ଆମ ଜିଲା ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ବ୍ରାହ୍ମଣୀଗାଁ ଫରେଷ୍ଟର ଗିରଫ

ବ୍ରହ୍ମପୁର ଅଫିସ,୩୦ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ରବିବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। କୈଳାସଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ପ୍ରାୟ ସମସ୍ତ ସମ୍ପତ୍ତି ଠୁଳ…

ସାଇକେଲରେ ୯ ଦିନରେ ୭୦୦ କି.ମି. ଯାତ୍ରା: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଅମରେଶ

ବ୍ରହ୍ମପୁର ଅଫିସ,୩୦ା୧୨-ପରିବେଶ ସୁରକ୍ଷା ନିମନ୍ତେ ଚାରାରୋପଣ କରିବା ସଚେତନତା ବାର୍ତ୍ତା ନେଇ ଗତ ୨୧ ତାରିଖରୁ ପାରାଦୀପରୁ ସାଇକେଲରେ ବାହାରି ଥିବା ଇଂ. ଅମରେଶ ନରେଶ ସାମନ୍ତ ରବିବାର ପୂର୍ବାହ୍ନରେ ବ୍ରହ୍ମପୁରରେ ତାଙ୍କ ଯାତ୍ରା ଶେଷ କରିଛନ୍ତି। ବ୍ରହ୍ମପୁର ଷ୍ଟାଡିୟମ ପରିସରରେ…

ଅବହେଳିତ ସୋଲା ଚାଷୀ: ମିଳୁନି ପ୍ରୋତ୍ସାହନ, ଜଳସେଚନ ଓ ବଜାର ସମସ୍ୟା

କେନ୍ଦୁଝର, ୩୦।୧୨(ସ୍ବ.ପ୍ର.)- ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡ଼କମଣ୍ଡରା ଓ ଆଖପାଖ ଅଞ୍ଚଳର ସୋଲା ଚାଷୀ ଉପକୃତ ହୋଇପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ସୋଲା ଚାଷକରି ପରିବାର ଗୁଜୁରାଣ କରୁଛନ୍ତି ା ବଜାର ଅଭାବରୁ କେନ୍ଦୁଝର ସହରକୁ…

ଶୀତରେ ଥରୁଛି ବଡ଼ବିଲ: ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀକୁ ଖସିଲା

ବଡ଼ବିଲ, ୩୦।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ସ୍ତର ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳ ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାନ ଯଥା, ବେଲକୁଣ୍ଡି ରାସ୍ତା, ଡ୍ୟାମ୍‌ ରୋଡ୍‌, ଠାକୁରାଣୀ, ସୟାବାଲି, ହାୟାରବୁରୁ,…

ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ୨ଗିରଫ

ପାଟଣା,୩୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ନୂଆପଡା ଗ୍ରାମର ଜଣେ ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ଉକ୍ତ ମହିଳା ଜଣଙ୍କ ଗତ ବୁଧବାର ପାଟଣା ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପାଟଣା ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଜେନା ଏହି…

ଐତିହାସିକ ଗାନ୍ଧୀ କର୍ମମନ୍ଦିର ଶ୍ରୀହୀନ

ବନ୍ତ,୩୦।୧୨(ସ୍ବ.ପ୍ର.)- ଦେଶକୁ ସ୍ବାଧୀନ କରିବା ପାଇଁ ସେତେବେଳେ ବହୁ ସ୍ଥାନରେ ସଂଗ୍ରାମୀମାନେ ମେଳି ବାନ୍ଧି ବ୍ରିଟିଶ ଶାସନ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ପରେ ସେହି ସ୍ଥାନଗୁଡ଼ିକ ସ୍ବାଧୀନତାର ମୂକ ସାକ୍ଷୀ ଭାବେ ପରିଚିତ। ସେଥିମଧ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକ…

ପର୍ଯ୍ୟଟନ କ୍ଷେତ୍ର ‘ଶମୀବୃକ୍ଷ’ ଅବହେଳିତ

କପ୍ତିପଦା,୩୦।୧୨(ଡି଼.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କୋଳିଅଳମ୍‌ ଓ ଦେବଳା ପଞ୍ଚାୟତ ସୀମାରେ ରହିଛି ପ୍ରସିଦ୍ଧ ପୌରାଣିକ ପୀଠ ‘ଶମୀବୃକ୍ଷ’। ଉଦଳାରୁ ଏହାର ଦୂରତା ପ୍ରାୟ ୧୮ କି.ମି. । ଶମୀବୃକ୍ଷ ପାହାଡ଼ର ଉଚ୍ଚତା ୭ଶହ ମିଟର। ଏହା ପାର୍ଶ୍ୱଦେଇ…

ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

କପ୍ତିପଦା,୩୦।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ୍‌ ପୋଡ଼ାଡିହା ବନଖଣ୍ଡ ଅଧୀନ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଶିମିଳିପାଳର ଜୈବବିବିଧତା, ସବୁଜିିମାପୂର୍ଣ୍ଣ ପରିବେଶ ଓ ଜଳପ୍ରପାତର ନିଆରା ଆକର୍ଷଣ ସବୁ ସମୟରେ ପର୍ଯ୍ୟଟକ, କବି, ଦାର୍ଶନିକ…

ନିଷେଧାସତ୍ତ୍ୱେ ଚାଲିଛି ବାଲି ଚୋରା ଚାଲାଣ

ଜଳେଶ୍ୱର, ୩୦।୧୨(ସ୍ବ.ପ୍ର.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ନିଷେଧାଦେଶ ପରେ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଖନନ ବନ୍ଦ ରହିଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ବାଲି ସମସ୍ୟା ଉତ୍କଟ ରୂପ ଧାରଣ କରି ସମସ୍ତ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି।…

କାର ଧକ୍କାରେ ବାଇକ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପରଜଙ୍ଗ,୨୯।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥର ଦଦରାଘାଟି ଡ୍ୟାମଠାରୁ ଅଳ୍ପ ଦୂରରେ ରବିବାର ସାରେ ଏକ ଅଜଣା କାର ଧକ୍କାରେ କୁଲେଇ ଗ୍ରାମର ଚଗଲା ରଣା (୨୧)ଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ,…

ବସ୍‌ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ପାଲଲହଡା,୨୯।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଥାନା ବତିସୁଆଁ ପଞ୍ଚାୟତ ଭୀମକାଣ୍ଡ ଛକ ନିକଟରେ ରବିବାର ଏକ ବସ୍‌ ସ୍କୁଟିକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଡିମିରିଆ ଗ୍ରାମର ପ୍ରେମାନନ୍ଦ ବିଶ୍ୱାଳ(୩୦) ଏବଂ ଚଷାଗୁରୁଜାଙ୍ଗ ଗ୍ରାମର…

ବିଲରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନଗୁଁଆ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦମକଳ କେନ୍ଦ୍ର ପଛପଟ ବିଲ ବୁଦା ନିକଟରୁ ରବିବାର ଅପରାହ୍ନରେ ଜଣେ ବୃଦ୍ଧାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତା ବୃଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?