ଆମ ଜିଲା ଖବର

ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଥାନା ଅଧିକାରୀ ଗଲେ

କଣ୍ଟାବାଞ୍ଜି,୨୨।୪(ଡି.ଏନ.ଏ.) କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟାନନ୍ଦ କରକରା ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଅନ୍ୟତ୍ର ବଦଳି ହୋଇଛନ୍ତି। ଗତ ୧୬ ତାରିଖ ବିଦ୍ୟୁତ୍‌ ବିଭାଗର କେତେକ କର୍ମଚାରୀ ବିଭାଗୀୟ ଗାଡିରେ ଡ୍ୟୁଟି କରୁଥିଲେ। ହେଲେ ଇନ୍ଦିରା ଛକ ନିକଟରେ ପୋଲିସ…

ଖବରଦାତାଙ୍କୁ ଆକ୍ରମଣ

କେନ୍ଦୁଝର, ୨୨।୪(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ପୋଲିସ ବୁଧବାର ଲକ ଡାଉନ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଖବରଦାତାଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅସୁସ୍ଥ ଝିଅ ସହିତ କାର୍‌ରେ ମେଡିକାଲ…

ଲକ୍‌ଡାଉନ୍‌ରେ ବେଆଇନ୍‌ ମଦ କାରଖାନା ଉପରେ ଚଢ଼ାଉ: ୪୭୪୦ ଲିଟର ମଦ, ୨୩ହଜାର ୮୦୦ ପୋଚ୍‌ ଜବତ; ମାଫିଆ ସମେତ ୧୫ ଗିରଫ

ବ୍ରହ୍ମପୁର ଅଫିସ,୨୨।୪ – କରୋନା ପାଇଁ ଜାରି ହୋଇଥିବା ଲକଡାଉନ୍‌ସମୟରେ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବୃଦ୍ଧି ପାଇଛି। ପୋଲିସ ପକ୍ଷରୁ ଟିମ୍‌ ଗଠନ କରାଯାଇ ପ୍ରତିଦିନ ଚଢଉ ଜାରି କରାଯାଉଛି। ସେହିଧାରାରେ ମଙ୍ଗଳବାର ରାତିରେ ଏକ ବେଆଇନ ମଦ…

୩ ମାସର ପୁଅକୁ ଧରି ଡ୍ୟୁଟି

ଝାରସୁଗୁଡା ଅଫିସ,୨୨ା୪- କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। କରୋନା ବିରୁଧରେ ହେଉଥିବା ଲଢ଼େଇରେ ସମଗ୍ର ଦେଶବାସୀଙ୍କୁ ସହଯୋଗ କରିବାକୁ ଆହ୍ବାନ ମଧ୍ୟ କରାଯାଉଛି। ସେହିପରି ଏହି ଲଢ଼େଇରେ ସ୍ବାସ୍ଥ୍ୟ…

କରୋନା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ପ୍ରଦାନ

କେସିଙ୍ଗା, ୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁର୍ଲାଖମନ ପଞ୍ଚାୟତ ଅଧୀନ ଲିମଗାଁରେ ଥିବା ଦୀପ୍ତିଦାନ ଚର୍ଚ୍ଚ ପକ୍ଷରୁ ୨୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ୍‌ ଦ୍ୱାରା ପ୍ରଦାନ କରାଯାଇଛି। କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡ଼ୁଙ୍କ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ପ୍ରଦାନ

ବଇଣ୍ଡା, ୨୨ା୪(ଡି.ଏନ.ଏ.)- ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଥିବା ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ବିଭାଗୀୟ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବିଭାଗର…

କରୋନା ଯନ୍ତ୍ରଣା: ଗଞ୍ଜାମରେ ଅଳିଆ ଗଦାରୁ ଖାଦ୍ୟ ସାଉଁଟୁଛନ୍ତି ଗୋରୁପଲ

ବ୍ରହ୍ମପୁର ଅଫିସ,୨୨।୪- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ (ତାଲା ବନ୍ଦ ) ସ୍ଥିତି ଜାରି ରହିଛି। ଏଥିଯୋଗୁ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀମାନେ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ସମଗ୍ର ଗଞ୍ଜାମ ଜିଲାରେ ବୁଲା ଗାଈଗୋରୁ ଏବେ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, ୨୨।୪ (ଡି.ଏନ.ଏ.)-କରୋନାକୁ ପ୍ରତିହିତ କରିବା ପାଇଁ ଦିନ ରାତି ଏକ କରି ଖଟୁଥିବା ଯୋଦ୍ଧାମାନଙ୍କୁ ଭାଜପା ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ମଙ୍ଗଳବାର ଭଣ୍ଡାରିପୋଖରୀ ଓ ଧାମନଗର ଥାନା ପୋଲିସକୁ ସମ୍ବର୍ଦ୍ଧନା କରାଯାଇଛି। ମଙ୍ଗଳବାର ଭାଜପାର ପୂର୍ବତନ ଜିଲା ସଭାପତି ବଦ୍ରିନାରାୟଣ…

ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା ଲକଡାଉନ କଟକଣାକୁ ବ୍ଲକ ଅଞ୍ଚଳରେ କଡାକଡ଼ି କରାଯାଇଛି। କଟକଣା ସତ୍ତ୍ୱେ ଭଣ୍ଡାରିପୋଖରୀ ବଜାରରେ କେତକ…

ଭିଡ଼ିଓ କନଫେରେନ୍ସିଂରେ ସରପଞ୍ଚଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୨।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସରପଞ୍ଚମାନଙ୍କ ସହିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଲକ୍‌ ଡାଉନ କଟକଣା ଯୋଗୁ ରାଜ୍ୟ ବାହାରେ ରହିଥିବା ଲୋକଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ପଞ୍ଚାୟତସ୍ତରରେ…

ନିମ୍ନମାନର ଚାଉଳ ଦେଇ ଫସିଲା ଯୋଗାଣକାରୀ ସଂସ୍ଥା

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ସଂକ୍ରମିତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶରେ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ଏଥିରୁ…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି: ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଶ୍ଚିମବଙ୍ଗରୁ ଫେରିଥିଲେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତିଜଣଙ୍କ ଯାଜପୁରର ୩୮ବର୍ଷୀୟ ଯୁବକ। ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ତେବେ ଏହାକୁ ମିଶାଇ ବୁଧବାର ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?