ଆମ ଜିଲା ଖବର

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଲା

ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକରେ ଆଉ ୬ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଛୁଇଁଛି। ଚି଼ହ୍ନଟ ହୋଇଥିବା ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି।

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ ତିନିରଥର ୬ଟି ନାହାକା ଚକ ଏବଂ ୩ଟି ନାହାକା ଅଖ ନିର୍ମାଣ ସରିଛି। ଶୁକ୍ରବାର…

ଆଜି ଶ୍ରୀକ୍ଷେତ୍ର ଭଉଁରୀ: ଶ୍ରୀମନ୍ଦିର ଭିତରେ ହେବ ବିଧି ରକ୍ଷା

ପୁରୀ ଅଫିସ,୧୫।୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ହେଲେ ଏଥର ଭଉଁରି ଯାତରେ ୨୧ ଘେରା ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେନି ଠାକୁର। ଶ୍ରୀମନ୍ଦିର ଭିତରେ ହିଁ ଭଉଁରି ହେବ। ଲକ୍‌ଡାଉନ କଟକଣା ପାଇଁ କେବଳ ବିଧି ରକ୍ଷା କରାଯିବ। ଅକ୍ଷୟ ତୃତୀୟାଠାରୁ…

ପରଲୋକରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ: ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମସ୍ଥାନରେ ହେବ ଶେଷକୃତ୍ୟ

ଭୁବନେଶ୍ୱର (ବ୍ୟୁରୋ)/ ନିମାପଡ଼ା(ଡି.ଏନ୍‌.ଏ),୧୫।୫: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଗାନ୍ଧିବାଦୀ ନେତା ଭବାନୀ ଚରଣ ପଟ୍ଟନାୟକଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୯୯ବର୍ଷ ହୋଇଥିଲା। ଗତ ଦୁଇମାସ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ…

ହାଇକୋର୍ଟରେ ପ୍ରବାସୀଙ୍କ ପଞ୍ଜୀକରଣ ମାମଲା: ଆଧାର କାର୍ଡ ଜରୁରୀ ନୁହେଁ

କଟକ ଅଫିସ୍‌,୧୫।୫: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ପାଇଁ ପ୍ରବାସୀଙ୍କୁ ସରକାରଙ୍କ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ତେବେ ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଅନ୍ୟ ପରିଚୟପତ୍ର ଜରିଆରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ…

ଆଉ ଲୋଡ଼ା ପଡ଼ିବେ ନାହିଁ ରାଜ୍ୟ ବାହାର ହାର୍ଭେଷ୍ଟର ଚାଳକ

ସମ୍ବଲପୁର,୧୫।୫ (ବ୍ୟୁରୋ)-ଆଉ ଲୋଡ଼ା ପଡିବେ ନାହିଁ ରାଜ୍ୟ ବାହାର ଚାଳକ ା ଧାନ ଅମଳ ପାଇଁ ହାର୍ଭେଷ୍ଟର ଚଳାଇବା ପାଇଁ ୫୦ଜଣଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରିଛି ଜିଲା କୃଷି ବିଭାଗ ା ଏହାପରେ ଧାନ ଅମଳ ଚିନ୍ତାରୁ ମୁକ୍ତି ପାଇଛନ୍ତି…

ପ୍ରବାସୀ ଶ୍ରମିକଙ୍କୁ ନେଇ ଭୟ

ନୂଆପଡ଼ା ଅଫିସ,୧୫ା୫ – ନୂଆପଡ଼ା ଜିଲାବାସୀଙ୍କ ଜୀବନରେଖା କୁହାଯାଉଥିବା ରାୟପୁର-ବ୍ରହ୍ମପୁର ୩୫୩ନଂ.ଜାତୀୟ ରାଜପଥ ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଦିନ ରାତି ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନେ ଚାଲିଚାଲି, ସାଇକେଲ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଯାତାୟାତ କରୁଛନ୍ତି ା ସେମାନଙ୍କ…

ରୁଟ୍‌ ବଦଳାଇ ପଶିଲା ପ୍ରବାସୀ ବସ୍‌, ଟିକ୍ରାପଡାରେ ଭୟର ବାତାବରଣ

ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚଥିଲା। ସେଠାରୁ ବସ୍‌ ଯୋଗେ ବଲାଙ୍ଗୀର ଓ ଅନ୍ୟ ଜିଲା ଗୁଡିକୁ ପ୍ରବାସୀଙ୍କୁ ନିଅଯିବା ବ୍ୟବସ୍ଥା କରାଯାଇଥିଲା। ପ୍ରବାସୀଙ୍କୁ ନେଇକରି ଯିବାକୁ…

ରାତିରେ ଭାତ ନୁହେଁ, ରୁଟି ଦିଅ

ଅନୁଗୋଳ ଅଫିସ, ୧୫।୫ – ସଙ୍ଗରୋଧ କେନ୍ଦ୍ରରେ କିପରି ଖାଦ୍ୟ ଦିଆଯିବ ସେ ନେଇ ସରକାରଙ୍କ ଗାଇଡ୍‌ଲାଇନ୍‌ ରହିଛି। ହେଲେ ଅନୁଗୋଳ ସହରର ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୨୭ ପ୍ରବାସୀ ରାତିରେ ଭାତ ବଦଳରେ ରୁଟି ଦେବାକୁ ଦାବିକରି ପୌର…

ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ ସେମାନଙ୍କ ହାତରେ କାମ ନାହିଁ। ଏପରି ଅବସ୍ଥାରେ ପରିବାର କେମିତି ଚଳିବ ସେ ନେଇ…

ଅନ୍‌ଲାଇନ ପାଠପଢ଼ାରେ ନେଟ୍‌ୱର୍କ ବାଧକ: ହ୍ବାଟ୍‌ସଆପ୍‌ ଗ୍ରୁପରେ ୧୦ମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା

ଫୁଲବାଣୀ ଅଫିସ,୧୫ା୫- ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍‌ ୧୭ ଯାଏ ଛୁଟି ଘୋଷଣା କରିଛନ୍ତି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍‌ରେ ପାଠ ପଢାଇବା ନିମନ୍ତେ…

ଖାଲି ହେଲା ଆମ୍ବ ବଜାର: ୩ ଦିନରେ ୪ ହଜାର କୁଇଣ୍ଟାଲ ଆମ୍ବ ନଷ୍ଟ 

ବ୍ରହ୍ମପୁର ଅଫିସ,୧୫ା୫-ବ୍ରହ୍ମପୁର ମହାନଗର ନିଗମ ନିର୍ଦ୍ଦେଶରେ ଅନ୍ଧପସରା ରୋଡ ନିକଟସ୍ଥ ଆମ୍ବ ବଜାର ଗୁରୁବାର ଖାଲି କରାଯାଇଛି। ବିଏମ୍‌ସିର ନିର୍ଦ୍ଦେଶ ପ୍ରକାରେ ଭୋର ୪ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀମାନେ ମାର୍କେଟରେ ଥିବା ସମସ୍ତ ଆମ୍ବ ଖାଲି କରିଛନ୍ତି ା କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?