ଼ାଉ…

ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର

ପାଟଣାଗଡ଼,୧୧।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଦାଦା ପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରତର ଜଣକ ହେଲେ…

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡିଛି। ସେ ହେଲେ ସତ୍ୟନାରାୟଣ ମୁଣ୍ଡା…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୧୧।୬ଛେଣ୍ଡିପଦା ବ୍ଲକ କୁଶକିଳା ସରପଞ୍ଚଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର କେତେଜଣ ବ୍ୟକ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ମହିଳା ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ଦେଢ଼ଶୂର ଓ ପୁତୁରା ପଞ୍ଚାୟତର ସମସ୍ତ…

କୋଇଲା ଖଣି ବନ୍ଦ ଘଟଣାରେ ସରପଞ୍ଚଙ୍କ ଅଭିଯୋଗ

କଣିହଁ।, ୧୧ା୬ (ଡି.ଏନ.ଏ.)କଣିହାଁ ବ୍ଲକସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣି କାର୍ଯ୍ୟ ରବିବାର ବନ୍ଦକୁ ନେଇ ମାମଲା ରୁଜୁ ପରେ ସୋମବାର ଖବରଦାତା ସମ୍ମିଳନୀ କରିଛନ୍ତି ଜରଡା ସରପଞ୍ଚ ସୁମିତ୍ରା ଦାସ। ଖଣି କର୍ତ୍ତୃପକ୍ଷଙ୍କ ସମେତ ମାଟିଉଠା କାର୍ଯ୍ୟ ନେଇଥିବା ଠିକାସଂସ୍ଥା ଅଧିକାରୀ…

ଦୁଇ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ତାଳଚେର,୧୧ା୬(ନି.ପ୍ର.)ତାଳଚେର ବ୍ଲକର ଡେରାଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦୁଇ ଜଣ ଶିକ୍ଷକ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକର ଶହୀଦ୍‌ ଭବନ ପରିସରରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ…

ମାଟ୍ରିକ ପରୀକ୍ଷାରେ ୫୦%ରୁ କମ୍‌ ସଫଳତା

ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍‌ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହି କ୍ରମରେ ଅନୁଗୋଳରେ…

ଭାପୁରରେ ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଲାଗଠନ ହେଲା ୩ ସମନ୍ବୟ କମିଟି

ଭାପୁର/ଖଣ୍ଡପଡା,୧୧ା୬(ଡି.ଏନ.ଏ./ସ୍ବ.ପ୍ର.)- ଭାପୁର ବ୍ଲକ ସଦର ମହକୁମାରେ ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ଏହି ମର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯୁକ୍ତ ୨ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍‌ ଲୋକନାଥ ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?