ଆମ ଜିଲା ଖବର

ହାତୀ ଘଉଡ଼ାଇବା ବେଳେ ଦୁଇ ରାଜ୍ୟବାସୀ ମୁହାଁମୁହିଁ

ଜଳେଶ୍ୱର,୧୯।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସୀମାନ୍ତରେ ଦୀର୍ଘ ୧ମାସ ଧରି ୧୮ଟି ହାତୀ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଆସୁଥିବାବେଳେ ସୋମବାର ବାଲେଶ୍ୱର ବନବିଭାଗର ୭ଟି ଟିମ୍‌ ହାତୀପଲକୁ ପଶ୍ଚିମବଙ୍ଗକୁ ଘଉଡାଇବା ବେଳେ ସୀମାନ୍ତରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ହାତୀପଲ…

କାଲେରୁ ସେତୁ ଉଦ୍‌ଘାଟନ ଦାବିରେ ଧାରଣା: ଜନ ପ୍ରତିନିଧି, ସେତୁ ସୀମାନ୍ତବର୍ତ୍ତୀ ଗ୍ରାମବାସୀ ସାମିଲ

କାଲିମେଳା,୧୮।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁସ୍ଥିତ ସିଲେରୁ ନଦୀ ଉପରେ ନିର୍ମିତ କାଲେରୁ ସେତୁ ଉଦ୍‌ଘାଟନ ଦାବି କରି ମଙ୍ଗଳବାର ଜିଲାର ବିଭିନ୍ନ ରାଜନୈତିକ ଦଳର ଲୋକ ପ୍ରତିନିଧି ଏବଂ ଜନସାଧାରଣ ସେତୁ ନିକଟରେ ଧାରଣାରେ ବସିଛନ୍ତି। ଆନ୍ଧ୍ର…

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ

ଆଠମଲ୍ଲିକ,୧୮।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପୁରୁଣାମାଣତ୍ରୀ ସେବା ସମବାୟ ସମିତି ଧାନ ମଣ୍ଡିରୁ ଦୀର୍ଘ ୫ ଦିନ ହେଲା ଧାନ ଉଠି ପାରୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଥମେ ଚାଷୀଙ୍କୁ ଆଗୁଆ ଟୋକନ ଦିଆଯାଇଥିଲା। ଟୋକନ…

ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଓଡ଼ିଶା ଦଳରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର ଅଫିସ,୧୮।୨-ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ହେବ ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶା ପୁରୁଷ ଦଳ ଘୋଷିତ ହୋଇଯାଇଛି। ପ୍ରଥମଥର ଲାଗି ବାଲେଶ୍ୱରର ଖେଳାଳି ଜୟପ୍ରକାଶ ସିଂ ଓ ଗୋଲାମ ଅଲ୍ଲିଖଁା…

ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଇ ଆସୁଛି। ଏପରି ଘଟଣାର ସୁରାକ ପାଇ ଜଳେଶ୍ୱର ପୋଲିସ୍‌ ଏଠାରୁ…

ଫେରାର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଭିଜିଲାନ୍ସ

ଭଦ୍ରକ ଅଫିସ,୧୮।୨- ଲାଞ୍ଚ ନେବା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାସେ ହେଲା ଫେରାର ଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ନିର୍ବାହୀ ଯନ୍ତ୍ରୀ ମାନସ କୁମାର ମହାନ୍ତିଙ୍କୁ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ପଟିଆସ୍ଥିତ ତାଙ୍କ ଘରୁ ଗିରଫ କରିଛି।…

ବୁଧବାରଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା

କଟକ ଅଫିସ,୧୮ା୨- ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଗୋଟିଏ ଦିନରୁ ହିଁ ଆରମ୍ଭ ହେବ। ଚଳିତବର୍ଷ ମୋଟ୍‌ ୨୮୮୮ ପରୀକ୍ଷା…

ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା: ୩ ଗିରଫ

ପୁରୀ ଅଫିସ, ୧୮ା୨: ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିସାହିର ଆନନ୍ଦ ସାହୁ (୨୫), କାଳିକାଦେବୀ ସାହିର ଆଲୋକ ସାହୁ (୨୫) ଏବଂ…

ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ପୀଠ ପ୍ରସ୍ତୁତ

ପୁରୀ ଅଫିସ, ୧୮ା୨: ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏହା ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ବର୍ଷକରେ ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ। ତେଣୁ ପଙ୍କୋଦ୍ଧାର…

ଭିଜିଲାନ୍ସ ଜାଲରେ ଭେଡେନ ତହସିଲ ଅମିନ

ବରଗଡ଼ ଅଫିସ, ୧୮।୨- ବରଗଡ଼ ଜିଲା ଭେଡେନ ତହସିଲ ଅଫିସରେ କାର୍ଯ୍ୟରତ ଅମିନ ଲଲିତ ମେହେର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜମି ଚିହ୍ନଟ(ଡିମାରକେଶନ) ପାଇଁ ଅଛାଣ୍ଡପାଲି ଗ୍ରାମର କ୍ଷୀରସିନ୍ଧୁ ଡାଙ୍ଗଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ପ୍ରସଙ୍ଗ: କେସ୍‌ ସ୍ଥାନାନ୍ତର ପ୍ରତ୍ୟାହାର କରିବାକୁ ନରସିଂହଙ୍କ ଦାବି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ଯୋଗୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ସମସ୍ତ କେସ୍‌ଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ଦ୍ୱାରା ଲୋକମୋନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦୂରଦୂରାନ୍ତକୁ ଯାଇ କେସ୍‌ ଲଢ଼ିବା ଲୋକଙ୍କ…

ଗେଷ୍ଟ ହାଉସ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ଅଟକ ରଖିଲା ସମୁଦ୍ରକୂଳ ପୋଲିସ

ପୁରୀ ଅଫିସ,୧୮।୨: ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ଏକ ଗେଷ୍ଟ ହାଉସ୍‌ରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତାଙ୍କ ପ୍ରେମିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?