ବେପାରୀଙ୍କ କବ୍‌ଜାରେ ଚାଷୀଙ୍କ ହଳଦୀପତ୍ର

କେନ୍ଦୁଝର, ୧୯ା୧୧(ସ୍ବ.ପ୍ର.)-ଓଡିଆ ଘରେ ବାର ମାସରେ ତେର ପର୍ବ। ତେର ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା ା ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ ପ୍ରଥମାଷ୍ଟମୀ ଅସିଲେ ଓଡିଆ ଘର ମାନଙ୍କରେ ହଳଦୀପତ୍ର ଖୋଜା ପଡେ। ତେବେ ଏହି ପତ୍ର ଏକଦା ସମସ୍ତଙ୍କ ବାଡି ବଗିଚାରେ ହେଉଥିଲା। ଏଣୁ ଏହାର ଆବଶ୍ୟକତା ଘରେ ବା ଗ୍ରାମରେ ପୂରଣ ହୋଇଥାଏ। କିନ୍ତୁ ଆଜିକାଲି ହଳଦୀ ପତ୍ରର ଚାହିଦା ମୁତାବକ ମିଳୁ ନ ଥିବାରୁ ଏହା ହାଟବଜାରରେ ବିକ୍ରି ହେଉଛି। ହଳଦୀ ପତ୍ର କିଣାବିକା ଏବେ ବ୍ୟବସାୟରେ ପରିଣତ ହୋଇଗଲାଣି। ଏହି ଜିଲାରୁ ବେପାରୀ ମାନେ ବାହାର ଜିଲାକୁ ହଳଦୀପତ୍ର ନେଇ ବିକି ବେଶ ଲାଭବାନ ହେଉଛନ୍ତି। ଏଣୁ ଏହାର ଦାମ ବୃଦ୍ଧି ପାଇବା ସହ ଅନେକ ସମୟରେ ବହୁ ଉଚ୍ଚ ଦାମରେ ବିକ୍ରି ହୋଇଥାଏ ା
ଅରୁଆ ଚାଉଳ ଓ ବିରି ମିଶାଇ ପିଠଉ କରି ସେଥିରେ ନଡିଆ କୋରା ବା ପନିର ଆଦି ପୁର ଦେଇ ଏହି ପିଠା ପ୍ରସ୍ତୁତ କରାଯାଏ। ଏହି ଦିନରେ ହଳଦୀପତ୍ର ପିଠା ସହିତ ଚକୁଳି, ମଣ୍ଡା ଆଦି ପିଠା କରାଯାଇଥାଏ। ହଳଦୀପତ୍ର ସୁମଧୁର ବାସ୍ନା ପିଠାର ସ୍ବାଦକୁ ଦ୍ୱିଗୁଣିତ କରିଥାଏ। ଦୀର୍ଘ ଦିନ ଧରି ହଳଦୀ ପିଠା ଘରେ ଘରେ ଲୋକ ମାନେ ଖାଇଥାନ୍ତି। ତେବେ ପ୍ରଥମାଷ୍ଟମୀ ଦିନ ଏହି ପିଠାର ଶୁଭାରମ୍ଭ ହୋଇଥାଏ ା ପଢୁଆଁ ବା ଘରର ବଡ ପୁଅ/ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜାପାଠ କରି ପିଠା ଖାଇଥାନ୍ତି। ଚାଷୀ ତଥା ବନବାସୀ ମାନେ ଏହି ଦିନରେ ହଳଦୀପତ୍ର କାଟି ଆଣି ହାଟବଜାରରେ ବିକ୍ରି କରନ୍ତି। ତେବେ ଏହି ହଳଦୀପତ୍ରର ଚାହିଦାକୁ ଦେଖି ଚାଷୀ ମାନେ ବେଶ ସକ୍ରିୟ ହୋଇ ଉଠନ୍ତି। ତେବେ କିଛି ବର୍ଷ ହେଲା ଏହି ହଳଦୀପତ୍ର ବେପାରୀ ମାନଙ୍କ କବ୍‌ଜାକୁ ଚାଲିଯାଉଥିବାରୁ ସାଧାରଣ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ବେପାରୀ ମାନେ ଚାଷୀ ବା ବନବାସୀଙ୍କ ଠାରୁ ହଳଦୀପତ୍ର ବହୁତ କମ୍‌ ଦାମରେ କିଣି ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି। ପରେ ହଳଦୀପତ୍ର ବିଡା ୫ ଟଙ୍କାରୁ ୧୦ ଟଙ୍କା ରେ କିଣି ବିଡାକୁ ଖୋଲି ଛୋଟ ଛୋଟ ବିଡା କରି ବେପାରୀ ମାନେ ୩ ରୁ ୪ ଗୁଣା ବେଶ ମୁନାଫା କମାଇଥାନ୍ତି ବୋଲି ଅନୀଲ ସୋନକାର କୁହନ୍ତି। ଅଭାବ ଯୋଗୁ ଅନେକ ସମୟରେ ହଳଦୀପତ୍ର ପାଇଁ ଧସ୍ତାଧସ୍ତି ହେବାକୁ ପଡିଥିବା ବେଳେ କେତେକ ସ୍ଥାନରେ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଥିରେ ଚାଷୀ କିମ୍ବା ବନବାସୀ ବହୁ କଷ୍ଟରେ ବଜାରକୁ ବୋହି ଆଣି ଯେତେ ଲାଭ ପାଆନ୍ତି ନାହିଁ ା ଚାଷୀ ଓ ବନବାସୀ ମାନେ ହଳଦୀ ସାଙ୍ଗକୁ ହଳଦୀପତ୍ର ବିକି ଦୁଇ ପଇସା ପାଇଥାନ୍ତି। ଏଣୁ ଏହି ଚାଷକୁ ପ୍ରୋତ୍ସାହିତ କରାଗଲେ ବହୁ ବିଶେଷ କରି ବନବାସୀ ମାନେ ଉପକୃତ ହୋଇପାରିବେ। ପରିବର୍ତ୍ତିତ ଜଳବାୟୁ କାରଣରୁ କମ ପାଣିରେ ଏହି ଚାଷ ଭଲ ହୋଇଥାଏ ଏବଂ ହାତୀ ବା ବନ୍ୟଜନ୍ତୁ ଏହି ପତ୍ରକୁ ଖାଆନ୍ତି ନାହିଁ ା ଏଣୁ କମ ପରିଶ୍ରମ ଓ ଯତ୍ନ ଆବଶ୍ୟକ ହୋଇଥାଏ ା ଏଣୁ ଏହି ଲାଭଜନକ ଚାଷ ପାଇଁ ପ୍ରଶାସନ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି କୃଷିବିତ ତଥା ସମବାୟବିତ କାନନ ବିହାରୀ ପୋହି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?