ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ଇଏସ୍‌ଆଇ ଡାକ୍ତରଖାନାର ମୁଖ୍ୟ କିରାଣୀ

ସୁନ୍ଦରଗଡ, ୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା କାଂଶବାହାଲସ୍ଥିତ ଇଏସ୍‌ଆଇ ହସ୍ପିଟାଲର ମୁଖ୍ୟ କିରାଣୀ ବିଷ୍ଣୁଚରଣ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଷ୍ଣୁଚରଣ ଡାକ୍ତରଖାନାର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କଠାରୁ ଜିପିଏଫ୍‌ ମଞ୍ଜୁର ପାଇଁ ୧ହଜାର ଟଙ୍କା ଲାଞ୍ଚ…

ବଲାଙ୍ଗୀର ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୨।୧୦: ବଲାଙ୍ଗୀର ଜିଲା ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ…

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଘଣ୍ଟାପଡ଼ା,୨୨।୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନର୍ଦ୍ଦିଷ୍ଟ କାଳ ଏହା…

ପୁଅର ଶାବଳ ମାଡ଼ରେ ବାପା, ଭାଇବୋହୂ ଗୁରୁତର

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଧୂଷୁରୀ ଥାନା ଅସୁରାଳି ହଂସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଶାବଳ ମାଡ଼ରେ ବାପା ଓ ଭାଇବୋହୂ ଗୁରୁତର ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର ବୃନ୍ଦାବନ କବି ଏବଂ ତାଙ୍କ…

ରେଳ ଲାଇନ୍‌ରେ କଟି ବୃଦ୍ଧା ମୃତ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ- ଧାମରା ରେଳ ଲାଇନ୍‌ ତିହିଡ଼ିଠାରେ ମାଲବାହୀ ଟ୍ରେନରେ କଟି ମଙ୍ଗଳବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ତିହିଡ଼ି ଥାନା ଅଧୀନ ଫତେପୁର ପଞ୍ଚାୟତ ବିଭୂତିପୁର ଗାଁର ବିଭୂତି ରାଉତ ବୋଲି ଜଣାପଡିଛି। ବିଭୂତି ଆତ୍ମହତ୍ୟା…

ଡ୍ରେନ୍‌ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

କଟକ ଅଫିସ, ୨୨।୧୦: କଟକ ସୂତାହାଟ ଡ୍ରେନ୍‌ କଡ଼ରୁ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଶିଶିକନ୍ୟାଙ୍କୁ ଉଦ୍ଧାରକରି ଚିକତ୍ସା ନିମନ୍ତେ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ବିଭିନ୍ନ ଦାବିନେଇ ଚାଷୀଙ୍କ ରିଲେ ଅନଶନ

ସମ୍ବଲପୁର,୨୨ା୧୦(ବ୍ୟୁରୋ): ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ଜିଲା କୃଷକ ସଂଗଠନର ମିଳିତ ଡାକରାରେ ମଙ୍ଗଳବାର ସମ୍ବଲପୁର ଜିଲାପାଳଙ୍କ ଅଫିସ ନିକଟରେ ଚାଷୀମାନେ ୨୪ଘଣ୍ଟିଆ ରିଲେ ଅନଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଘରୋଇ କମ୍ପାନୀକୁ ସାମିଲ…

ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୋଡ଼ା, ୨୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଓ୍ବାର୍ଡ ନଂ. ୩ ରେ ଥିବା ରାଉତ କମ୍ପ୍ଲେକ୍ସ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମଣ ପାତ୍ର (୫୦)। ପ୍ରକାଶ ଯେ, ଲକ୍ଷ୍ମଣ…

ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଜୟପୁର, ୨୨।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ବବିୟା ଟ୍ରେନ୍‌ ଲାଇନ୍‌ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ରାୟଗଡ଼ା ଜିଲା ଚିଲିକାମର ରିଙ୍କୁ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ରିଙ୍କୁ ବବିୟାସ୍ଥିତ କାଜୁ ମିଲ୍‌ରେ ଦୀର୍ଘଦିନ…

ମଞ୍ଜୁରୀ ରୋଡ୍‌ରେ କୁକୁର ଆତଙ୍କ, ୧୦ରୁ ଊର୍ଦ୍ଧ୍ୱ ଆହତ

ଭଣ୍ଡାରିପୋଖରୀ, ୨୨।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ରୋଡ୍‌ ଅଞ୍ଚଳରେ ମଙ୍ଗଳବାର ସକାଳେ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସକାଳୁ ଦୁଇଟି କୁକୁର ଯାହାକୁ ଦେଖିଲେ କାମୁଡିବା ଆରମ୍ଭ କରିଦେଇଥିଲେ। ଏହାକୁ ଦେଖି…

ହସ୍ପିଟାଲ ବେଡ୍‌ରେ ଲୁହ ଗଡ଼ାଉଛନ୍ତି ନାରୁ ମହାରଣା

ପୁରୀ ଅଫିସ,୨୨ା୧୦: ଓଡ଼ିଶାର ଜଣେ ଆଗଧାଡ଼ିର ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ନାରାୟଣ (ନାରୁ) ମହାରଣା। ତାଙ୍କ ପ୍ରତିଭା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ରାଜ୍ୟ ବାହାରେ ବି ସେ ସାଉଣ୍ଟିଛନ୍ତି ଅନେକ ସୁନାମ। ଏଥିପାଇଁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାର ଲାଗି…

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼ ଘଟଣା ସୋମବାର ବିବାଦୀୟ ହୋଇପଡିଛି। ଡାକ୍ତରମାନେ ନିଜ ସୀମାସରହଦ ଭୁଲି ଆଇନକୁ ହାତକୁ ନେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?