ଆମ ଜିଲା ଖବର

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ନିର୍ବାହୀ ଅଧିକାରୀଙ୍କୁ ଘେରିଲେ

ବାଲେଶ୍ୱର ଅଫିସ, ୨୬।୨-ବାଲେଶ୍ୱର ସହର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ଲାଗି ଜିଲା ପ୍ରଶାସନ ଓ ପୌରପାଳିକା କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୌରପାଳିକା କର୍ତ୍ତୃପକ୍ଷଙ୍କ ପାତରଅନ୍ତର ନୀତି ଯୋଗୁ ବିଭିନ୍ନ ବସ୍ତିରେ ଉତ୍ତେଜନା ସୃଷ୍ଟି ହେଉଛି। ଘଟଣାସ୍ଥଳରେ ଉପସ୍ଥିତ…

ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ସର୍ବଭାରତୀୟ ସଫଳତା: ଚିତ୍ରଭାରତୀ ସମ୍ମାନ ପାଇଲା ‘ଶ୍ରୀକ୍ଷେତ୍ରରୁ ସାହିଜାତ’

କଟକ ଅଫିସ,୨୫ା୨- ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ରକୁ ମିଳିଛି ମର୍ଯ୍ୟାଦାଜନକ ‘ଚିତ୍ରଭାରତୀ ସମ୍ମାନ’। ଗୁଜରାଟର ଅହମ୍ମଦାବାଦ୍‌ଠାରେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଚିତ୍ର ଭାରତୀ ସିନେ ଉତ୍ସବ ଆୟୋଜିତ…

ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟି ବୈଠକ: ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୫ା୨- ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ, ରେଲଓ୍ବେ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।…

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ ଗଛ ଉପୁଡିବା ସହ ଡାଳପତ୍ର ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁ ଜାତୀୟ ରାଜପଥ…

ଚମ୍ପକେଶ୍ୱର ମନ୍ଦିରରୁ ବାସନ ଚୋରି ଘଟଣା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବଡ଼ବିଲ,୨୫।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣୀ ଥାନା ତଥା ବଡବିଲ ପୌରାଂଚଳ ମାଟକାମବେଡାସ୍ଥିତ ଚମ୍ପକେଶ୍ୱର ମନ୍ଦିରରୁ ବାସନକୁସନ ଚୋରି ମାମଲାର ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଘଟଣାରେ ବିଚାରାଧୀନ କଏଦୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୮୦୦…

ମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫ

ଦାରିଙ୍ଗବାଡି,୨୫।୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ରୋଷେୟା(ବିଧବା)ଙ୍କୁ ୩ବର୍ଷ ଧରି ଅସଦାଚରଣ କରିଆସୁଥିବା ଘଟଣାରେ ମଙ୍ଗଳବାର ଦାରିଙ୍ଗବାଡି ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୫ ଲକ୍ଷର ପୁରସ୍କାର ରାଶି

ମାଲକାନଗିରି,୨୫।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ କେଙ୍କ ନିକଟରେ ଆଜି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ କମୁଳୁ ବେଟି। ଛତିଶଗଡ଼ ବିଜାପୁର ଜିଲା କମକା ଗ୍ରାମରେ ତାଙ୍କ ଘର ବୋଲି…

ରଣଝାଲି ଗ୍ରାମରେ ପାନୀୟ ଜଳ ସଙ୍କଟ: ହାଣ୍ଡି ମାଠିଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ମହିଳା

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ୪ ଓ ୫ ନଂ ୱାର୍ଡରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏ ନେଇ ଦୀର୍ଘଦିନ ଧରି ଲୋକେ ବ୍ଲକ ଓ ଜିଲା ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ…

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା, ୨୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍‌ ନଂ. ୫୧/୨୦୧୫ର ଶୁଣାଣି କରିଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଡେମେରମୁଣ୍ଡା ଗ୍ରାମର ଅଭିଯୁକ୍ତ ଶିଶୁପାଲ ମାଝିଙ୍କୁ ଆଜୀବନ…

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ

ପୁରୀ ଅଫିସ, ୨୫।୨: ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଏବଂ ପିଅନ କବିତା ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମି ପଟ୍ଟା ମ୍ୟୁଟେଶନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କଠାରୁ ସେ…

ଭିଜିଲାନ୍ସ ଜାଲରେ ବଡ଼ବିଲ ସହକାରୀ ରାଜସ୍ବ ନିରୀକ୍ଷକ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ବଡ଼ବିଲ,୨୫।୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କାରାକୋହ୍ଲ ଅଞ୍ଚଳର ଜାକ୍ରିଏସ କିସପଟା ନାମକ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ଏଆର୍‌ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ୱର ମାରାଣ୍ଡି ୩ ହଜାର ଟଙ୍କା…

ପୁରୁଷୋତ୍ତମପୁର କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ

ପୁରୁଷୋତ୍ତମପୁର, ୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଦିଲ୍ଲୀପ କୁମାର ବାରିକ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବଲାଙ୍ଗୀର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?