ଆମ ଜିଲା ଖବର

ବାଟବନା ହେଇଛେ ଆମ ଗାଁ ଆମ ବିକାଶ ଯୋଜନା:ମଉଲିକ ସୁବିଧାରୁ ବଁଚିତ କୁଡ଼ାପଡ଼ାବାସୀ

ଜାମଟିକ୍ରା, ୧୮।୪ (ଡି.ଏନ.ଏ):  ଗାଁଗଁଲିର ବିକାଶ ଲାଗି ଚଲତି ବଛର ପଞ୍ଚାୟତିରାଜ ଦିବସଠାନୁ ରାଏଜ୍‌ ସରକାର ‘ଆମ ଗାଁ ଆମ ବିକାଶ’ କାଯ୍‌କରମ ଆରମ୍‌ କରିଛନ୍‌। ଇ କାଯ୍‌କରମ ଜରିଆରେ ମୁଖ୍ୟମନ୍ତ୍ରୀ ଭିନେ ଭିନେ ସମିଆରେ ନିରବାଚିତ ପଁଚେତ୍‌ ପରତିନିଧିମାନକର ସଂଗେ…

ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା ଦିନ୍‌ ଆସୁଛେ, ତାର ଆଗ୍‌ରୁ ଇ ଉନ୍‌ନତିକରନ୍‌ କାମ୍‌ ସରବା କି ନାଇଁ ଲୋଇସିଂହାବାସୀ…

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି। ଏବେ ଖରା ଦିନେ ଗାଁରେ ଉତ୍କଟ ହେଲାଣି ପାନୀୟ…

ଦିଗପହଣ୍ଡିରେ ଖୋଲିବ ସବ୍‌ଜଜ୍‌ କୋର୍ଟ

ଦିଗପହଣ୍ଡି,୧୮ା୪(ଡି.ଏନ.ଏ.)- ଦିଗପହଣ୍ଡିରେ ଖୁବଶୀଘ୍ର ଅତିରିକ୍ତ ଦେୱାନୀ ବିଚାରପତି (ବରିଷ୍ଠ) ତଥା ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏ ସମ୍ପର୍କିତ ଏକ ଚିଠି ମଙ୍ଗଳବାର ଆସି ପହଞ୍ଚତ୍ବା ପରେ ଓକିଲ ସଂଘ ସଦସ୍ୟ…

୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଯେଉଁ ଅଞ୍ଚଳରେ ଚାଷ ଜମିକୁ କେନାଲ ପାଣି ସୁବିଧା ନାହିଁ, ସେଠି ବୃହତ୍‌ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହିଭଳି ଗଞ୍ଜାମ ଜିଲାରେ ୧୪ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ…

ମାଓବାଦୀପ୍ରବଣ, ସୀମାନ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର

ଛତ୍ରପୁର,୧୮ା୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଗୁରୁବାର  ଦ୍ୱିତୀୟ ପର୍ଯ୍ୟାୟରେ ଆସିକା ଲୋକ ସଭା ଆସନ ଓ ଏହା ଅଧୀନରେ ଥିବା ଆସିକା, କବିସୂର୍ଯ୍ୟନଗର, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି, ପୋଲସରା, ଖଲ୍ଲିିକୋଟ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। କନ୍ଧମାଳ ଲୋକ ସଭା…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

କେନ୍ଦୁଝର, ୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ ବୁଧବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ କୁଆପଥର ମାଡ଼ ହୋଇଥିଲା। ବ୍ୟାପକ ଫସଲ ନଷ୍ଟ ହୋଇଛି। ସଦର ବ୍ଲକର ଶଙ୍କିରୀ ଗ୍ରାମ ପଞ୍ଚାୟତର ପୋଟଳ ଗଁାରେ ପବନ ଓ କୂଆପଥର…

ବିଦ୍ୟାଳୟରେ ଦୈତାରିଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର, ୧୮ା୪(ସ୍ବ.ପ୍ର.): ପଦ୍ମଶ୍ରୀ ପ୍ରାପ୍ତ ଦୈତାରୀ ନାଏକଙ୍କୁ ସଦର ବ୍ଲକ ଅନ୍ତର୍ଗତ ବନାଯୋଡ଼ିସ୍ଥିତ ଆନନ୍ଦାଶ୍ରମ ଓ ସାଇଆନନ୍ଦ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି। ଜୀବନରେ କର୍ମର ମୂଲ୍ୟ ଓ ଜଣେ ମଣିଷ ସମାଜ ପାଇଁ କିଛି କରିବାର ପ୍ରୟାସ କିପରି ଶୀର୍ଷକୁ…

ମରାମତି ଅପେକ୍ଷାରେ ୮୪ ବିଦ୍ୟାଳୟ

ବାସୁଦେବପୁର, ୧୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ବିଦ୍ୟାଳୟର କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଆଜବେଷ୍ଟସ ଭାଙ୍ଗିଯାଇଛି। ଅଧିକାଂଶ ବିଦ୍ୟାଳୟର ଆବଶ୍ୟକ…

ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ସୋର ଥାନା ଅନ୍ତର୍ଗତ ସାଉଡ଼ ଗ୍ରାମର ନିରାକାର ନାୟକଙ୍କ ପୁଅ ଜଗନ।…

କୁପାରୀରେ ମିଶନଶକ୍ତି ସମାବେଶ

ଖଇରା,୧୮।୪(ଡି.ଏନ.ଏ.)- ନବୀନ ସରକାର କ୍ଷମତାକୁ ଆସିବା ପରେ ସ୍ବୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ସେମାନଙ୍କ ଆର୍ଥୀକ ଓ ସାମାଜିକ ବିକାଶ ହେବା ସହିତ ଦେଶର ଅଭିବୃଦ୍ଧିରେ ସେମାନଙ୍କର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ। ଓଡିଶା ଜୀବିକା ମିଶନ ମାଧ୍ୟମରେ ସରକାର…

ଏଥର ଟୁସୁ କନିଆ, ଶଙ୍କର ବର: ମେ ୨୯ରୁ ଜୁନ ୨ ତାରିଖ ଯାଏ ବାହାଘର

ବାଲେଶ୍ୱର ଅଫିସ,୧୮।୪- ବାଲେଶ୍ୱରରେ ପ୍ରତିବର୍ଷ ପାଳିତ ହେଉଥିବା ଜଉକଣ୍ଢେଇ ବାହାଘର ଲୋକକଳା ଓ ସଂସ୍କୃତି, ଲୋକକଥା, ଲୋକସାହିତ୍ୟ  ପରମ୍ପରାରେ  ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ କରିଛି। । କେବଳ ଓଡି଼ଶାରେ ନୁହେଁ, ସାରା ଭାରତରେ ଏଭଳି ଉତ୍ସବ ପାଳନ  ବିରଳ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri