ଆମ ଜିଲା ଖବର

ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାର

ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ତାର ଛିଡିଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି।…

କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ଏଥିରେ ବୀଜମରା ସ୍ବାମୀ ବିବେକାନନ୍ଦ ହାଇସ୍କୁଲରେ ୪ ଜଣ, ଖଲିଆଭଟା ସରକାରୀ…

ଲାଞ୍ଚନେବା ପଡ଼ିଲା ମହଙ୍ଗା: ବାଧ୍ୟତାମୂଳକ ଅବସର ଗ୍ରହଣ କଲେ କୋକସରା ତହସିଲର ରେଭିନ୍ୟୁ ଇନ୍ସପେକ୍ଟର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ଲାଞ୍ଚନେବା କଳାହାଣ୍ଡି ଜିଲା କୋକସରା ତହସିଲର ରେ୍‌ଭିନ୍ୟୁ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଚାକିରି ଶେଷ ହୋଇ ନ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ରେଭିନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତଙ୍କୁ ଚାକିରିରୁ ଅବସର ଦିଆଯାଇଛି। ସେ ବହୁବାର ଲାଞ୍ଚ ନେଇ…

ଅଦିନିଆ ବର୍ଷା: ଚାଷୀ ଆତଙ୍କିତ

ସରଣ୍ଡା,୨୫।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିଛି। ସୋମବାର ମଧ୍ୟ ଦିନତମାମ ବର୍ଷା ଲାଗି ରହିଥିବା ଯୋଗୁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି। ଅଦିନିଆ ବର୍ଷା ଲାଗି ବିଲାତି ବାଇଗଣ, ଫୁଲକୋବି, ପୋଟଳ,…

ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

କାଳିଆପାଣି,୨୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। କାଳିଆପାଣି ଖଣି ଅଞ୍ଚଳରେ ଟାଟା ଷ୍ଟିଲ ପରିସରରେ ରହିଥିବା ଇଂଲିଶ ମିଡିୟମ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ…

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା

ଚିତ୍ରକୋଣ୍ଡା,୨୫।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ଦର୍ଶାଇ ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ଗ୍ରାମ ନିକଟବର୍ତ୍ତୀ ଖଜୁରିଗୁଡ଼ା ଜଙ୍ଗଲର ବିହନଗୁଡ଼ା ଛକ ନିକଟରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସେ…

ବିଦ୍ୟୁତ୍‌ ସର୍ଟଶର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ପରିବାରଙ୍କ ୭ ଘର ଜଳିଗଲା

କୃଷ୍ଣପ୍ରସାଦ, ୨୫।୨(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବାଲିନାସୀ ଗାଁରେ ମଙ୍ଗଳବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ପରିବାରଙ୍କ ୭ଟି ଘର ଜଳାଯାଇଛି। ସୁଦର୍ଶନ ବେହେରା, ସୁମନ ବେହେରା, ରାଜକୁମାରୀ ବେହେରା, ବିନୋଦିନୀ ବେହେରା ଏବଂ ଅନୀଳ ବେହେରାଙ୍କ ଘର…

ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ ମଙ୍ଗଳବାର ମଧ୍ୟ ହେ-ହଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳ ସଦସ୍ୟ…

ରାଜ୍ୟରେ ଲଗାଣ ବର୍ଷା: ଆଉ ୩୬ ଘଣ୍ଟା ବର୍ଷିବ, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ମେଘୁଆ ପାଗ ସହିତ ଝିପି ଝିପି ବର୍ଷା ଲାଗିରହିଛି। କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା…

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ,୨୫ା୨: ଫାଲ୍‌ଗୁନ ଶୁକ୍ଳ ପ୍ରତିପଦାରେ ସୋମବାର ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜ୍ଞାମାଳ ପାଇ ବେଣ୍ଟ (ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ। ବିମାନବଡୁ ସେବକମାନେ…

ରାଜ୍ୟର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳ: ସୁସ୍ଥହୋଇ ଘରକୁ ଫେରିଲେ ଫିରୋଜ

କଟକ ଅଫିସ,୨୫ା୨: ରାଜ୍ୟର ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବା ଜଣେ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀକୁ ନେଇ ଜଣେ ଜୀବିତଙ୍କ ଶରୀରରେ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। କଟକ ଏସ୍‌ସିବି ମେଡିକାଲରେ କିଡ୍‌ନୀ ପ୍ରତିରୋପଣ ସହ ତିନି ସପ୍ତାହ…

ଆଜି ପୁରୀ ଆସିବେ ମମତା

ପୁରୀ ଅଫିସ,୨୫ା୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁରୀ ଗସ୍ତରେ ଆସିବେ। ସ୍ଥାନୀୟ ଏକ ହୋଟେଲରେ ତାଙ୍କ ରହିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପୋଲିସ ପକ୍ଷରୁ ସମ୍ପୃକ୍ତ ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?