କ୍ରଲ୍‌ରେ ପଶିଲା ଦନ୍ତା ହାତୀ ରାକେଶ  

ଢେଙ୍କାନାଳ ଅଫିସ,୧୦ା୬- ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାର ହାତୀ ରେସ୍କ୍ୟୁ ସେଣ୍ଟରରେ ଗତ ଜାନୁୟାରୀ ୨୨ରୁ ଶିକୁଳିରେ ବାନ୍ଧି ରଖାଯାଇଥିବା ତାଳଚେର ଅଞ୍ଚଳର ନରହନ୍ତା ଦନ୍ତା ହାତୀ ରାକେଶକୁ ବୁଧବାର କାଠବାଡରେ ଆବଦ୍ଧ କ୍ରଲ୍‌ ମଧ୍ୟରେ ଭର୍ତ୍ତି କରାଯାଇଛି। ଦୀର୍ଘଦିନର ଅସୁସ୍ଥତା ପରେ ସୁସ୍ଥ ହୋଇଥିବା ରାକେଶ ଯେପରି ଭଲଭାବେ ଚଳପ୍ରଚଳ ହୋଇପାରିବ ସେଥିପାଇଁ ତାକୁ ରେସ୍କ୍ୟୁ ସେଣ୍ଟରରୁ କ୍ରଲ୍‌ ମଧ୍ୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାକୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯିବ। ତେବେ କ୍ରେନ୍‌ ଯୋଗେ ସ୍ଥାନାନ୍ତର ବେଳେ ଖୋଳାଯାଇଥିବା ଟ୍ରେଞ୍ଜ ମଧ୍ୟରେ ରାକେଶ ଖସିପଡ଼ିଥିଲା। ବହୁ କଷ୍ଟରେ ତାକୁ ସେଠାରୁ ଉଠାଯାଇ କ୍ରଲ୍‌ ମଧ୍ୟରେ ପୂରା ଯାଇଥିଲା।
ପ୍ରକାଶ ଯେ, ତାଳଚେର ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ସହ ବହୁ ମଣିଷଙ୍କ ଜୀବନ ନେଇଥିବା ହାତୀ ରାକେଶକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାର ହାତୀ ରେସ୍କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ସେଠାରେ ଏକ ଖୋଲା ମଣ୍ଡପରେ ରଖାଯାଇ ଚାରି ଗୋଡ଼କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଚେନ ଛିଣ୍ଡାଇ ଯେପରି ପଳାଇ ନ ଯାଏ ସେଥିପାଇଁ ଉକ୍ତ ମଣ୍ଡପ ଚତୁଃପାର୍ଶ୍ୱରେ ଟ୍ରେଞ୍ଜ ଖୋଳାଯାଇଥିଲା। ତେବେ ଲୁହା ଚେନ୍‌ ଯୋଗୁ ହାତୀର ୪ ଗୋଡ ଓ ପିଠିରେ ଘା ହୋଇ ସଂକ୍ରମିତ ହୋଇଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ପରେ ରାକେଶ ସୁସ୍ଥ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ଅପରାହ୍ନରେ ତାକୁ କ୍ରେନ୍‌ ଯୋଗେ ମଣ୍ଡପରୁ କ୍ରଲ୍‌ ମଧ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ରାକେଶ ଟ୍ରେଞ୍ଜ ମଧ୍ୟରେ ପଡିଯାଇଥିଲା। ସେଠାରୁ ତାକୁ ଉଠାଇ ନେବା ପାଇଁ ବନ ବିଭାଗ ଅଧିକାରୀଙ୍କ ସମେତ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡିଥିଲା। ଶେଷରେ ବହୁ କଷ୍ଟରେ ରାକେଶକୁ କ୍ରଲ୍‌ ମଧ୍ୟରେ ପୂରାଯାଇଥିଲା। ଘଟଣାସ୍ଥଳରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଓ କପିଳାସ ରେଞ୍ଜର ଦର୍ଶନିଆ ଭୋଇ ଉପସ୍ଥିତ ଥିଲେ। ବହୁ କଷ୍ଟରେ ହାତୀଟିକୁ କ୍ରଲ୍‌କୁ ନିଆଯାଇଥିବା ରେଞ୍ଜର ଭୋଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri