ଆମ ଜିଲା ଖବର

ଜୀବିତ ବାଳକଙ୍କୁ ମୃତ ଘୋଷଣା : ଜଳେଶ୍ୱର ଡାକ୍ତରଖାନାରେ ଭଙ୍ଗାରୁଜା, ରାସ୍ତାରୋକ

ଜଳେଶ୍ୱର,୧୫ା୮: ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବା ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିବା ସହ…

ବାରିପଦା ମେଡିକାଲ କଲେଜରେ ଅବ୍ୟବସ୍ଥା,କର୍ତ୍ତୃପକ୍ଷଙ୍କୁ ତାଗିଦ କଲେ ଆଇନ ମନ୍ତ୍ରୀ

ବାରିପଦା ଅଫିସ,୧୫ା୮: ମୟୁରଭଞ୍ଜ ଜିଲା ବାରିପଦାଠାରେ ଜିଲାସ୍ତରୀୟ ସାଧୀନତା ଦିବସ ପାଳନ ସମାରୋହରେ ପଞ୍ଚାୟତିରାଜ ଓ ଆଇନ ବିଭାଗ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପତାକା ଉତ୍ତୋଳନ ପରେ ମନ୍ତ୍ରୀ ଜେନା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ…

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌

ବ୍ରହ୍ମପୁର ଅଫିସ,୧୫/୮- ମୋହଡା ନିକଟ ନରସିଙ୍ଗପୁର ଗ୍ରାମରେ ଥିବା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଏଲ. ଶୋଭନାଙ୍କୁ ଗୁରୁବାର ଦୁର୍ବୃତ୍ତମାନେ ଅକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଚିକିଟି ଏସ୍‌ଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଦିଗପହଣ୍ଡି ଥାନାଧିକାରୀ ଗୌରାଙ୍ଗ ଚରଣ…

ହାରାକୁଦର ୧୬ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଗୁରୁବାର ଖୋଲାଯାଇଛି। ୨ଟା ସୁଦ୍ଧା ୧୬ଟି ଗେଟ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଇଛି। ଗେଟ୍‌ ଖୋଲା ଯିବାପରେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ…

କୁଶଭଦ୍ରାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଗୋପ,୧୫।୮(ଡି.ଏନ୍‌.ଏ): ପୁରୀ ଜିଲାରେ ପ୍ରବାହିତ କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟାଜଳ ଆସିଥିବାବେଳେ ଗୋପ ବ୍ଲକ ଅଞ୍ଚଳ ନଦୀ କୂଳିଆ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋପ କୁଶଭଦ୍ରା ନଦୀକୂଳରେ ପଡ଼ିଥିବା ମୀନାବଜାର ବନ୍ୟାଜଳରେ ଭାସି ଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ,…

ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ୭୩ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ସକାଳ ୭ଟା ୧୫ ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ଜି.ଉଦୟଗିରି ବିଧାୟକ ସାଲୁଗା…

ନବରଙ୍ଗପୁରରେ ୭୩ତମ ସ୍ବାଧୀନତା ଦିବସ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ତ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମନ୍ତ୍ରୀ…

ଆନନ୍ଦପୁରରେ ସ୍ବାଧୀନତା ଦିବସ

ଆନନ୍ଦପୁର, ୧୫।୮(ସ୍ବ.ପ୍ର): କେନ୍ଦୁଝର ଜିଲା ଆନନ୍ଦପୁର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୮.୩୦ରେ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କଠାରୁ ଅଭିବାଦନ ଗ୍ରହଣ…

ଜେଲ୍‌ରେ ଭାଇଙ୍କୁ ରାଖୀ ବାନ୍ଧିଲେ ଭଉଣୀ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଗୁରୁବାର ରାଖୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବିଭିନ୍ନ ମାମଲାରେ ସଜା କାଟୁଥିବା ଅନ୍ତେବାସୀଙ୍କୁ ସେମାନଙ୍କ ଭଉଣୀମାନେ ରାଖୀ ବାନ୍ଧିଥିଲେ। ଏଥିପାଇଁ ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ଜେଲ୍‌ ଫାଟକର ଗୋଟିଏ ପଟେ…

ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମାଓବାଦୀ ପୋଷ୍ଟର

ନବରଙ୍ଗପୁର/ଚନ୍ଦାହାଣ୍ଡି,୧୫।୮(ବି.ପ୍ର./ଡି.ଏନ୍‌.ଏ.): ସମଗ୍ର ଭାରତ ବର୍ଷରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଫାଟକଠାରେ ମେନପୁର ଡିଭିଜନ ମାଓବାଦୀ ଲାଲରଙ୍ଗର ପୋଷ୍ଟର ଲଗାଇଛନ୍ତି। ଅଗଷ୍ଟ ୧୫କୁ…

‘ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦିଅ’

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ହେଉଛି ସଂଗ୍ରାମୀଙ୍କ ମାଟି। ଜାତିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଯାଇ ଜିଲାର ବହୁ ବୀର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି। ଏବେ ଆମେ ଯେଉଁ ସ୍ବାଧୀନତା ଉପଭୋଗ କରୁଛେ, ତାହା ଆମ ପୂର୍ବ ପିଢ଼ିଙ୍କ ଅବଦାନ। ବ୍ୟକ୍ତିଗତ…

ଦୋକାନରେ ପଶିବାବେଳେ ଧରାପଡ଼ିଲେ ୨ ଚୋର

ଧାମନଗର,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଖାରିଜକୋରୁଆ ବଜାରରେ ସୁବାସ ପଣ୍ଡାଙ୍କ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଜଣେ ଚୋର ପଶି ଚୋରି କରୁଥିବାବେଳେ ସୁବାସ ଉଠି ପଡ଼ି ଦୋକାନର ବାହାର ପଟୁ କବାଟ ବନ୍ଦ କରିଦେଇ ପୋଲିସକୁ ଖବର ଦେଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri