ଆମ ଜିଲା ଖବର

ନିଖୋଜ ଶୁଭେନ୍ଦୁଙ୍କ ମୃତଦେହ ମିଳିଲା: ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରବର୍ଗ

ରାଇକିଆ,୬।୨(ଡି.ଏନ୍‌.ଏ.) : ଜାନୁୟାରୀ ୧୫ରୁ ନିଖୋଜ ଥିବା କନ୍ଧମାଳ ଜିଲା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଉଦ୍ଧାର କରାଯାଇଛି। ସକାଳୁ ପାହାଡ଼ ନିକଟରେ ଏକ ମୃତଦେହ ପଡ଼ିଥିବା ଏବଂ ତାହା ପଚି ଗନ୍ଧ ବାହାରୁଥିବା…

ଘର ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କିକୋଟ,୬।୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟିସ୍ଥିତ ଖୁର୍ସିଦ୍‌ ମହମ୍ମଦଙ୍କ ଘରୁ ବୁଧବାର ରାତିରେ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନାଗହଣା ଚୋରି ହୋଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଖୁର୍ସିଦ୍‌ ଦୀର୍ଘ ୨୦ ବର୍ଷ ଧରି ଲଙ୍ଗଳକଣ୍ଟିରେ…

ଖାଉଟି ସାମଗ୍ରୀ ଯୋଗାଣରେ ଅନିୟମିତତା: ଡିଲର ପରିବର୍ତ୍ତନ ନେଇ ବିଡିଓଙ୍କୁ ଘେରିଲେ ରିଘାଗଡ଼ ଗ୍ରାମବାସୀ

ରାଜନଗର, ୬।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରିଘାଗଡ଼ ଗ୍ରାମର ଡିଲର କ୍ଷୀରୋଦ ମହାରଣା ଖାଉଟି ସାମଗ୍ରୀ ଯୋଗାଇବା କ୍ଷେତ୍ରରେ ଅନିୟମିତତା, ଖାଉଟିମାନଙ୍କୁ ଦୁର୍ବବ୍ୟହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେମାନେ ଗୁରୁବାର ରାଜନଗର ବିଡିଓଙ୍କ ଅଫିସ ଘେରାଉ…

ଜଙ୍ଗଲ ଭିତରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ପୋଲିସର ଛାନ୍‌ଭିନ

ଭବାନୀପାଟଣା,୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ଅନ୍ତର୍ଗତ କିଡିଙ୍ଗ ଗାଁକୁ ଲାଗିଥିବା ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବାବେଳେ ପୋଲିସ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଚଳାଇଛି। ମୃତଦେହର ମୁଣ୍ଡ ଓ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାବେଳେ…

ସମ୍ବଲପୁର ଗସ୍ତରେ ପୋଲିସ ଡିଜି: ଅପରାଧ ନିୟନ୍ତ୍ରଣ, ୫-ଟି କାର୍ଯ୍ୟକାରିତା ନେଇ ସମୀକ୍ଷା

ସମ୍ବଲପୁର,୬।୨(ବ୍ୟୁରୋ)-ପୋଲିସ ଡିଜି ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ଡିଭିଜନ ଜିଲାର ଏସ୍‌ପିମାନଙ୍କୁ ନେଇ ସେ ସମୀକ୍ଷା ବୈଠକ କରିଥିଲେ। ସାଇବର ଅପରାଧ, ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବା, ରାଜ୍ୟ ବାହାରକୁ ଆସୁଥିବା ଅପରାଧୀଙ୍କୁ…

୧୫ ମେଣ୍ଢା ମାରିଲା ଅଜଣା ଜନ୍ତୁ, ୮ ଗୁରୁତର

କର୍ଲାମୁଣ୍ଡା/ମ.ରାମପୁର/କେସିଙ୍ଗା(ଡି.ଏନ.ଏ) ୬।୨: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ଡଙ୍ଗାପଡା ଗାଁରେ ବୁଧବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୧୫ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ମେଣ୍ଢା ଗୁରୁତର ଥିବା ଜଣାପଡିଛି। ସୂଚନାନୁଯାୟୀ, ଡଙ୍ଗାପଡା ଗାଁର କୈଳାସ ମାଝୀଙ୍କ…

୪୫ ଦିନ ହେଲାଣି ମଣ୍ଡିରୁ ଉଠୁନି ଧାନ: ମାଲକାନଗିରି-ବାଲିମେଳା ରାସ୍ତା ଅବରୋଧ କଲେ ଚାଷୀ

କୋରୁକୋଣ୍ଡା,୬।୨(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବାରମ୍ବାର ଚାଷୀ ମହଲରେ ଉତ୍ତେଜନା ଦେଖିବାକୁ ମିଳୁଛି। ବୁଧବାର ଜିଲାର ଗୋବିନ୍ଦପାଲିଠାରେ ମଣ୍ଡିରୁ ଧାନ ଉଠୁ ନ ଥିବା ହେତୁ ମାଲକାନଗିରି-ଜୟପୁର ରାସ୍ତା ଅବରୋଧ କରି ଚାଷୀ ଧାରଣାରେ ବସିଥିଲେ। ସେହିଭଳି ଗୁରୁବାର ସକାଳେ ଜିଲାର କୋରୁକୋଣ୍ଡାଠାରେ…

ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ରେ ଚଳିତ ବର୍ଷର ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ଏସ୍‌ସିବି ପୁନର୍ବିନ୍ୟାସ: ଜୋବ୍ରା ଅଞ୍ଚଳରେ ଉଚ୍ଛେଦ ବେଳେ ପ୍ରତିବାଦ

କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ର ନବକଳେବର ଲାଗି ଗୁରୁବାର ଜୋବ୍ରା ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି। ଇଲେକ୍ଟ୍ରି ଅଫିସଠାରୁ ଚୂନଭାଟି ଗଳି ଏବଂ ନାଳକଡ଼ ରାସ୍ତାରୁ ଉଚ୍ଛେଦ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ…

ବାର୍‌ହା ଫାଶରେ ପଡ଼ି ଯୁବକ ଗୁରୁତର

ଲୋଇସିଂହା,୬।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସିଆଲବାହାଲି ଗାଁରେ ବିଛାଯାଇଥିବା ବାର୍‌ହା ଫାଶରେ ପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ସିଆଲବାହାଲି ଗାଁର ଭିକାରି ଧରୁଆ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା…

ବର୍ଷା ପାଇଁ ଭିତରକନିକା ମହୋତ୍ସବ ୧୪କୁ ଘୁଞ୍ଚିଲା

ରାଜନଗର , ୬ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ନଳିତାପାଟିଆ ଠାରେ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିଲା। ଏଥିପାଇଁ ଟେଣ୍ଟ ବନ୍ଧା କାମ ଚାଲିଥିଲା। ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ମରାଯାଇଥିଲା।…

ବିଶୃଙ୍ଖଳିତ ଛାତ୍ରୀଛାତ୍ରଙ୍କ ବହିଷ୍କାର ଦାବିରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ

ତିହିଡ଼ି,୬।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ କଲେଜର ଛାତ୍ରୀଛାତ୍ର ଗୁରୁବାର ମଧ୍ୟାହ୍ନରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶୃଙ୍ଖଳିତ କିଛି ଛାତ୍ରୀଛାତ୍ରଙ୍କୁ କଲେଜରୁ ବହିଷ୍କାର ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଅଧ୍ୟକ୍ଷ ଡ.ଅଜିଜୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?