ଆମ ଜିଲା ଖବର

ଭୋକ ଓପାସରେ ବୁଲା କୁକୁର

ବଲାଙ୍ଗୀର ଅଫିସ,୧୧ା୪: କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟ ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ଭଳି ବୁଲା କୁକୁର ଓ ଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ବଲାଙ୍ଗୀର ମ୍ୟୁନିସିପାଲଟି ଫେଲ ମାରିଛି। ଲକ୍‌ଡାଉନ୍‌…

ଘର ଭାଙ୍ଗିଲା, ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ଖପ୍ରାଖୋଲ,୧୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ହନୁପାଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ମୃତା ହେଲେ ବେଲମତୀ ବରିହା(୯୦)। ହାତୀ ଆକ୍ରମଣରୁ ତାଙ୍କ ପୁଅ…

କରୋନା ଯୋଗୁ ଗୋରୁଗାଈ ଓପାସରେ

ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍‌ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି । କିନ୍ତୁ ଗୋରୁ ଗାଈ ଅସୁବିଧାର…

ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି କରୋନା ସହ ମୁକାବିଲା କରୁଥିବା ବେଳେ ଡାକ ବିଭାଗର କର୍ମଚାରୀମାନେ ଯୋଧ୍ୟା ଭାବରେ ଅବିରତ…

ରିଲିଫ ପାଣ୍ଠିକୁ ଦାନ କଲା ଶୀତଳଷଷ୍ଠୀ ଯାତ୍ରା କମିଟି

ସମ୍ବଲପୁର, ୧୧।୪ (ବ୍ୟୁରୋ)-ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ମୁକାବିଲା ଲାଗି ସମ୍ବଲପୁର ବଡବଜାର ଶ୍ରୀ ଶ୍ରୀ ଶିତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛି। ଉଭୟ…

ଗଛରେ ପାଚୁଛି ବାଇଗଣ, ମାଟିରେ ପୋତୁଛି ଚାଷୀ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)- ବେଗୁନିଆପଡା ବ୍ଲକର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମରେ ପ୍ରଚୁର ବାଇଗଣ ଚାଷ ହୋଇଥାଏ। ଲକ୍‌ଡାଉନ ଯୋଗୁ ବହୁ ଚାଷୀ ବିକ୍ରି ହେଉ ନ ଥିବାରୁ ଏହାକୁ ତୋଳୁ ନାହାନ୍ତି। ବେଗୁନିଆପଡ଼ା ସ୍ଥିତ ଗେଞ୍ଜାରାପଲ୍ଲୀର…

ଭୂତ ବେଶରେ ସଚେତନତା

କବିସୂର୍ଯ୍ୟନଗର,୧୧ା୪- କରୋନାକୁ ମୁକାବିଲା କରିବାକୁ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ। ତେଣୁ ଏକ ନିଆରା ଢଙ୍ଗରେ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ସମାଜସେବୀ ଏ.ବ୍ରହ୍ମାନନ୍ଦ। ଭୂତବେଶରେ ଗଁା ଗଁା ବୁଲି ଲୋକଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ବୁଝାଉଛନ୍ତି। ଲକ୍‌-ଡାଉନ ଗୋ…

ଗାଁ ଗାଁରେ ଏକାଠି ହେଉଛନ୍ତି ଲୋକେ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ଗୁଡଭେଲା, ୧୧।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ତିନୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତୁଷୁରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଭଗବତୀ ସ୍ବୟଂ…

ଲକ୍‌ ଡାଉନ୍‌ର ସାଥୀ ପାଲଟିଛି ରେଡିଓ

କେନ୍ଦୁଝର୧୧ା୪(ସ୍ବ.ପ୍ର): ଲକ୍‌ ଡାଉନ୍‌ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ସବୁ ବନ୍ଦ। ଗ୍ରାମାଂଚଳରେ କାଁ ଭାଁ କେତେକ ଗ୍ରୋସରୀ ଦୋକାନ ଛାଡି ଦେଲେ ସବୁ ବନ୍ଦ ରହିଛି। ଏଭଳି ସମୟରେ ଦୋକାନ ଓ ରାସ୍ତାଘାଟ ଖାଁ ଖାଁ ଲାଗୁଛି।…

କରୋନା ମୁକାବିଲା: ଡେରାବିଶ ବ୍ଲକ ପ୍ରଶାସନର ତତ୍ପରତା

ଡେରାବିଶ, ୧୧।୪ (ସ୍ବ.ପ୍ର.)-ମହାମାରୀ କରୋନା ପାଇଁ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ଅଧୀନ ୩୧,୬୭୦ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ (୧୫, ୦୯୪ କୁଇଣ୍ଟାଲ ଚାଉଳ) ଓ ସମସ୍ତ ହିତାଧିକାରୀଙ୍କୁ ୧୦୦୦…

ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମରେ ଚଢ଼ାଉ

ବାହାନଗା,୧୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ଗୋଦାମ ଉପରେ ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ନ ହେବା ପାଇଁ ସରକାର ଗତ ୨୨ତାରିଖଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ…

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ପ୍ରଥମ କୋଭିଡ୍‌ ହସ୍ପିଟାଲ

ଭଦ୍ରକ ଅଫିସ,୧୧।୪: ଶନିବାର ଅପରାହ୍ନରେ ଭଦ୍ରକ ଜିଲାରେ ପ୍ରଥମ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୋଟେଲ ଛକସ୍ଥିତ ସାଳନ୍ଦୀ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ୧୨୦ ଶଯ୍ୟା, ୪ ଆଇସିୟୁ, ୪ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ଜିଲାପାଳ ଡା.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?