ଆମ ଜିଲା ଖବର

ପକେଟ୍‌ ଖର୍ଚ୍ଚରୁ ଚାଲିଛି ଫଟୋଗ୍ରାଫି ନିଶା

କଟକ ଅଫିସ,୧୭।୩:ଫଟୋଗ୍ରାଫି ନିଶାରେ ପଡିଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରୀଛାତ୍ର। ସେମାନେ ହେଲେ ଆୟୁଷ୍ମାନ ଦାଶ, ସୂର୍ଯ୍ୟକାନ୍ତ ବେହେରା ଓ ପ୍ରଲିପ୍ତା ନାୟକ। ୩ ଜଣ ଯାକ ଭୂଗୋଳ ସ୍ନାତକ ପାଠ୍ୟକ୍ରମର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି। ହେଲେ ଫଟୋଗ୍ରାଫି…

ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ହରିରାଜପୁର ମେଳଣ ମଙ୍ଗଳବାର ଉଦ୍‌ଯାପନୀ ହୋଇଥାନ୍ତା। ଏହି…

ୱାଲର୍‌ଡ ବୁକ୍‌ ଅଫ୍‌ ରେକଡର୍‌ସରେ ଅଭିଷେକ: ୩୮ ଦିନରେ ୧୦ ହଜାର ପାଣି ବୋତଲ ବାଣ୍ଟିଛନ୍ତି

କଟକ ଅଫିସ,୧୭।୩: ସମାଜରେ ନିସ୍ବାର୍ଥପର ସେବା ପାଇଁ ୱାଲର୍‌ଡ ବୁକ୍‌ ଅଫ ରେକଡର୍‌ସ ୟୁକେରେ ସ୍ଥାନ ପାଇଛନ୍ତି କଟକ ଜିଲା ବାଦାମବାଡି ବିକାଶନଗର ଅଞ୍ଚଳର ଅଭିଷେକ ସାହୁ(୧୨)। ସେ ଫନି ବାତ୍ୟା ପରର ଗ୍ରୀଷ୍ମ୍‌ପ୍ରବାହ ସମୟରେ ପୋଲିସ ଏବଂ ଟ୍ରାଫିକ କର୍ମଚାରୀଙ୍କୁ…

ଶ୍ରୀମନ୍ଦିର ହୁଣ୍ଡିରେ ଲକ୍ଷେ ଟଙ୍କା ଟପିଲାନି, ସୁନା ରୁପା ଶୂନ

ପୁରୀ ଅଫିସ, ୧୭।୩: କରୋନାର ପ୍ରଭାବ କେବଳ ଲୋକଙ୍କ ଜୀବନ ଜୀବିକା ଉପରେ ନୁହେଁ, ଶ୍ରୀମନ୍ଦିର ହୁଣ୍ଡିରେ ବି ଏହା ଦେଖିବାକୁ ମିଳିଛି। ବିଶ୍ୱବ୍ୟାପୀ ଘାତକ ସାଜିଥିବା ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ରବିବାର ଶ୍ରୀମନ୍ଦିର ପାଇଁ କେତେକ କଟକଣା…

ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ

ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହାକୁ ସମସ୍ତେ ମାନିବା ଦରକାର ବୋଲି କହିଛନ୍ତି ଲିବାନିଆର ପର୍ଯ୍ୟଟକ।…

କରୋନା ଆକ୍ରାନ୍ତ ଯୁବକ ଚିକିତ୍ସିତ ହୋଇଥିବା ଘରୋଇ କ୍ଲିନିକ ବନ୍ଦ

କଟକ ରୋଡ,୧୭।୩(ଡି.ଏନ୍‌.ଏ.): ରାଜଧାନୀର ଜଣେ ଯୁବକଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ଥିବା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଯୁବକଜଣକ ଇଟାଲୀରୁ ଭୁବନେଶ୍ୱର ଫେରିବା ପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ…

ବିଦେଶ ଫେରନ୍ତା ୩ ଜଣଙ୍କୁ ଠାବ କଲା ମେଡିକାଲ ଟିମ୍‌

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ବିଦେଶ ଫେରନ୍ତା ୩ ଜଣଙ୍କୁ ସୋମବାର ମେଡିକାଲ ଟିମ ଠାବ କରିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ଉତ୍ତରକୂଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା…

ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣିକୁ ଗୁରୁତ୍ୱ

କଟକ ଅଫିସ, ୧୭।୩: କରୋନା ଭୂତାଣୁକୁ ନେଇ ହାଇକୋର୍ଟ ପକ୍ଷରୁ ସୋମବାର ଏହା ଅଧୀନସ୍ଥ ତଳକୋର୍ଟଗୁଡ଼ିକ ପାଇଁ ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। କେଉଁ ପଦକ୍ଷେପ ନିଆଗଲେ ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ ସେ ସମ୍ପର୍କରେ ଉକ୍ତ ଆଡ୍‌ଭାଇଜରିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…

ଭିତରକନିକା ୩୧ ଯାଏ ବନ୍ଦ

ରାଜନଗର, ୧୭।୩(ଡି.ଏନ.ଏ.): କରୋନା ସତର୍କତାକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନକୁ ମଙ୍ଗଳବାର ଠାରୁ ବନ୍ଦ ରଖାଯିବ। ଏହା ୧୫ଦିନ ପାଇଁ ଅର୍ଥାତ୍‌ ୩୧ ତାରିଖ ଯାଏ ବନ୍ଦ ରହିବ। ଏହି…

ଯୁବ ପିଢିିଙ୍କୁ ଦିଅନ୍ତି ପରିବତ୍ତର୍ର୍ନର ବାର୍ତ୍ତା : ନୃତ୍ୟ ଓ ଅଭିନୟ କଳାରେ ପ୍ରବୀଣ ଗୁରୁ ଦାସ

  କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-ଦୀର୍ଘ ୨୦ ବର୍ଷର କଳା ସାଧନା ଭିତରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ବଢିଛନ୍ତି । ଜଣେ କଳାକାର ହେବା ଲାଗି ପିଲା ଦିନୁ ଦେଖିଥିଲେ ସ୍ବପ୍ନ । ଏହାକୁ ସାକାର ରୂପ ଦେବାଲାଗି ନିରନ୍ତର…

ଖଲିପତ୍ର ଦେଲା ନୂଆ ଆଶାଭରସା

କେନ୍ଦୁଝର, ୧୭ା୩(ଡି.ଏନ.ଏ.)-ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଲାଗି ସରକାରୀ କଟକଣା ପରେ ଶାଳପତ୍ରରୁ ପ୍ରସ୍ତୁତ ହେଉଥିବା ଖଲି ଚଉତିର ବ୍ୟବହାର ବଢ଼ିଛି। ବିଭିନ୍ନ ସରକାରୀ ବୈଠକ ଓ କର୍ମଶାଳାରେ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଏବେ ଚଉତି ବ୍ୟବହାର କରାଯାଉଛି। ପୂର୍ବରୁ ପାରମ୍ପାରିକ ଭାବେ…

ନିଆରା ‘ବୁଢ଼ା ସାର୍‌’ : ବିନା ପାରିଶ୍ରମିକରେ ୪୨ ବର୍ଷ ଶିକ୍ଷାଦାନ

ପଦ୍ମପୁର,୧୭।୩(ଡି.ଏନ.ଏ.)- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଗୋରାମାଟି ଗଁ। ର ଜଣେ ନିଆରା ମଣିଷ ଗୋଲକ ପ୍ରସାଦ ପାଢ଼ୀ। ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୪୨ବର୍ଷ ଧରି ବିନା ଚାକିରି ବିନା ପାରିଶ୍ରମିକରେ ସେ ଶିକ୍ଷାଦାନ କରିଆସୁଛନ୍ତି। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?