ବାଟବନା ହେଇଛେ ଆମ ଗାଁ ଆମ ବିକାଶ ଯୋଜନା:ମଉଲିକ ସୁବିଧାରୁ ବଁଚିତ କୁଡ଼ାପଡ଼ାବାସୀ

ଜାମଟିକ୍ରା, ୧୮।୪ (ଡି.ଏନ.ଏ):  ଗାଁଗଁଲିର ବିକାଶ ଲାଗି ଚଲତି ବଛର ପଞ୍ଚାୟତିରାଜ ଦିବସଠାନୁ ରାଏଜ୍‌ ସରକାର ‘ଆମ ଗାଁ ଆମ ବିକାଶ’ କାଯ୍‌କରମ ଆରମ୍‌ କରିଛନ୍‌। ଇ କାଯ୍‌କରମ ଜରିଆରେ ମୁଖ୍ୟମନ୍ତ୍ରୀ ଭିନେ ଭିନେ ସମିଆରେ ନିରବାଚିତ ପଁଚେତ୍‌ ପରତିନିଧିମାନକର ସଂଗେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ବିକାଶମୂଲକ ପ୍ରକଳ୍ପମାନକର ଲାଗି ଟଁକା ମଞ୍ଜୁର କରୁଛନ୍‌। ହେଲେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର ଖଲିଆପାଲି କୁଡ଼ାପଡ଼ା ଇ ସବୁ ବିକାଶମୂଲକ ଯୋଜନାର ବହୁତ ଦୂରେ ରହିଛେ।
ସୂଚନା ଅନ୍‌ସାରେ କୁଡ଼ାପଡ଼ାରେ ପାଖାପାଖି ୭୦ ପରିବାରର ୪ଶହ ଲୋକ୍‌ ବାସ୍‌ କରୁଛନ୍‌। ପଡ଼ାର ସବୁ ପରିବାର ଗରିବ୍‌ ଶ୍ରେଣୀର ହେଇଥିଲାବେଲେ ପରହର କାମ୍‌ବୁତା କରି ନିଜର କୁଟୁମ ପୁଷୁଛନ୍‌। ହେଲେ ଆଏଜ୍‌ତକ୍‌ ଇ ପଡ଼ାବାସୀ ଅନେକ ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇଥିବାର ଜନାଯାଇଛେ। ଭୋଟ ବେଲେ ପଡ଼ାକେ ନେତା, ମନ୍ତ୍ରୀକର ଧାର ଲମୁଛେ, ସଭେ ହାତୀ ଦେମୁ, ଘୁଡ଼ା ଦେମୁ ବଲି ବଡ଼ ବଡ଼ କଥା ହାକୁଛନ୍‌। ହେଲେ ଭୋଟ ସଏଲେ ୫ ବଛର ତକ୍‌ ଆର କାହାରି ଦେଖା ଦରଶନ ନାଇଁ ମିଲବାର ବଲି ପଡ଼ାବାସୀ ଅଭିଯୋଗ କରିଛନ୍‌। ପଡ଼ାର ସବୁ ପରିବାର ଗରିବ୍‌ ଶ୍ରେଣୀର ହେଇଥିଲେ ବି ଆଏଜ୍‌ତକ୍‌ ସରକାରୀ ଯୋଜନାରେ କେହି ଘରଖଁଡ଼େ ନାଇଁ ପାଇପାରି। ସେନ୍‌ତା ପଡ଼ାରେ ସ୍ବଚ୍ଛ ଭାରତ ମିଶନ ଜରିଆରେ ପଡ଼ାରେ ୧୨ଟା ଘରେ ପାଇଖାନା ତିଆର ହେଇଛେ। ହେଲେ ଅତି ହଲକା କାମ୍‌ ଲାଗି ପାଇଖାନା ବେଭାର କରି ନାଇଁ ହେଉଥିବାର ଅଭିଯୋଗ ହେଉଛେ। ପଡ଼ାରେ ୨ ବଛର ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ବସିଛେ, ଘରମାନକେ ମିଟର ବସେଇ ତାର ଟନା ଯାଇଛେ। ହେଲେ ଆଏଜ୍‌ତକ୍‌ ବିଦ୍ୟୁତ ସଂଯୋଗ ନାଇଁ ହେଇପାରି। ଯେନ୍‌ଥିରଲାଗି ପଡ଼ାବାସୀ ଆଏଜ୍‌ବି ବେଲବୁଡ଼ଲେ ଡିବିରି, ଲାଲ୍‌ଟିନ ଜାଲି ରହୁଛନ୍‌। ପଡ଼ାର ଅନେକ ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ ହେଇଥିଲାବେଲେ କେହି ହରିଶ୍ଚନ୍ଦ୍ର ଯୋଜନାର ଲାଭ ନାଇଁ ପାଇଥିବାର ଜନାଯାଇଛେ। ପଡ଼ାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ ସତ୍‌ ହେଲେ ଆଏଜ୍‌ତକ୍‌ ପ୍ରାଥମିକ ବିଦ୍ୟାଲୟଟେ ଥାପନା ନାଇଁ ହେଇପାରି। ‘ଆମ ଗଁା ଆମ ବିକାଶ’ ଯୋଜନାରେ ପଡ଼ାକେ ଟଁକାଟେ ନାଇଁ ଆସିଥିବାର ଗଁାବାସୀ କହିଛନ୍‌। ପଡ଼ାର ସମସିଆ ବାବ୍‌ଦେ ପଡ଼ାବାସୀ ଅନେକ ଥର ଥାନୀୟ ସରପଁଚ୍‌, ବିଡିଓ ଆର ବିଧାୟିକାକୁଁ ଗୁହାରି କରି ନିରାଶ ହେଇଥିବାର ଗଣମାଧ୍ୟମ ଆଘେ ବଖାନିଛନ୍‌। ଇ ସବୁ ସମସିଆ ବାବ୍‌ଦେ ଥାନୀୟ ସରପଁଚ୍‌୍‌ ପୁଷ୍ପକାନ୍ତୀ ସେଠକୁଁ ପଚରାଲାରୁ ଯେତେ ଜଲଦି ହେବା ସମସିଆର ସମାଧାନ ଲାଗି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?