୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ
ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍ସି ନିଜେ ଡିଏଲ୍ଓଙ୍କ ଦାୟିତ୍ୱରେ ଥିବା ବେଳେ ନୂତନ ଡିଏଲ୍ଓ ନିଯୁକ୍ତି, ଶ୍ରମିକଙ୍କ ନୂତନ ପଞ୍ଜୀକରଣ,...
ପୂର୍ବତନ କଂଗ୍ରେସ ଜିଲା ସଭାପତିଙ୍କ ପରଲୋକ
ଭବାନୀପାଟଣା,୧୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କଂଗ୍ରେସର ପୂର୍ବତନ ଜିଲା ସଭାପତି ହାଇଦର ଅଲ୍ଲୀ (୭୨)ଙ୍କ ମଙ୍ଗଳବାର ହୃଦ୍ଘାତରେ ପରଲୋକ ଘଟିଛି। ମଧ୍ୟାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅପରାହ୍ନରେ...
ଲୁହା ଆଙ୍ଗେଲ ଚୋରି ଘଟଣା: ଦୁଇ ଗିରଫ
ଯୋଡ଼ା,୧୮।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ପୂର୍ବ ଯୋଡ଼ାସ୍ଥିତ ଟିସ୍କୋ କଲୋନୀରେ ଘର କାମ ପାଇଁ ରଖାଯାଇଥିବା ୩୪ଟି ଲୁହା ଆଙ୍ଗେଲ ଚୋରି କରିଥିବା ଅଭିଯୋଗରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୧୮ଟି ଚୋରା ଲୁହା ଆଙ୍ଗେଲ ଜବତ...
ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ
ଭବାନୀପାଟଣା,୧୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବି ଜୋର ଧରିଛି। ଏ ନେଇ ବୁଧବାର ଦାଦପୁର ପଞ୍ଚାୟତବାସୀ ଦାଦପୁର ଛକ ନିକଟ ରାସ୍ତାରେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର...
ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ
ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର ଚାକିରିରୁ ବହିଷ୍କୃତ କରାଯାଇଛି। ଧର୍ମା ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତରେ କାର୍ଯ୍ୟ କରୁଥିବା...
ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍ ଭ୍ୟାନ୍, ବାଇକ୍ର ଶୁଭାରମ୍ଭ
ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍ ଭ୍ୟାନ୍, ବାଇକ୍ର ଶୁଭାରମ୍ଭ କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ବୁଧବାର...
ବ୍ଲକ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ପାଟଣା,୧୮।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଦୀର୍ଘଦିନ ଖାଲି ପଡ଼ିବା ପରେ ବୁଧବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବ୍ଲକର ମୋଟ୍ ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ କଣ୍ଟିଆପଡ଼ା ପଞ୍ଚାୟତ ସମିତି ସଭ୍ୟ ପଦବୀ...
ବରଗଡ଼ରେ ରାଜପଥକୁ ଓହ୍ଲାଇଲେ ଦିବ୍ୟାଙ୍ଗ
ବରଗଡ଼ ଅଫିସ,୧୮।୧୨: ବରଗଡ଼ ଜିଲାର ଦିବ୍ୟାଙ୍ଗମାନେ ବିଭିନ୍ନ ଦାବି ନେଇ ବୁଧବାର ବରଗଡ଼ ସହର ଉପକଣ୍ଠ ୬ନଂ. ଜାତୀୟ ରାଜପଥ ହଳଦୀପାଲୀ ବୀରଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ପେଟେଣ୍ଟସ୍ ଆସୋସିଏଶନ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ବରଗଡ଼-ସମ୍ବଲପୁର-ବଲାଙ୍ଗୀର...
ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍ଘାଟନ
ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ ଦାରିଙ୍ଗବାଡ଼ି ବ୍ଲକର ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା...
ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା
ବାଲେଶର ଅଫିସ, ୧୮।୧୨:ବାଲେଶର ଜିଲାର ଏଫ୍ସିଆଇ ଅଫିସର ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ମୟୁରଭଞ୍ଜର ବଢ଼ା ମାରାଣ୍ଡି । ମଙ୍ଗଳବାର ରାତିରେ ବାଲେଶ୍ୱର ସହଦେଖୁଣ୍ଟା ଥାନା ଗୁଡିପଦାର ଭଡା ଘରେ ଏହି ହତ୍ୟାକାଣ୍ଡ ଘଟିଛି।...
ଛତିଶା ନିଯୋଗ ବୈଠକ ଆରମ୍ଭ
ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି ବୈଠକରେ ମକର ସଂକ୍ରାନ୍ତି, ସୂର୍ଯ୍ୟୋପରାଗ ଏବଂ ନୂଆବର୍ଷର ନୀତିକାନ୍ତି ସଂକ୍ରାନ୍ତରେ ଆଲୋଚନା ହେବ। ...
ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
ବାଲେଶର ଅଫିସ,୧୮।୧୨: ଜଳେଶ୍ବର କମର୍ଦା ଥାନା ଅଞ୍ଚଳରେ ନାବାଳିକା ଅପହରଣ ଘଟଣାରେ ଗିରଫ ଅଭିଯୁକ୍ତ ପୋଲିସ ହାତରୁ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ ବାଲେଶ୍ବର ଏସପି ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ କର୍ମଚାରୀ ଦୁଇଜଣ ହେଲେ କମର୍ଦା...
Archives


