ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ
ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ ୧୫ଟି ଜିଲା କରୋନା ସଂକ୍ରମିତ ଜିଲା ତାଲିକାକୁ ଆସିଛି। ପୂର୍ବରୁ ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର,…
CORONAVIRUS UPDATE: ଆଉ ଦୁଇ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୪୫
ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ବାଲେଶ୍ୱରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନରେ ଆଉ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବଲାଙ୍ଗୀର ଜିଲା ଲେଖାରିଆ ଗ୍ରାମର ବୋଲି ରାଜ୍ୟ ସୂଚନା ଓ…
ବିସ୍ଫୋରଣରେ ଯୁବତୀଙ୍କ ଜୀବନଗଲା: ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ
ସୁନ୍ଦରଗଡ଼, ୧।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚାରେ ଗୁରୁବାର ରାତିରେ ବିସ୍ଫୋରଣ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଣୁକା ନାଗ (୨୩)। ରେଣୁକାଙ୍କ ବାପା କହ୍ନାଇ ନାଗଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ପରିବାର…
ମୁନିଗୁଡ଼ା ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ: ୪୦ ଆକ୍ରାନ୍ତ ସୂଚନା
ମୁନିଗୁଡା,୧।୫(ଡି.ଏନ୍.ଏ.): ସାରା ରାଜ୍ୟରେ ଏବେ କରୋନା(କୋଭିଡ-୧୯)କୁ ଭୟର ମାହୋଲ। ଏପରିସ୍ଥଳେ ରାୟଗଡା ଜିଲା ମୁନିଗୁଡ଼ାର ଟିକରପଡ଼ା ବସ୍ତିରେ ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ମୁନିଗୁଡ଼ା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ, ଟିକରପଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏବଂ ଅଜଣା…
ନନ୍ଦିପଦା ଥାନା ଅଧିକାରୀଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ
ହାଟଡ଼ିହୀ, ୩୦।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତିଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଉପଢ଼ୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କରୋନା ମୁକାବିଲା…
ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା
ହାଟଡିହୀ,୩୦।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡିମିରିଆ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁବାଷ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଖଗେଶ୍ୱର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କର ୧୨ ବଖରା ଘର ଜଳିଯାଇଛି।…
ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ସୁନ୍ଦରଗଡ଼ ବିଧାୟିକା
ସୁନ୍ଦରଗଡ ,୧।୫ (ଡି.ଏନ୍.ଏ.): ବିଶ୍ୱ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଡି ହୋଇଛନ୍ତି ସବୁ ବର୍ଗର ଲୋକ। ଏହି କ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଗାଁ ଗାଁ ବୁଲି କୋଭିଡ-୧୯…
ଝାରସୁଗୁଡାରେ କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର
ଝାରସୁଗୁଡ଼ା ଅଫିସ,୧।୫: ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପଣ୍ଡିଆନ ଶୁକ୍ରବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତ କରିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଯାଇ ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇଥିଲେ। ପରେ ଗାଡ଼ି ଯୋଗେ…
ବାଲେଶ୍ୱରରେ ଆଉ ଜଣେ ପଜିଟିଭ୍ ଚିହ୍ନଟ: ୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ବାଲେଶ୍ୱର ଅଫିସ,୧ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
କଟକଣା ନ ମାନି ବଡ଼ଦାଣ୍ଡରେ ବୁଲିଲେ ବିଦେଶୀ
ପୁରୀ ଅଫିସ,୧।୫: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ପୁରୀରେ ମଧ୍ୟ ଏକାଧିକ କଟକଣା ଜାରି କରାଯାଇଛି। ତେବେ ପୁରୀରେ ଜଣେ ବିଦେଶୀ ଲକ୍ଡାଉନ କଟକଣା ଉଲ୍ଲଂଘନ କରି ବଡଦାଣ୍ଡରେ ଖୁଲମଖୁଲା ବୁଲିବା ଘଟଣା…
ମୁସଲମାନ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା : ହାଇକୋର୍ଟରେ ରାଜ୍ୟ ସରକାର ରଖିଲେ ଜବାବ
କଟକ ଅଫିସ୍,୧।୫: ଜଣେ ମୁସଲମାନ୍ ବ୍ୟକ୍ତିଙ୍କର ଏକ ଘରୋଇ ନର୍ସିଂହୋମ୍ରେ ଡାଏଲିସିସ୍ ନ ହୋଇ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର ଗୁରୁବାର ହାଇକୋର୍ଟରେ ଜବାବ ଦାଖଲ…
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ପଠାଇଲେ କୋଟନିଆ ପଡାବାସୀ
ଜୁନାଗଡ,୧ା୫(ଡି.ଏନ୍.ଏ)-କୋଭିଡ-୧୯ରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ କୋଟନିଆ ପଡାବାସୀ ଆଗେଇ ଆସିଛନ୍ତି। ଏହି ପଡାର ସମସ୍ତ ଲୋକ ନିଜନିଜ ମଧ୍ୟରେ ଚାନ୍ଦା କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ଗୁରୁବାର ୭୦୦୭ ଟଙ୍କା ବ୍ୟାଙ୍କ…

