୧୧ ଦଫା ଦାବି ନେଇ ସିପିଆଇଏମ୍‌ର ବିକ୍ଷୋଭ

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ବିପର୍ଯ୍ୟସ୍ତ ଜନସାଧାରଣଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସିପିଆଇଏମ୍‌ ଦାବି କରିଛି। ଏନେଇ ଗୁରୁବାର ଚୌଦ୍ୱାର ସିପିଆଇ(ଏମ୍‌) ପକ୍ଷରୁ ୧୧ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୌରନିର୍ବାହୀ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଆୟକର ଦେଉ ନ ଥିବା ପ୍ରତ୍ୟେକ ଲୋକଙ୍କୁ ମାସକୁ ୭ ହଜାର ୫ଶହ ଟଙ୍କା ୩ମାସ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସହାୟତା, ପ୍ରତ୍ୟେକ ପରିବାରକୁ ମାସକୁ ୧୦କେ.ଜି ଚାଉଳ,ଗହମ, ୨ କିଗ୍ରା ଡାଲି ୬ ମାସ ପାଇଁ ମାଗଣାରେ ଦିଆଯିବା ସହିତ ସରକାରଙ୍କ ନୀତି ଓ କାର୍ଯ୍ୟକୁ ଗଣତାନ୍ତ୍ରିକ ପଦ୍ଧତିରେ ସମାଲୋଚନା ଓ ପ୍ରତିବାଦ କରୁଥିବା ରାଜନୈତିକ ଓ ସାମାଜିକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ ଆଦି ଅନ୍ତର୍ଭୁକ୍ତ। ଏନେଇ ସଦସ୍ୟ ପୌରପାଳିକା ପରିସରରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଜୟ ସିଂଙ୍କ ନେତୃତ୍ୱରେ ବହୁ ସଦସ୍ୟ ସାମାଜିକ ଦୂରତା ରକ୍ଷା କରି ଏଥିରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ଗାଁକୁ ଆସୁନି ନେଟୱାର୍କ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଖଜୁରିପଡ଼ା,୨୭ା୭(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଗୁଦାରି ଗାଁରେ ଦୀର୍ଘ ଦିନ ହେବ ନେଟୱାର୍କ ସମସ୍ୟା ଲାଗିରହିଛି। ଏହି ଗାଁଟି ଫୁଲବାଣୀ ସହରଠାରୁ ମାତ୍ର ୨ କିଲୋମିଟିର ଦୂରରେ…

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

ସେବା ପାଇଁ ଉତ୍ସର୍ଗୀକୃତ ଭଞ୍ଜନଗର ରୋଟାରୀ କ୍ଲବ: ବିଭିନ୍ନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଳବର ୧୯ ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଜଗନ୍ନାଥ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଯୋଗଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri