ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର, ୨୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ରବିବାର ରାତିରେ ଏହି…
ପିକ୍ଅପ୍ ଓଲଟି ୩ ଜଣଙ୍କ ଜୀବନଗଲା
ଗଞ୍ଜାମ,୨୦ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ନୂଆଘାଇଠାରେ ସୋମବାର ଭୋର୍ରୁ ଏକ ପିକ୍ଅପ୍ ଓଲଟି ୩ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଶରତ ଚନ୍ଦ୍ର ନାହାକ, ସୁପରାନ ନାହାକ, କବି ନାହାକ। ଆହତମାନଙ୍କ ମଧ୍ୟରେ ପ୍ରବୀଣ ନାହାକ,…
ଅନ୍ଲାଇନରେ ଆରମ୍ଭ ହେଲା ପାଠପଢ଼ା: ୭୨୧୩ ଗ୍ରୁପ୍ରେ ଯୋଡ଼ିହେଲେ ୫୫ ହଜାର ଛାତ୍ରୀଛାତ୍ର
ଖୋର୍ଦ୍ଧା ଅଫିସ,୨୦ା୪: କରୋନା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ରାଜ୍ୟ ସରକାର ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ପାଠପଢା ବନ୍ଦ ରଖିଛନ୍ତି। ଛୁଟି ସମୟରେ ପିଲାଙ୍କୁ ପାଠପଢା ଲାଗି ରବିବାର…
ବାଲେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ,୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ବାଲେଶ୍ୱର ଅଫିସ,୨୦ା୪ : ବାଲେଶ୍ୱର ଜିଲାରେ ସୋମବାର ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଲିଷ୍ଟ ଜାଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଶନିବାର…
ଭଦ୍ରକ ଜିଲାରେ ୫ କରୋନା ପଜିଟିଭ୍ ଚିହ୍ନଟ: ୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, କଟକଣା ଜାରିକଲା ପ୍ରଶାସନ
ଭଦ୍ରକ ଅଫିସ,୨୦ା୪: ଭଦ୍ରକ ଜିଲାରେ ପୁଣି ଥରେ ଗୋଟିଏ ଦିନରେ ୫ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍ କରି ଦିଆଯିବା ସହ ଯାତାୟାତରେ କଟକଣା ଜାରି କରାଯାଇଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ…
ଆଜି ଚିହ୍ନଟ ୭ କରୋନା ପଜିଟିଭ୍ଙ୍କ ମଧ୍ୟରୁ ଭଦ୍ରକର ୫, ବାଲେଶ୍ୱରର ୨
ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ହୋଇଥିବା ବେଳେ ୨ ଜଣ ବାଲେଶ୍ୱର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ…
ଲୋକଙ୍କୁ କଟକଣା, ବାବୁଙ୍କୁ ଢିଲା
ଅନୁଗୋଳ ଅଫିସ, ୨୦।୪: ଅନୁଗୋଳ ଜିଲାରେ ଲକ୍ଡାଉନ୍ କଟକଣା କଡ଼ାକଡ଼ି କରାଯାଇଛି। ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜିଲା ବାହାରୁ କେହି ଆସିଲେ ତାଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। ଆବଶ୍ୟକ ପଡ଼ିଲେ…
ସରପଞ୍ଚଙ୍କୁ କରାଗଲା ସଚେତନ
ବନ୍ତଳା, ୨୦ା୪(ଡି.ଏନ.ଏ.) ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବା ପରେ ରବିବାର ଅପରାହ୍ନରେ ବନ୍ତଳା ଥାନା ଅଞ୍ଚଳର ସମସ୍ତ ସରପଞ୍ଚଙ୍କୁ ଡକାଇ ଥାନା ଦାୟିତ୍ୱରେ ଥିବା ପ୍ରବୋଶନାଲ ଅଫିସର ସୌରବ ଓତା କଟକଣା ସମ୍ପର୍କରେ ସଚେତନ କରାଇଛନ୍ତି। ଗ୍ରାମାଞ୍ଚଳରେ ଚୋରା…
ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ
ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲାର ବିଭିନ୍ନ ଗ୍ରାମରେ ଅନ୍ୟ ଲୋକମାନଙ୍କୁ କୌଣସି…
ଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଧାର୍ଯ୍ୟ ସମୟରେ ବସ୍ତ୍ର ଯୋଗାଣକୁ ନେଇ ଚିନ୍ତା
ଖୋର୍ଦ୍ଧା ଅଫିସ,୨୦ା୪: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଶ୍ରେଷ୍ଠ ହେଉଛି ରଥଯାତ୍ରା। କାଳିଆ ସାଆନ୍ତ, ବଡଠାକୁରଙ୍କ ସହ ଭଉଣୀ ଦେବୀ ସୁଭଦ୍ରା ରତ୍ନ ସିଂହାସନରୁ ଓହ୍ଲାଇ ଆସି ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥାନ୍ତି। ମହାପ୍ରଭୁଙ୍କ…
ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ କୋହଳ
ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି ରହିବ। ହେଲେ ଶ୍ରମଜୀବୀ ଏବଂ ଚାଷୀଙ୍କ ଜୀବନଜୀବିକାକୁ ନଜରରେ ରଖି ଗ୍ରାମାଞ୍ଚଳରେ ନିୟମ…
ପାସ୍ଧାରୀଙ୍କ ଚାଲାଣ କାଟୁଛି ପୋଲିସ: ମାଲଗୋଦାମ ବ୍ୟବସାୟୀ ହଇରାଣ
କଟକ ଅଫିସ,୨୦ା୪: ପାସ୍ ଦେଇଛି କମିଶନରେଟ ପୋଲିସ। ହେଲେ ପାସ୍ ଦେଖାଇଲେ ସୁଦ୍ଧା ପୋଲିସ ଛାଡ଼ୁନି। ଗାଡ଼ି ଅଟକାଉଛି, ଏପରି କି ଜରିମାନା ମଧ୍ୟ ଲଦୁଛି। ମାଲଗୋଦାମର ଜଣେ ବ୍ୟବସାୟୀ ପ୍ରୀତମ କୁମାର ସାହୁ ମଧୁପାଟଣା ଥାନାରେ ରବିବାର ସନ୍ଧ୍ୟାରେ ଏଭଳି…

