Posted inକଟକ

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସଦର,୨୯ା୩(ଡି.ଏନ୍‌.ଏ.)- କିଶନ ନଗର ଥାନା ଅନ୍ତର୍ଗତ କିଶୋର ନଗର ବଜାର ନିକଟସ୍ଥ ମହାନଦୀରୁ ରବିବାର ସକାଳେ ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବିଶ୍ୱନାଥ ନନ୍ଦୀ। ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଏ ନେଇ ପୋଲିସ ନଂ.୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବିଶ୍ୱନାଥ ଶନିବାର ରାତିରେ ଘରକୁ ଫେରି ନ ଥିଲେ। ରବିବାର ସକାଳେ ଗଁା ଲୋକେ ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ବିଶ୍ୱନାଥଙ୍କ ପ୍ୟାଣ୍ଟ ଶାର୍ଟ ବାହାରେ ଥିବା ଦେଖିଥିଲେ। କିନ୍ତୁ ଲୋକେ ଗାଧୋଉଥିବାବେଳେ ତାଙ୍କ ମୃତଦେହ ଦେଖିଥିଲେ। ପରେ ପୋଲିସ ଓ ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ରଘୁନାଥପୁର ଅଗ୍ନିଶମ ବିଭାଗକୁ କହିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ବିଶ୍ୱନାଥଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବ୍ୟଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ବାମଦେବ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ଭର୍ତ୍ତୁହରିଙ୍କ ହୋଲି ବନ୍ଧୁମିଳନରେ ଅନୁଭବ,ଭାଜପା ନେତା

କଟକ, ୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ)ହୋଲି ପର୍ବ ବା ହୋଲି ବନ୍ଧୁମିଳନ ପ୍ରତିବର୍ଷ ପରି ଏବର୍ଷ ବି ପାଳିଛନ୍ତି କଟକ ଏମ୍‌ପି ଭର୍ତ୍ତୃହରି ମହତାବ। କିଛିଦିନ ବ୍ୟବଧାନରେ ସେ...

ବାରବାଟୀ-କଟକ ଉପରେ ନଜର

କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ)ବିଜେଡି ପକ୍ଷରୁ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରାଯାଇଛି। ବିଧାନସଭା ଆସନ ପାଇଁ ଚୌଦ୍ୱାର-କଟକରୁ ପ୍ରାର୍ଥୀ ଭାବେ ସୌଭିକ୍‌...

ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ,୨୭ା୩(କାର୍ତ୍ତିକ ସାହୁ): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିବା ଘଟଣାରେ ଓଡ଼ିଶା ମାନବିକ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ମାମଲା ବୁଧବାର ରୁଜୁ ହୋଇଛି। ମାମଲାର ପକ୍ଷମାନଙ୍କୁ...

କନଷ୍ଟେବଳଙ୍କ ମୃତଦେହ ନେବାପାଇଁ ୨ ସ୍ତ୍ରୀ-ମା’ଙ୍କ ମଧ୍ୟରେ ଟଣାଓଟରା

କଟକ,୨୭।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସସିବି ମେଡିକାଲରେ ବୁଧବାର ଜଣେ କନଷ୍ଟେବଳଙ୍କ ମୃତ୍ୟପରେ ମୃତଦେହ ନେବା ପାଇଁ କନଷ୍ଟେବଳଙ୍କ ସ୍ତ୍ରୀ ଏବଂ ମା’ଙ୍କ ମଧ୍ୟରେ ଟଣାଓଟରା। ମୃତଦେହ ନେବା...

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri