ଆମ ଜିଲା ଖବର

ମହିଳାଙ୍କ ପେଟରୁ ବାହାରିଲା ୮ କେଜି ୯୦୦ ଗ୍ରାମର ପଥୁରି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.): ଗତ ସପ୍ତାହରେ ଜଣେ ଯୁବକଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ଅଧ କେଜି ଓଜନର ପଥୁରି ବାହାରିଥିବା ବେଳେ ସୋମବାର ଜଣେ ମହିଳାଙ୍କ ପେଟରୁ ୮ କେଜି ୯୦୦ ଗ୍ରାମ ଓଜନର ପଥୁରି ବାହାରିଛି। ଅସ୍ତ୍ରୋପଚାର କରାଯାଇ ଏହାକୁ...

କ୍ରୀଡା ପ୍ରତିଯୋଗିତା: ଜାତୀୟ ସ୍ତରରେ ସ୍ବର୍ଣ୍ଣ,ରୋପ୍ୟ ପଦକ ହାସଲ କଲେ କୁନି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାର୍କେଲଗୁଡାସ୍ଥିତ ଶିଶୁଗୃହର ଆଦିବାସୀ ଛାତ୍ରୀ କୁନି ମାଢି ଜାତୀୟ ସ୍ତରରେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ହୋସଲା ଅନୁଷ୍ଠାନ ପକ୍ଷରୁ ଦିଲୀରେ...

ଶୃଙ୍ଖଳା ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ

ରାଇକିଆ,୨୩ା୧୨(ଡ଼ି.ଏନ.ଏ)-ଶଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ। ଏହା ହିଁ ସଫଳତାର ପ୍ରଥମ ପାହାଚ ଏବଂ ମୂଳଦୂଆ ବୋଲି ଶନିବାର ରାଇକିଆ ସରସ୍ବତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପରିଚାଳନା...

ବଗଳାମୁଖି ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍‌

ଚିକିଟି,୨୩ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ଚିକିଟିପେଣ୍ଠ ସ୍ଥିତ ବଗଳାମୁଖି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ରବିବାର ବିଳମି୍ବତ ରାତିରେ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛିି। ଗତ ସନ୍ଧ୍ୟାରେ ପୁଜକ ପୁଜାସାରି ମନ୍ଦିର ତାଲା ପକାଇ ଚାଲିଯାଇଥିଲେ। ସୋମବାର ସକାଳୁ...

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.): ପାତ୍ରପୁର ବ୍ଲକ ମୁଣ୍ଡିକେରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲା ବୈଦ୍ୟ ମେଡ଼ିକାଲରେ ମୃତ୍ୟୁ ଘଟିଛି । ସେ ହେଲେ ଜୁରିଆ ବେହେରା (୪୮)। ସୋମବାର ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସତ୍କାର କରାଯାଇଛି। ଜୁରିଆ...

ମୋବାଇଲ ଦେଖିବାକୁ ମନା କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ପଦ୍ମପୁର, ୨୩।୧୨ (ଡି.ଏନ.ଏ.)- ମୋବାଇଲ ଦେଖିବାକୁ ମନା କରିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଅଭାବନୀୟ କାଣ୍ଡ। ସୋମବାର ମଧ୍ୟାହ୍ନରେ ଛାତ୍ର ଜଣଙ୍କ ସିଡ଼ି ଘରକୁ ଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ମୃତ ନାବାଳକ...

ବିଦ୍ୟାଳୟ ପାଚେରୀ ଭାଙ୍ଗିଲେ ହାତୀ ପଲ

ଠାକୁରମୁଣ୍ଡା,୨୩ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡରେ ୨୨ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଛି। ଶୁକୃଳି ନିକଟରେ ଥିବା ବେଗୁନାବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ ସୋମବାର ଭୋର ସମୟରେ ହାତୀପଲ ଭାଙ୍ଗି ଦେଇଛନ୍ତି। ସେହି ଗ୍ରାମର ରମାକାନ୍ତ ଗିରି...

ଗଛ ଡାଳ କାଟିବାକୁ ନେଇ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୨୩ା୧୨(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ ସରଡିହା ଭଣ୍ଡାର କଲୋନୀସାହିରେ ଗଛ ଡାଳ କାଟିବାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସେହି ଗ୍ରାମର...

ଅଜଣା ଗାଡ଼ି ଧକ୍କାରେ ଡ୍ରାଇଭରଙ୍କ ଜୀବନ ଗଲା

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସିଆଳିଯୋଡ଼ାଠାରେ ରବିବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳର ରଣଧୀର କୁମାର...

ଟ୍ରକ୍‌ରୁ ଡିଜେଲ ଚୋରି: ଅଭିଯୁକ୍ତଙ୍କୁ ପୋଲିସରେ ଜିମାଦେଲେ ଗ୍ରାମବାସୀ

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଆନ୍ତ୍ରାମାନ୍ତ୍ରା ଛକ ନିକଟରେ ରବିବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଟ୍ରକଗୁଡିକରୁ ଡିଜେଲ ଓ ଅନ୍ୟ ଯନ୍ତ୍ରାଂଶ ଚୋରି କରୁଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିବା ଜଣାପଡ଼ିଛି।...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥାଏ। ମାତ୍ର ଚଳିତ ମାସ ଶେଷ ସୋମବାର ଓକିଲ ସଂଘ...

ପିକ୍‌ନିକ୍‌ ସ୍ପଟ୍‌ରେ ଗଣ୍ଡଗୋଳ ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୨୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେବଦର୍ହା ପିକନିକ୍‌ ସ୍ପଟ୍‌ରେ ରବିବାର ସଂଘଟିତ ଗଣ୍ଡଗୋଳ ଘଟଣାରେ ଜଗଦଲପୁର ଥାନା ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁନା ବିଶି, ଲିଟୁ ବହିଦାର, ମହେନ୍ଦ୍ର ପ୍ରଧାନ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri