ସମୟକୁ ଜ୍ଞାନ ଆହରଣରେ ଉପଯୋଗ କର: ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨ା୨-ପଠ୍ୟପୁସ୍ତକ ଅଧ୍ୟୟନ ଜୀବନର ମାପକାଠି ନୁହେଁ । କେବଳ ପାଠ୍ୟଖସଡା ସମ୍ପର୍କିତ ପୁସ୍ତକ ପଢି ପରୀକ୍ଷା ଦେବା ଶିକ୍ଷାର ମୂଳମନ୍ତ୍ର ନୁହେଁ । ପାଠ୍ୟପୁସ୍ତକ ସହ ଗ୍ରନ୍ଥାଗାରରେ ସଂଗୃହୀତ ପୁସ୍ତକ, ଖବରକାଗଜ ଅଧ୍ୟୟନ ମାଧ୍ୟମରେ ବାହ୍ୟଜ୍ଞାନ ଆହରଣ କରି ସମୟର ସଦୁପଯୋଗ କରିବା ଶିକ୍ଷାର ହିଁ ପ୍ରକୃତ ଲକ୍ଷ୍ୟ । ଛାତ୍ର ସମୟରେ ଜ୍ଞାନ ଆହରଣ ପାଇଁ ମିଳୁଥିବା ସମୟକୁ ଅପଚୟ ନ କରି ତାହାର ସୁବିନିଯୋଗ କରିବାକୁ ହେବ ବୋଲି ଖଲ୍ଲିିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ବାର୍ଷିକୋତ୍ସବରେ ଶନିବାର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ଏହା କହିଛନ୍ତି । ଅଧ୍ୟୟନ ତଥା ଜ୍ଞାନ ଆହରଣ କ୍ଷେତ୍ରରେ ସମୟକୁ ବିନିଯୋଗ କରି ମାତାପିତାଙ୍କ ସ୍ବପ୍ନ ପୂରଣ କରିବା ଦିଗରେ ଛାତ୍ରୀଛାତ୍ରମାନେ ସଙ୍କଳ୍ପ ନେବାକୁ ମନ୍ତ୍ରୀ କହିଥିଲେ ।
ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟର ଅବକ୍ଷୟ ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଧୀରେ ଧୀରେ ଅପସଂସ୍କୃତି ଆଡକୁ ଗତିଶୀଳ ହେଉଛି। ଏହାର ପ୍ରଚାର ପ୍ରସାର ଦିଗରେ ଏବେଠାରୁ ପଦକ୍ଷେପ ଗ୍ରହଣ ନ କଲେ ଏହି ଭାଷା ଆଗକୁ ଯାଇ ଓଡ଼ିଆଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ମୁଖ୍ୟବକ୍ତା ତ୍ରିପାଠୀ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷା ଉତ୍ତମା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ମନ୍ତ୍ରୀ ସାହୁ ଉଦ୍‌ଘାଟନ କରିଥିଲେ । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ତଥା ମୋ କଲେଜ ଅଧ୍ୟକ୍ଷ ନାୟକ ସରକାରଙ୍କ ମୋ କଲେଜ ସମ୍ପର୍କରେ ଆଲୋଚନା କରିଥିଲେ।
ସରକାରଙ୍କ ମୋ କଲେଜ କାର୍ଯ୍ୟକ୍ରମ କଲେଜ କର୍ତ୍ତୃପକ୍ଷ ଓ ପୁରାତନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ସମ୍ପର୍କର ସେତୁ ସୃଷ୍ଟି କରିବ। ପୁରାତନ ଛାତ୍ରୀଛାତ୍ରଙ୍କ ସମେତ ରାଜ୍ୟ ସରକାରଙ୍କ ମୋ କଲେଜ ଯୋଜନାର ମିଳିତ ସହଯୋଗରେ ମହାବିଦ୍ୟାଳୟଗୁଡିକରେ ଥିବା ସମସ୍ୟାର ସମାଧାନ ଓ ବିକାଶ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ନାୟକ କହିଥିଲେ । ଛାତ୍ର ସଂସଦ ଉପଦେଷ୍ଟା ଡ. ପ୍ରଶାନ୍ତ ନରେନ୍ଦ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡ. ବିଦ୍ୟୁତ୍‌ପ୍ରଭା ସାହୁ ନାଟ୍ୟ ସଂସଦ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ମହାବିଦ୍ୟାଳୟ ଉପାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ. ପଞ୍ଚାନନ ଗୌଡ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri