ଆମ ଜିଲା ଖବର

ଫୁଡ୍‌ ସପ୍ଲିମେଣ୍ଟକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୨୮।୨ – ଫିଟ୍‌ ରହିବା ବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଏବେକାର ଯୁବିପିଢ଼ି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିମ୍‌ ଯିବାକୁ ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ ପାଉଛି। କେବଳ ଯୁବପିଢ଼ି ନୁହନ୍ତି, ଅନେକେ ବୟସ୍କ…

ବର୍ଷାରେ ବେହାଲ ରାସ୍ତା

ପରଜଙ୍ଗ, ୨୮।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି ଅଦିନିଆ ବର୍ଷା। ଏଥିରେ ଶୋଚନୀୟ ହୋଇପଡ଼ିଛି ଗ୍ରାମ୍ୟ ସଡ଼କ। ଖାଲଖମାରେ ଭର୍ତ୍ତି ହୋଇପଡ଼ିଥିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। କାଦୁଅରେ ଯାତ୍ରୀମାନେ କଲବଲ ହେଉଥିବାବେଳେ…

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଶୁକ୍ରବାର ତାଳଚେର ଗସ୍ତ ଅବସରରେ କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଅଧ୍ୟକ୍ଷ ପ୍ରମୋଦ…

ଆଠମଲ୍ଲିକ ସହର ରାସ୍ତା ବିପର୍ଯ୍ୟସ୍ତ

ଆଠମଲ୍ଲିକ, ୨୮|୨(ଡି.ଏନ.ଏ.) – ଆଠମଲ୍ଲିକ ସହରରେ ବିଭିନ୍ନ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘ ଦିନ ହେଲା ଏଗୁଡିକର ମରାମତି କରାଯାଉ ନ ଥିବାରୁ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସହରର ଟାଙ୍ଗିଆନିଶା-ବରଗାଁ ରାସ୍ତା, ନୂଆସାହି,…

କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ ବଙ୍ଗୋପସାଗର ଉପକୂଳରେ ରହିଛି। ବାସୁଦେବପୁର ଅଞ୍ଚଳର ୧୫ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ମାଛ…

ଦ୍ୱାରଶୁଣି ଘାଟିରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ

ବାଙ୍ଗିରିପୋଷି,୨୮ା୨(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଛି ଦୁର୍ଘଟଣା ା ଗୁରୁବାର ମଧ୍ୟାହ୍ନରେ ଏକ ଆଇରନ ଡଷ୍ଟ ବୋଝେଇ ଟ୍ରେଲର କଲିକତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ତାରା ସାଜିବେ ନୟନ ତାରା

ବଡ଼ସାହି,୨୮ା୨(ସ୍ବ.ପ୍ର)-ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଦୁଇ ଆଖିକୁ ତାଙ୍କ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଡ଼ସାହି ଥାନା ଅଧୀନ ଗୁଡିଆଲବନ୍ଧ ଗ୍ରାମର ମହିଳା ତାରା ବିନ୍ଧାଣୀ(୫୦)ଙ୍କ ଏହି ଆଖି ଦୁଇଟି ଅନ୍ୟ…

୭ ଡାକ୍ତରଖାନାକୁ ୬ ଡାକ୍ତର

ବାଲିଆପାଳ,୨୮।୨(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଆପାଳ ବ୍ଲକର ୩ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବାବେଳେ ପଡ଼ୋଶୀ ଜଳେଶ୍ୱର ଏବଂ ବସ୍ତା ବ୍ଲକର କେତେକ ଲୋକ ମଧ୍ୟ ଏହା ଉପରେ ନିର୍ଭର କରିଆସୁଛନ୍ତି। ବାଲିଆପାଳ ବ୍ଲକରେ ଥିବା ୭ଟି…

ହୋଟେଲରେ ନକଲି ବିଦେଶୀ ମଦ କାରଖାନା

ସୋର,୨୮।୨(ଡି.ଏନ.ଏ.)- ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ଓ ଗୁଇନ୍ଦା ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋର ଅବକାରୀ ଥାନା ଓ ଜିଲା ଅବକାରୀ ବିଭାଗ…

କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଚଢ଼ାଉ: ଜଣେ ଗିରଫ

ସୋର,୨୮।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ କଲେଜ ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ୟୁନିଟ୍‌-୨ ତରଫରୁ କୌଣସି ସୂତ୍ରରୁ ଖବର ପାଇ ଏକ କାର୍‌ ମଧ୍ୟରେ ଯାଉଥିବା ୪୦୦ ଲିଟରରୁ ଅଧିକ…

ବାଲେଶ୍ୱର ପାଲଟିଛି ନକଲି ବିଦେଶୀ ମଦ ହବ୍‌

ବାଲେଶ୍ୱର ଅଫିସ,୨୮।୨- ବାଲେଶ୍ୱର ସହର ଏବଂ ତାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ନକଲି ବିଦେଶୀ ମଦର ବ୍ୟାପକ କାରବାର ବଢ଼ି ଚାଲିଥିବାରୁ ଯେକୌଣସି ସମୟରେ ମଦମୃତ୍ୟୁ ଭଳି ଅଘଟଣ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ସ୍ପିରିଟ୍‌ ଏବଂ ଅନ୍ୟାନ୍ୟ…

ପରୀକ୍ଷା କେନ୍ଦ୍ରରୁ କ୍ୟାମେରା, ହାର୍ଡଡିକ୍ସ ଚୋରି

ବରୀ,୨୭।୨(ସ୍ବ.ପ୍ର)- ଯାଜପୁର ଜିଲା ବରୀ ବ୍ଲକ ଅଧୀନ କଳାମାଟିଆ ପଞ୍ଚାୟତ କାଇପଡ଼ା ହାଇସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ କ୍ୟାମେରା ଓ ହାର୍ଡଡିକ୍ସ ଚୋରି ହୋଇଯାଇଥିବା ନେଇ ବରୀ ଥାନାରେ ବୁଧବାର ଅଭିଯୋଗ ହୋଇଛି। ବରୀ ପୋଲିସ ପକ୍ଷରୁ ମାମଲା (ନଂ.୫୨/୨୦୨୦) ରୁଜୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri