ଆମ ଜିଲା ଖବର

ଅନଲାଇନରେ ଖଗେଶ୍ୱର ଶେଠ୍‌ ଜୟନ୍ତୀ ପାଳିତ

ବିଜେପୁର, ୨୬।୪(ଡି.ଏନ.ଏ.): କୋଭିଡ-୧୯ ପାଇଁ ଲକ୍‌ଡାଉନ ଜାରି ରହିଥିବାରୁ ବରଗଡ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସମସ୍ତ ସଦସ୍ୟ ନିଜ ନିଜ ଘରେ ରହି ଅନ୍‌ଲାଇନରେ ସାହିତ୍ୟପ୍ରାଣ ଖଗେଶ୍ୱର ଶେଠଙ୍କ ୧୧୫ତମ ଜୟନ୍ତୀ ରବିବାର ପାଳନ କରିଛନ୍ତି।…

କୋକସରାରେ କାଳବୈଶାଖୀ: ଗଛ ଭାଙ୍ଗିଲା, ପରିବା ଚାଷ ନଷ୍ଟ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଓ ଜୁନାଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ ହୋଇଛି। ପ୍ରାୟ ୪୫ ମିନିଟ ଧରି ହୋଇଥିବା କାଳବୈଶାଖୀ ପ୍ରଭାବରେ ବଡ ବଡ ଗଛ ଭାଙ୍ଗି ପଡିଛି।…

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର କହ୍ନେଇ ମାଝୀ (୨୩) ନାମକ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…

୨୪୭୬ ନିର୍ମାଣ ଶ୍ରମିକଙ୍କୁ ମିଳିଲା ସହାୟତା

ଲୋଇସିଂହା,୨୫।୪(ଡି.ଏନ.ଏ.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ମାର୍ଚ୍ଚ ୨୦ରୁ ଲକ୍‌ଡାଉନ ଜାରୀ ରହିଛି । ଫଳରେ କାମଧନ୍ଦା ବନ୍ଦ ରହିଥିବାରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଏହାକୁ ହୃଦୟଙ୍ଗମ କରି ସରକାର…

ମେଗା ରକ୍ତଦାନ ଶିବିର: ୬୪ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼, ୨୬।୪ (ଡି.ଏନ.ଏ.): କୁବେର ସମାଜ ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ରାମମନ୍ଦିର ନିକଟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୫ ମହିଳାଙ୍କ ସମେତ ୬୪ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଛତିଶଗଡ ପଶ୍ଚିମ ଓଡିଶା କୁବେର…

ଲକ୍‌ଡାଉନ୍‌ ଭିତରେ ଅକ୍ଷିମୁଠି ଅନୁକୂଳ

ବଲାଙ୍ଗୀର ଅଫିସ, ୨୬ା୪: ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଝରଣ ଗଁ। ରେ ଜିଲା କୃଷକ ମହାସଂଘ ପକ୍ଷରୁ ରବିବାର ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇ ଅକ୍ଷିମୁଠି ଅନୁକୂଳ କରାଯାଇଛି । ଗଁ। କ୍ଳବ ସମ୍ମୁଖରୁ ଗିନି,…

ହୋମ କ୍ୱାରାଣ୍ଟାଇନରେ ଛତିଶଗଡ ଫେରନ୍ତା

ଟିକ୍ରାପଡା, ୨୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କରମତଲା ପଞ୍ଚାୟତ ସଦର ଗ୍ରାମକୁ ଛତିଶଗଡରୁ ଫେରିଥିବା ୬ଜଣ ବ୍ୟକ୍ତିଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ମାସକ ତଳେ କରମତଲା ଗ୍ରାମର ତିନି ମହିଳାଙ୍କ ସମେତ ମୋଟ ୬ ଜଣ ଚିକିତ୍ସା ଉଦ୍ଦେଶ୍ୟରେ ଛତିଶଗଡ…

ବନ୍ଧ ଭିତରକୁ ପଶିଗଲା କୁକୁଡା ବୋଝେଇ ପିକଅପ ଭ୍ୟାନ

ପୁରୁଣାକଟକ, ୨୬ା୪(ଡି.ଏନ.ଏ.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଅଧୀନ ବଡବନ୍ଧ ନିକଟରେ ଏକ କୁକୁଡା ବୋଝେଇ ଭ୍ୟାନ ରବିବାର ସକାଳେ ଏକ ବନ୍ଧ ଭିତରକୁ ପଶିଯାଇଥିଲା। ଗାଡିରେ ଥିବା ଦୁଇଜଣ ବର୍ତ୍ତି ଯାଇଥିବାବେଳେ ଡ୍ରାଇଭର ଆହତ…

ସାମାଜିକ ଦୂରତ୍ୱରେ ହେଲା ଅକ୍ଷିମୁଠି ଅନୁକୂଳ

ଜହ୍ନାପଙ୍କ, ୨୬।୪ (ଡି.ଏନ.ଏ): ଭାରତୀୟ କିଷାନ ସଂଘ ବୌଦ୍ଧ ପକ୍ଷରୁ ନିରାଡମ୍ବର ଭାବେ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ପୋଲାମ ଗ୍ରାମରେ ଅକ୍ଷିମୁଠି ଅନୁକୂଳ ହୋଇଯାଇଛି। କର୍ତ୍ତାଭାବେ ବୌଦ୍ଧ କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ମହାପାତ୍ର…

ମାକ୍ସ ପିନ୍ଧି ଅଖିମୁଠି ଶୁଭଦେଲେ ଚାଷୀ

ନୂଆପଡ଼ା ଅଫିସ,୨୬ା୪- ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଅର୍ଥାତ୍‌ ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ପକାଏ । ଜମିରେ ପୂଜାର୍ଚ୍ଚନା କରି ଭଲ ଫସଲ ପାଇଁ ମାଟି ମାଆକୁ ବିନତୀ କରେ । ହେଲେ ଏଥର ଚାଷୀଙ୍କ ମନରେ ସେହି…

ଅସ୍ଥାୟୀ ଶିବିରରେ ଥିବା ୧୩୩ ଶ୍ରମିକ ଘରକୁ ଫେରିଲେ

ସୋନପୁର,୨୬।୪(ନି.ପ୍ର.):ଲକ୍‌ଡାଉନ୍‌ କାରଣରୁ ଅନ୍ୟ ଜିଲାର ବହୁ ଶ୍ରମିକ ସୁବର୍ଣ୍ଣପୁର ଜିଲାରେ ଫସି ରହିଥିଲେ। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ଶିବିରରେ ରହିବା ପାଇଁ ସମସ୍ତ ସୁବିଧା ସହ ଠିକ୍‌ ସମୟରେ ଖାଦ୍ୟ ଓ ପାନୀୟ ମିଳୁଥିଲା। କିନ୍ତୁ ଶ୍ରମିକମାନେ…

ନକଲି ମଦ କାରବାର ବନ୍ଦ ଦାବି

ଆଳି, ୨୬।୪ (ଡି.ଏନ୍‌.ଏ.)-କରୋନା ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା ବେଳେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?