ଆମ ଜିଲା ଖବର

ଅଭିଯୁକ୍ତ ଗ୍ରାମ ସଭାପତି ଗିରଫ

ଢେଙ୍କାନାଳ ଅଫିସ, ୨୧।୩ ଆଇଆର୍‌ବି ହାବିଲଦାର ରାମଚନ୍ଦ୍ର ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ ଶୁକ୍ରବାର ଧରାପଡ଼ିଛନ୍ତି। ପାରିଖେଦା ଜଙ୍ଗଲରୁ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନିକଟରେ ଥିବା ଏକ କୁକୁଡ଼ା…

ବିକାଶ ପାଇଁ ବ୍ଲୁପ୍ରିଣ୍ଟ

ଢେଙ୍କାନାଳ ଅଫିସ, ୨୧।୩ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ଏବଂ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଉନ୍ନତୀକରଣ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ତ୍ୱରିତ ପଦକ୍ଷେପ ନେବାକୁ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ…

ଭୁଶୁଡ଼ିଲା କାନ୍ଥ, ଭଙ୍ଗାଘରେ ପରିବାର

ଖଜୁରିପଡ଼ା,(ଡି.ଏନ.ଏ.)/ ବଲସକୁମ୍ପା,୨୧ା୩ ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତ ସୁନ୍ଦରଗଡ଼ ଗ୍ରାମର ଅନିରୁଦ୍ଧ ଦିଗାଲଙ୍କ ଘର ଗତ ୧୬ରେ ଘରର କାନ୍ଥ ଭୁଶୁଡ଼ି ପଡ଼ଛି। ଫଳରେ ତାଙ୍କ ପରିବାର ଏବେ ବାସହରା ହୋଇଛନ୍ତି। ସ୍ତ୍ରୀ ଯୁବତୀ ଦିଗାଲ ଓ ଝିଅ ଆରତୀଙ୍କ ସହ…

ବନ୍ଦହେଲା ସାପ୍ତାହିକ ହାଟ

ଶଙ୍କରାଖୋଲ,୨୧ା୩(ଡି.ଏନ୍‌.ଏ.) କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ୧୪୪ଧାରା ଜାରି କରିଥିବାବେଳେ ଚକାପାଦ ଓ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ସାପ୍ତାହିକ ହାଟ ବ୍ଲକ ପ୍ରଶାସନ ଟିକାବାଲି, ଚକାପାଦ ଥାନା ପକ୍ଷରୁ ବନ୍ଦ କରିଦିଆଯାଇଛି। ଚକାପାଦ, ଶଙ୍କରାଖୋଲ,…

ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବଜାର, ମଲ

ବ୍ରହ୍ମପୁର ଅଫିସ,୨୧ା୩ ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ହିଁ ଏକମାତ୍ର ପନ୍ଥା ା ଭିଡ଼ରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଭିଡ଼କୁ ଏଡାଇବା ପାଇଁ ଜିଲାରୁ ୧୪୪ ଧାରା ପ୍ରତ୍ୟାହାର ପରେ ବି ସହରାଞ୍ଚଳର ସମସ୍ତ…

ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଦିନକୁ ମାତ୍ର ଅଧଘଣ୍ଟା ତ କେବେ ଘଣ୍ଟାଏ ଜଳ ଯୋଗାଣ ହେଉଛି। ପିଇବା…

ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ) କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ ଅନ୍ୟ କେତେକ ଦେଶରୁ ୯୯ଜଣ ଆସିଥିବା ରାଜ୍ୟ ସରଭେଇଲାନ୍ସ ୟୁନିଟ୍‌ ପକ୍ଷରୁ ଜିଲା ସ୍ବାସ୍ଥ୍ୟ…

ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୧ା୩ ରେଶମ ନଗରୀ ବ୍ରହ୍ମପୁରରେ ଶୁକ୍ରବାରଠାରୁ ଚର୍ଚ୍ଚ ଓ ମସଜିଦରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଳବ ଧର୍ମ ଗୁରୁମାନେ ବିଧି ପାଳନ…

ବୁଢ଼ୀ ମା’କେ ଦିବ୍ୟାଙ୍ଗ ଝି’ର ଭବିଷତ୍‌ ଚିନ୍‌ତା

  ବିନିକା, ୨୧।୩ (ଡି.ଏନ୍‌.ଏ.)- ମୁଇଁ ଆଏଜ୍‌ ମରେଁ କାଲ୍‌ ମରେଁ ହେଉଛେଁ। ଅନେକ ଦିନ୍‌ ହେଲା ଖଟେ ପଡ଼ିଛେଁ। ଆହା କରବାକେ କେହି ନାଇଁ। ଏନ୍‌ତାଥି ପାଗ୍‌ଲି ଝି’ର ବୋଝ୍‌। ମୁଇଁ ମରିଗଲେ ଇତାର ଭବିଷତ୍‌ କାଣା ହେବା। ଏନ୍‌ତା…

ଟ୍ରାଇ ସାଇକେଲ ଲାଗି ଆବେଦନ କରି ଦିବ୍ୟାଙ୍ଗ ନିରାଶ

  କୋମନା,୨୧।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ପଁଚେତ୍‌ କୁଶଦହନା ଗଁାର ପୁରୁଷୋତ୍ତମ ସାହୁ(୩୫)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ହେଲେ ସେ ହାର ନାଇଁମାନି। ଫିଦିନ ନିଜର ଟ୍ରାଇ ସାଇକେଲରେ ଆସର…

ଲଲାଗୁଲା ହେଇ ଜୀବନ୍‌ ବିତଉଛନ୍‌ ଅଁଧ୍‌ ବୁରୁଧ୍‌: ଥଇଥାନ ଲାଗି ଦାବି କଲେ ଗଁ।ବାସୀ

  ଅତାବିରା, ୨୧।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ସଂକିର୍ଡ଼ା ପଁଚେତ୍‌ ସଦର ଗଁାରେ ବାସ କରୁଛନ୍‌ ସୁରୁବାବାୁ ପତି(୬୬)। ଅନେକ ବଛର ତଲେ ସେ ଝନେ ଟ୍ରାକ୍ଟର ଡ୍ରାଇଭର ହିସାବେ ନିଜର ପେଟ୍‌ ପାଲୁଥିଲେ। ହେଲେ ଗୁଟେ ସଡ଼କ…

ଆଗ ଥଇଥାନ, ପରେ ଉଚ୍ଛେଦ

ଚାନ୍ଦବାଲି,୨୦।୩(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକଡ଼ରୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପ୍ରଥମ ଦିନରେ କ୍ରସ୍‌ଷ୍ଟାଣ୍ଡ ରୋଡ୍‌ର ବଡ଼ ବଜାରଠାରୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରାଯାଇଛି। ମାତ୍ର ଆଗ ଥଇଥାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?