ଆମ ଜିଲା ଖବର

ଗୋପାଳନ ସବ୍‌ସିଡି ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୦।୧୨- ଗୋପାଳନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବା ପାଇଁ ସମବାୟ ସମିତି ମାଧ୍ୟମରେ ଋଣ ଯୋଗାଇ ଦେଉଛନ୍ତି। ଚାଷୀମାନେ ଋଣ ନେଇ କିସ୍ତି ପରିଶୋଧ କରୁଥିଲେ…

ମାଈ ହାତୀ ମୃତଦେହ ଠାବ

ଉଦଳା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗ କର୍ମଚାରୀ ଏବଂ ଶିମିଳିପାଳ ଏସଟିଆର୍‌ ଅଧିକାରୀମାନେ ପହଞ୍ଚି…

ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ବିଶୋଇ,୧୦ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ରାତିରେ ଗୁଳିକରି ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭଜଣା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଡାହାଣୀ ସନ୍ଦେହରେ ଅଭିଯୁକ୍ତ ଏହିପରି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ କହିଛି। ଗିରଫ…

ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବିପତ୍ର

କପ୍ତିପଦା,୧୦ା୧୨(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଦେଇ ଟି.ଡି.ପି.ୟୁ ଏମ.ବି.ଆର(ଠାକୁରମୁଣ୍ଡା, ଡଙ୍ଗାଡିହା, ପୋଡାଡିହା,ଉଦଳା,ମାଣତ୍ରୀ,ବୈଶିଙ୍ଗା ଓ ରୂପସା) ଏମଡିଆର-୭୦ ଏକ ରାସ୍ତା ରହିଛି। ଏହି ରାସ୍ତାକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ପ୍ରଦୀପ କୁମାର ରାଉତ, ବିକାଶ…

ରେଳଷ୍ଟେଶନ ପରିସରରୁ ଜବରଦଖଲ ଉଚ୍ଛେଦ

ବେତନଟୀ,୧୦ା୧୨(ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ପରିସରରେ ଦୀର୍ଘ ବର୍ଷ ଧରି ଦୋକାନ ବଜାର ଓ ଡ଼େଲି ପରିବା ମାର୍କେଟ ଗଢି ଉଠିଥିବାବେଳେ ସୋମବାର ଏହାକୁ ଉଚ୍ଛେଦ କରାଯାଇଛି। ରେଳ ବିଭାଗ ବାଲେଶ୍ୱର କାର୍ଯ୍ୟାଳୟର ସହକାରୀ ଡିଭିଜନାଲ ଇଞ୍ଜିନିୟରଙ୍କ ପକ୍ଷରୁ ଜବରଦଖଲକାରୀଙ୍କୁ ଗତ ନଭେମ୍ବର…

ଶ୍ରଦ୍ଧାପୁର ଉପନିର୍ବାଚନରେ ବିଶୃଙ୍ଖଳା ଘଟଣା: କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୧୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା, ଭୋଟବାକ୍ସ ଖୋଲା ଓ ଭାଙ୍ଗିବା ଘଟଣା ଅଭିଯୋଗ ହେବା ପରେ କାର୍ଯ୍ୟରେ ଅବହେଳା କରିଥିବା ୬ଜଣ ଶିକ୍ଷକଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବା ପରେ ଭୋଗରାଇ ପ୍ରଥମରୁ ୧୦ମ…

ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ନିଅଁ।

ବାଲେଶ୍ୱର ଅଫିସ, ୧୦ା୧୨-ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ସୋମବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ନିଅଁ। ଲାଗିଯାଇଥିଲା। ସ୍ଥାନୀୟ ଲୋକେ ନିଅଁ। ଲାଗିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଦୁଇଟି ବାହିନୀ ଆସି ନିଅଁାଲିଭା କାର୍ଯ୍ୟରେ ନିୟୋଜିତ…

ଉତ୍ତମ ଶିକ୍ଷାରୁ ବଞ୍ଚତ୍ତ ଶ୍ରବଣବାଧିତ ଛାତ୍ର

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନ। ତାଙ୍କ ବାମ କାନକୁ ଆଦୌ ଶୁଭୁ ନ ଥିବାବେଳେ ଡାହାଣ କାନକୁ ଅଳ୍ପ ଶୁଭୁଛି। ଫଳରେ ପାଠ ପଢାରେ ସମସ୍ୟା ହେଉଛି।…

ଦୁଇଟି ସ୍ଥାନରେ ହାଟକୁ ବିରୋଧ, ରାସ୍ତା ଅବରୋଧ

ରାଇକିଆ,୧୦ା୧୨(ଡ଼ି.ଏନ.ଏ)-ରାଇକିଆ ସାପ୍ତାହିକ ହାଟ ସୋମବାର ଦୁଇଟି ସ୍ଥାନରେ ଏକା ସମୟରେ ଚାଲୁଛି। ହାଟକୁ ଆସୁଥିବା ବ୍ୟବସାୟୀମାନେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଏପରିକି ରାସ୍ତା ଉପରେ ଦୋକାନ ଖୋଲି ପ୍ରତିବାଦ ମଧ୍ୟ କରିଛନ୍ତି। ଗତ ୧୮ ତାରିଖରେ ଆର୍‌ଏମସି…

ଦାରିଙ୍ଗବାଡ଼ିରେ କୋହଲା ପାଗ :ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୨ଦିନ ହେଲା କୋହଲା ପାଗ ସାଙ୍ଗକୁ ଦିନରେ ଶୀତ ବୃଦ୍ଧି ପାଇଛି। ସୋମବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ ୧୦.୫ ଡିଗ୍ରୀ ରହିଥିବାବେଳେ ଅପରାହ୍ନ ୫ଟା ସୁଦ୍ଧା ୧୩ଡିଗ୍ରୀରେ ପହଞ୍ଚତ୍ଛି। ସେହିପରି ସର୍ବାଧିକ ତାପମାତ୍ରା…

ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ ଭିତ୍ତି କରି ଜି.ଉଦୟଗିରି ପୋଲିସ ନଂ. ୧୩୧/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ…

ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ:୭ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୦।୧୨: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ହେରାଫେରି ହେଉଛି। ଗତ ଜୁଲାଇରେ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?