ଆମ ଜିଲା ଖବର

ଦାରିଙ୍ଗବାଡ଼ିରୁ ଝାରସୁଗୁଡ଼ାକୁ ଗଡ଼ିଲା ସରକାରୀ ବସ୍‌

ଦାରିଙ୍ଗବାଡ଼ି,୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଏବେ ଯାତ୍ରୀ ପରିବହନ ଦିଗରେ ସୁଧାର ଆସିଛି ା ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ପାଇଁ ଏକ ଯାତ୍ରୀବାହୀ ବସ୍‌ ଚଳାଚଳର ସୁବିଧା କରାଯାଇଛି।…

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ନେଇ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା। ବୁଧବାର ଅପରାହ୍ନରେ ତାହାର…

ଟ୍ରାନ୍ସଫର୍ମରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌: ଦୁଇ ଗୁରୁତର

ରାୟଗଡ଼ା ଅଫିସ,୫।୩: କାଶୀପୁର ସଦର ମହକୁମାରେ ବୁଧବାର ବିଳମ୍ବିତ ରାତିରେ ହନୁମାନ ନାମକ ଏକ ବସ୍‌ ସୁଙ୍ଗେରଠାରୁ କାଶୀପୁର ଆଡ଼କୁ ଫେରୁଥିଲା। ମେଡିକାଲ ଛକ ଗଡ଼ାଣିଆରେ ବ୍ରେକ୍‌ ମାରିବାରୁ ଭାରସାମ୍ୟ ହରାଇ ସମ୍ମୁଖରେ ଥିବା ଟ୍ରାନ୍ସଫୋର୍ମରରେ ପିଟି ହୋଇ ଏକ ପାନ…

ଭିମ୍‌ସାରରେ ସ୍ବାଇନଫ୍ଲୁ ରୋଗୀ

ସମ୍ବଲପୁର,୫ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ସୁନ୍ଦରଗଡ଼ର ଜଣେ ସ୍ବାଇନଫ୍ଲୁ ରୋଗୀ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ସ୍ବତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଦର୍ଶନ ପୋଥାଳ କହିଛନ୍ତି ଯେ, ସ୍ବାଇନଫ୍ଲୁ ପାଇଁ…

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀଙ୍କ ମାଲ୍ୟାର୍ପଣ

ବଡ଼ବିଲ,୫।୩(ସ୍ବ.ପ୍ର.): ମାର୍ଚ୍ଚ ୫ ଅର୍ଥାତ୍‌ ଆଜି ରାଜ୍ୟ ବ୍ୟାପୀ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଉଛି। ସେଥିନିମନ୍ତେ, କେନ୍ଦୁଝର ଜିଲା ବଡ଼ବିଲ ପୋରାଞ୍ଚଳର ମାଟକାମବେଡା କଳିଙ୍ଗସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ…

ତାଗିଦ ସତ୍ତ୍ୱେ ମାନୁନି ଇସ୍କନ: ମଥୁରାରେ ଅଦିନିଆ ରଥଯାତ୍ରା ନେଇ ଚର୍ଚ୍ଚା

ପୁରୀ ଅଫିସ,୫।୩: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନାହିଁ ଇସ୍କନ। ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା କରି ବିବାଦୀୟ ହୋଇପଡିଥିବା ଇସ୍କନ ଏବେ ନାମ ପରିବର୍ତ୍ତନ କରି ଅଦିନିଆ ରଥଯାତ୍ରା କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ତେବେ ସୋସିଆଲ…

ବରଗଡ଼ରେ ଟୋକନ ସମସ୍ୟା, ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ: ପଦ୍ମପୁର-ନୂଆପଡ଼ା ରାସ୍ତା ଅବରୋଧ କଲେ

ବରଗଡ଼ ଅଫିସ,୫।୩- ବରଗଡ ଜିଲାରେ ଧାନବିକ୍ରିକୁ ନେଇ ଟୋକନ ସମସ୍ୟା ଦୂର ହୋଇନାହିଁ। କେତେକ ଚାଷୀଙ୍କୁ ଟୋକନ ମିଳିଥିବା ସତ୍ତ୍ବେ ଧାନ ବିକ୍ରି କରି ପାରି ନ ଥିବାବେଳେ ଅନେକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇ ଧାନ ବିକ୍ରି କରି…

ଟ୍ରକ୍‌ ପଛରେ ପିଟିହେଲା ବୋଲେରୋ

କୋଳିମାଟି,୫।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନରେ ରହିଥିବା କନ୍ତୋମୂଶଳ ପୋଲ ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଯୋଡ଼ାରୁ ଗୋଟିଏ ବୋଲେରୋରେ ୩…

ଅପହୃତ ସିକ୍ୟୁରିଟି ସଂସ୍ଥା ମାଲିକ, କର୍ମଚାରୀ ଉଦ୍ଧାର

କଟକ ଅଫିସ, ୫ା୩: ବଜ୍ରକବାଟି ରୋଡ୍‌ ଅଞ୍ଚଳରୁ ଅପହୃତ ହୋଇଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ବୁଧବାର ବାଦାମବାଡ଼ି ଥାନା ପୋଲିସ ଭୁବନେଶ୍ୱରରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବେଗୁନିଆରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ୍‌/ବେଗୁନିଆ, ୫ା୩(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ନବକିଶୋର ସାହୁ (୩୮)। ନବକିଶୋର ଦୀର୍ଘଦିନ ହେଲା…

ଶେରଗଡ଼ରେ ବିଜୁ ଜୟନ୍ତୀ ଦିବସ ପାଳିତ

ଶେରଗଡ଼,୫।୩(ଡି.ଏନ.ଏ.): ଶେରଗଡ଼ ବ୍ଲକରେ ବିଜେଡି ପକ୍ଷରୁ ଗୁରୁବାର ବିଜୁ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ସକାଳ ୮ଟାରେ ଶେରଗଡ଼ ଚାରି ଛକରେ ବିଜେଡିକର୍ମୀ ଓ ନେତାମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରି ବିଜୁ ବାବୁଙ୍କ ଗୁଣଗାନ କରିଥିଲେ। ଏହାପରେ ଶେରଗଡ଼…

ବିଜୁ ଜୟନ୍ତୀ ପାଳିତ

କେନ୍ଦୁଝର, ୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଗୁରୁବାର ଦିନ ଜିଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ। ଏଥିସହ ବିଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?