ଆମ ଜିଲା ଖବର

କାଳ ବୈଶାଖୀ ପ୍ରଭାବରେ କୁଆପଥର ମାଡ: ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା

କେନ୍ଦୁଝର, ୨୨ା୪(ସ୍ବ.ପ୍ର.): ମହାମାରୀ କରୋନା ନେଇ କେନ୍ଦୁଝର ଜିଲାର ପରିବା ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଅନେକ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ ଆମ୍ବ…

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚାଲିଆସୁଥିବାରୁ ଏହାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ…

ଗୋଆରେ ଦାଦନ ଖଟିବାକୁ ଯାଇ ଜୀବନ ହରାଇଲେ ଶ୍ରମିକ

ସୁନ୍ଦରଗଡ, ୨୨ା୪(ଡି.ଏନ୍‌.ଏ.): ଗୋଆକୁ ଦାଦନ ଖଟିବାକୁ ଯାଇଥିବା ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକର ଜଣେ ୨୫ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ଲକ ଅଧୀନ ଗଏଲଶୁଖା ଗ୍ରାମର ରଞ୍ଜିତ ହେମ୍ରମ (୨୫)। ସେଠାରେ ସମୁଦ୍ରରେ ମାଛ ମାରିବା କାମରେ ନିୟୋଜିତ…

ମୋବାଇଲ ଚୋରି, ଲୁଟ୍‌ ଘଟଣାରେ ୯ ଗିରଫ

ସୋନପୁର/ଉଲୁଣ୍ଡା,୨୨।୪(ନି.ପ୍ର./ଡି.ଏନ.ଏ.): ସୋନପୁର ଟାଉନ ଥାନା ପୋଲିସ ମୋବାଇଲ ଚୋରି ଓ ଉଲୁଣ୍ଡା ପୋଲିସ ମୋବାଇଲ ଲୁଟ୍‌ ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସୁବର୍ଣ୍ଣପୁର ସହର ଜୟ ଗୁରୁ ମାର୍କେଟ୍‌…

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା,୨୨।୪(ସ୍ବ.ପ୍ର): କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ ଜାରିରହିଛି। ଏଥିପାଇଁ ଅନେକ ଗରୀବ ଲୋକ ପ୍ରଭାବିତ ହୋଇଛନ୍ତି। ଯାହାଫଳରେ ସେମାନଙ୍କ ଚଳିବା କଷ୍ଟକର ହୋଇପଡିଛି। ଏପରି ଘଡିସନ୍ଧି ମୁହୁର୍ତ୍ତରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅରବେଡା ଗ୍ରାମର ଗରୁଡଧ୍ୱଜ ବେଣୁପାଣି ଓ…

୩ ବ୍ଲକରେ ୯୩୨୬ ହେକ୍ଟର ଫସଲ କ୍ଷତି

ବରଗଡ଼ ଅଫିସ୍‌,୨୨ା୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ କରାମାଡ଼ ହୋଇଥିଲା। ଏଥିରେ ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ୯୩୨୬ ହେକ୍ଟର ଜମିରେ ଧାନ ଫସଲ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରଭାବିତ ହୋଇଥିବା କୃଷିବିଭାଗ ଆକଳନରୁ ଜଣାପଡ଼ିଛି। ବରଗଡ଼ ବ୍ଲକର ଖଣ୍ଡହଥା,…

ଫସଲ କ୍ଷତି ଅନୁଧ୍ୟାନ ବେଳେ ସାମାଜିକ ଦୂରତ୍ୱକୁ ବେଖାତିର

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଯେଉଁଠି ସାମାଜିକ ଦୂରତ୍ୱକୁ ବେଖାତିର କରାଯାଉଛି, ସେଠାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ମାତ୍ର ବୁଧବାର ବରଗଡ଼ରେ ସ୍ଥାନୀୟ ଜନ…

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବ୍ଲକ ସରପଞ୍ଚ ସଂଘର ସହାୟତା

ବେଲପଡା, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୮ହଜାର ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ବ୍ଲକ ସରପଞ୍ଚ ସଂଘ ସଭାପତି ମହାଦେବ ମହେର, ସମ୍ପାାଦକ ଅରୁଣ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୫ ବାଇକ ଜବତ, ୩ ଗିରଫ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପୋଲିସ ଏକ ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଦାବଜୁରୀର ପବିତ୍ର ଛତ୍ରିଆ(୨୪), ଦେଓଗାଁ ଥାନା…

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଯୋଦ୍ଧା ଭାବରେ ପ୍ରଥମ ଧାଡିରେ ରହି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଭୁଲି କାମ କରୁଛନ୍ତି ସେମାନେ ପ୍ରଶଂସନୀୟ। ଏହି ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଭାଜପା ମଣ୍ଡଳ ତରଫରୁ କରୋନା…

ଖପ୍ରାଖୋଲରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ): ଲକ୍‌ ଡାଉନ ସମୟରେ ଲୋକେ ପଦାକୁ ବାହାରୁ ନ ଥିବାବେଳେ ଉତ୍ପାଦିତ ପନିପରିବା ଠିକରେ ବିକ୍ରି ହୋଇ ପାରୁ ନାହିଁ। ଲୋକଙ୍କୁ ପରିବା ଯୋଗାଇବା ପାଇଁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ମାଁ ବୃନ୍ଦାବତୀଉତ୍ପାଦନକାରୀ ଦଳ ବିକଳ୍ପ ଅନୁଷ୍ଠାନ,…

ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର ଆଖପାଖ ଅଞ୍ଚଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଣ୍ଟୋମୋଲୋଜି (କୀଟ ବିଜ୍ଞାନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?