ଆମ ଜିଲା ଖବର

ବଲାଙ୍ଗୀର ଜିଲାରେ କରୋନା ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି: ଲିଖିରିଆ, ତୁଷରା ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିଲା

ବଲାଙ୍ଗୀର ଅଫିସ, ୧୮।୫: ବଲାଙ୍ଗୀର ଜିଲାରେ ପୁଣି ୨ ଜଣ ପ୍ରବାସୀ ଶ୍ରମିକଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଜିଲାପାଳ ଅରିନ୍ଦମ ଡାକୁଆ ଏ ନେଇ ରବିବାର ରାତିରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଉଭୟ ସଂକ୍ରମିତ ପ୍ରବାସୀ ସୁରଟ…

ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ): ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ ବଡ଼ ଭଉଣୀଙ୍କ ଘର ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରେ। ଦୁଃଖ ସହି ନ…

ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ପୁଅ ମୁଖାଗ୍ନି ଦେଇଛନ୍ତି। ରୋହିଣୀଙ୍କ ୨ ପୁଅ ବାହାରେ…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫: ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କିଛିଦିନ ତଳେ ଗୋଡ ଭାଙ୍ଗିଥିବାରୁ ସଂକ୍ରମଣଜନିତ କାରଣରୁ ତାଙ୍କର…

ହସ୍ପିଟାଲ ବେଡ୍‌ରେ ଟିକ୍‌ଟକ୍‌

ଝାରସୁଗୁଡା ଅଫିସ,୧୮।୫: ଟିକ୍‌ଟକ୍‌ ଭିଡିଓ କରିବାବେଳେ ଲୋକେ ନିଜ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। କୌଣସି ସ୍ଥାନ କିମ୍ବା ପରିସ୍ଥିତିକୁ ମଧ୍ୟ ଦେଖୁନାହାନ୍ତି। ଝାରସୁଗୁଡାରେ ଏଭଳି ଏକ ଟିକ୍‌ଟକ୍‌ ଭିଡିଓ ରବିବାର ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଯୁବକ ହସ୍ପିଟାଲର ବେଡ୍‌ରେ…

ଅନ୍‌ଲାଇନ୍‌ ପାଠପଢ଼ାକୁ ନେଟ୍‌ଓ୍ବର୍କ ଅଫ୍‌ଲାଇନ

ଅନୁଗୋଳ ଅଫିସ, ୧୮।୫: ସ୍ମାର୍ଟଫୋନ ଥିଲେ ବି ଆସୁନି ନେଟଓ୍ବର୍କ। ଗାଁ ଡେଇଁ ପାଞ୍ଚ କୋଶ ଗଲେ ହୋଇପାରୁଛି ଯୋଗାଯୋଗ। ଦୈନିକ ଏପରି ଅସୁବିଧା ଭିତରେ କିପରି ସରକାରଙ୍କ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍‌ଲାଇନରେ ପଢ଼ିପାରିବେ ପିଲା। ପଛେଇଥିବା ସିଲାବସ୍‌…

୨୦ ବର୍ଷ ପରେ ଫେରିଲା ନିଖୋଜ ପୁଅ; ଲକ୍‌ଡାଉନ୍‌କୁ ଶ୍ରେୟ ଦେଲେ ମା’ବାପା

ଢେଙ୍କାନାଳ ଅଫିସ, ୧୮।୫: ଲକ୍‌ଡାଉନ୍‌ ପାଇଁ ୨୦ବର୍ଷ ପରେ ଘରକୁ ଫେରି ଆସିଛି ନିଖୋଜ ପୁଅ। କରୋନା କଷଣ ଭିତରେ ଏପରି ଏକ ଖୁସିର ଚିତ୍ର ଆସିଛି ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟ ଗ୍ରାମରୁ। ହଜିଲା ପୁଅ ଅରକ୍ଷିତଙ୍କୁ ପାଇବା…

ସ୍ବାମୀଙ୍କୁ ହତ୍ୟା କରି ଜେଲ ଗଲେ ସ୍ତ୍ରୀ

ବ୍ରହ୍ମପୁର ଅଫିସ,୧୭ା୫-ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶନିବାର ସ୍ତ୍ରୀ ସୁନୀତା ବେହେରାଙ୍କୁ ଗିରଫ କରିଛି। ଘଟଣା ବେଳେ ବ୍ୟବହୃତ ରକ୍ତଭିଜା ଶିଳପୁଆ ଜବତ କରିଛି। ମାମଲା ନଂ.୯୫/୨୦ରେ ସୁନୀତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ଗେଟବଜାର…

ବାତ୍ୟା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାରିପଦା ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରବିବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ବ୍ଲକର ବିଡ଼ିଓମାନେ ସଜାଗ ରହିବା…

ଅଁଳା ପଞ୍ଚାୟତ ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବେତନଟୀ/ବୈଶିଙ୍ଗା,୧୮ା୫(ଡି.ଏନ୍‌.ଏ.)- ପ୍ରବାସୀଙ୍କୁ ବାଇକ୍‌ରେ ବସାଇ ଆଣିଥିବା ଜଣେ ଯୁବକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଛି। ଏନେଇ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମଙ୍କୁ ସେହି ପଞ୍ଚାୟତ ଅନ୍ତର୍ଗତ ରାଇକମା…

୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୬୬୨ ପ୍ରବାସୀ

ବାଲେଶ୍ୱର ଅଫିସ, ୧୮।୫: ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅହମ୍ମଦାବାଦରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୬୬୨ ପ୍ରବାସୀ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର। ପ୍ରଥମ ଟ୍ରେନ ତାମିଲନାଡୁର କୋଏମ୍ବଟୁର ଷ୍ଟେଶନରୁ ବାହାରି ବାଲେଶ୍ୱର ରେଳ…

୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି। ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?