ଆମ ଜିଲା ଖବର

ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ବାସୁଦେବ ମାହାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଉନ୍ନୟନମୂଳକ...

କେନ୍ଦୁଝରରେ ୨ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି ଗତ ଦୁଇ ବର୍ଷରେ ଦେଖିବାକୁ ମିଳି ନ ଥିଲା। ତେବେ କାଞ୍ଜିପାଣି, ତରମାକାନ୍ତ,...

ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ମୁନିଗୁଡା,୨୮।୧୨: ରାୟଗଡା ଜିଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମକୁ ବିରୋଧ କରି ୩ଟି ଗାଡିକୁ ପୋଡ଼ିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁରଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାକୁ...

ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର

ଉଦଳା,୨୮।୧୨(ଡି.ଏନ୍‌.ଏ.): ଉଦଳା ବନଖଣ୍ତ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ହାତୀପଲଙ୍କ ଆକମ୍ରଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଉଦଳା ବ୍ଲକ ଅଧିନରେ ଥିବା ଖଲାଡି ଓ କୋଚିଳା ଡିହା ପଞ୍ଚାୟତ ଅଞ୍ଚଳରେ ସକାଳେ କିଛି...

ହୋମିଓପାଥିକ କଲେଜ

ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ମୟୂରଭଞ୍ଜ ଜିଲା। ଏହି ଜିଲାର ବାରିପଦାଠାରେ କେତେଜଣ ସାମାଜିକ କର୍ମୀ ଓ ହୋମିଓପାଥିକ ଔଷଧ ସେବନକୁ ଭଲ ପାଉଥିବା ଲୋକଙ୍କ ପ୍ରଚେଷ୍ଟାରେ ୧୯୮୦ ମସିହାରେ ଆରମ୍ଭ ହୋଇଥିଲା ହୋମିଓପାଥିକ କଲେଜ। କଲେଜର ପ୍ରତିଷ୍ଠାତା...

ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ: ଆଖି ବୁଜିଲେ କାର୍ତ୍ତିକ ମେହେର

ବରଗଡ଼ ଅଫିସ୍‌, ୨୮ା୧୨: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ବରଗଡ଼ ଜିଲା ପଦ୍ମପୁର ନିକଟ ବୁଧାପାଲି ଗାଁର କାର୍ତ୍ତିକ ମେହେରଙ୍କ ମୃତ୍ୟୁ ଘଟିଛି। ଭାଇ କେଶବ ଦିଲ୍ଲୀ ଯାଇ ମୃତଦେହକୁ ସଂସ୍କାର...

ଚାଳ ଘର ଓ ଗଛରେ ଓହଳୁଛି ମୋବାଇଲ

ହାଟଡିହୀ,୨୮।୧୨(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେବି କେନ୍ଦୁଝର ଜିଲାର ବଣପାହାଡ ଘେରା ବହୁ ଅଞ୍ଚଳରେ ଟାୱାର ସେବା ନ ଥିବାରୁ ମୋବାଇଲ ଫୋନ କାମକୁୁ ଆସୁ ନାହିଁ ା ସିମ୍‌ କାର୍ଡ଼ ପଡିଥିଲେ ବି ଟାୱାର...

୫୦ବର୍ଷ ବିତିବା ସତ୍ତ୍ୱେ ଘୁଞ୍ଚିନି ବିସ୍ଥାପିତଙ୍କ ଦୁର୍ଦ୍ଦଶା

ହାଟଡିହୀ,୨୮।୧୨(ଡି.ଏନ.ଏ.)- ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ଏଯାଏ ଦୂର ହୋଇନି। ଏହାମଧ୍ୟରେ ୫୦ରୁ ଅଧିକ ବର୍ଷ ବିତିଗଲାଣି। ସେମାନଙ୍କୁ ନା ମିଳିଛି କ୍ଷତିପୂରଣ ନା ଥଇଥାନ ସୁବିଧା। ବିସ୍ଥାପିତ ଲୋକେ ହାଟଡିହୀ...

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭଣ୍ଡାରିପୋଖରୀ, ୨୮।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦୁଇଦିନ ଧରି ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଧାନ ଅମଳ ସମୟରେ ଏଭଳି ଅଦିନିଆ ବର୍ଷାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଚାଷୀମାନେ ଖରିଫ ଧାନ କାଟି ବିଲରେ...

‘ସୌଭାଗ୍ୟ’ ପାଲଟିଛି ଦୁର୍ଭାଗ୍ୟ

ଭଦ୍ରକ ଅଫିସ, ୨୮।୧୨- ଭଦ୍ରକ ଜିଲାରେ ସୌଭାଗ୍ୟ ଯୋଜନା ଏବେ ଗରିବ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଅବସ୍ଥା ଆଣିଦେଇଛି। ବିଦ୍ୟୁତ୍‌ ବିଭାଗର ଅଜବ ନିୟମ କାରଣରୁ ଗରିବ ହିତାଧିକାରୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇ ପରିବାର ବକେୟା ଦେୟ ପୈଠ...

ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ବାଗତ କରାଯାଇଥିଲା। ପ୍ରଥମେ ନୟାଗଡ଼ ଠାରେ ପହଞ୍ଚିବା ପରେ...

ଶରଣକୁଳ ଅଞ୍ଚଳରେ ଗୋମଡ଼କ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳରେ ଅଜଣା ରୋଗ ବ୍ୟାପୀ ଗୋମଡକ ଦେଖାଦେଇଛି। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋରୁଙ୍କ ମୃତ୍ୟୁ ଘଟୁଛି। ସପ୍ତାହକ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏତେ ସଂଖ୍ୟକ ଗୋରୁଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri