ଆମ ଜିଲା ଖବର

ଓଏସ୍‌ଆର୍‌ଟିସି ଗ୍ୟାରେଜରେ ଶତାଧିକ ଗହମ ବସ୍ତା: ତାଲା ପକାଇଲେ ଯୋଗାଣ ବିଭାଗ ଅଧିକାରୀ

ଓଡ଼ଗାଁ,୩।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଫିସ ସାମ୍ନାରେ ଥିବା ଓଏସ୍‌ଆର୍‌ଟିସି ଗ୍ୟାରେଜ ନବ ନିର୍ମିତ ଅଫିସ କୋଠରି ଭିତରେ ଶତାଧିକ ଗହମ ବସ୍ତା ଥିବା ଦେଖିବାକୁ ମିଳିଛି। ବେଆଇନ ଭାବେ ଗହମ ମହଜୁଦ ଥିବା ଜାଣିି ପରିଷଦ ସଦସ୍ୟମାନେ...

ଫୁଲଝର ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ଥିବା ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଗୁରୁବାର ରାତିରେ କୌଣସି କାରଣରୁ ଯନ୍ତ୍ରାଶଂରେ ନିଆଁ ଲାଗିଯାଇଥିଲା। ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁ ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ତେବେ ମହବିଲ ଲିକ୍‌...

୫ରେ ବ୍ରହ୍ମଗିରିରେ ପକ୍ଷୀ ଗଣନା

ବ୍ରହ୍ମଗିରି,୩ା୧(ଡି.ଏନ୍‌.ଏ.): ଚିଲିକା, ବାହ୍ୟ ଚିଲିକା ଅଞ୍ଚଳ ଏବଂ ବିଭିନ୍ନ ଜଳାଶୟରେ ବସବାସ କରୁଥିବା ପକ୍ଷୀମାନଙ୍କ ଗଣନା ୫ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବ୍ରହ୍ମଗିରି ରେଞ୍ଜ ଅଧିକାରୀ ରଜତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହି ପକ୍ଷୀ...

ଆବର୍ଜନା ବୁହା ଗାଡ଼ିରେ ଶ୍ରୀମନ୍ଦିର ଫଟୋ: ହଟାଇବାକୁ ଦାବି

ପୁରୀ ଅଫିସ,୩ା୧: ପୁରୀ ସହରକୁ ସ୍ବଚ୍ଛ ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ଆବର୍ଜନା ବୁହା ଗାଡ଼ିି (ସ୍ବଚ୍ଛ ସବାରୀ) ବୁଲୁଛି। ତେବେ ଏହି ଗାଡ଼ିରେ ଶ୍ରୀମନ୍ଦିର ଫଟୋ ରହିଥିବାରୁ ଆପତ୍ତି ଉଠାଇଛି ଶ୍ରୀଜଗନ୍ନାଥ ସେନା। ତୁରନ୍ତ ମନ୍ଦିର ଫଟୋ ହଟାଇବା...

ପୁରୀ ବନ୍ୟପ୍ରାଣୀ ଡିଭିଜନ: ବର୍ଷା ସମ୍ଭାବନା ଯୋଗୁ ପକ୍ଷୀ ଗଣନା ଘୁଞ୍ଚିଲା

ପୁରୀ ଅଫିସ,୩ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶୁକ୍ରବାର ପକ୍ଷୀ ଗଣନା କରାଯିବ ଲାଗି ସ୍ଥିର ହୋଇଥିଲା। ଏଥିପାଇଁ ଗୁରୁବାର ପକ୍ଷୀ ଗଣନା ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଶୁକ୍ରବାର ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ...

୪ରେ ଶ୍ରୀକ୍ଷେତ୍ର ଆସିବେ ଶତାଧିକ ପାକିସ୍ତାନୀ ହିନ୍ଦୁ: ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର ସ୍ନାନ କରିବେ

ପୁରୀ ଅଫିସ,୩ା୧: ପାକିସ୍ତାନରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହିନ୍ଦୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେମାନେ ମହୋଦଧି ସ୍ନାନ କରିବା ସହ ବିଭିନ୍ନ ତୀର୍ଥସ୍ଥଳ ମଧ୍ୟ ପରିଦର୍ଶନରେ ଯିବେ। ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର (ଓଆଇସି)ର ସଭାପତି...

ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ରେବିଙ୍ଗିିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଘଟଣାସ୍ଥଳରେ...

ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଉଛନ୍ତି ପ୍ରଭାତ: ଓଡ଼ିଆ ଡାଟା ସାଇଣ୍ଟିଷ୍ଟ

କଟକ ଅଫିସ,୩ା୧: କିଛିମାସ ତଳେ ଆମେରିକାର ହ୍ୟୁଷ୍ଟନ ସିଟିରେ ଆୟୋଜିତ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଡାଟା(ତଥ୍ୟ)କୁ ନବ ଭାରତର ‘ସୁନା’ ଓ ‘ତୈଳ’ ସହ ତୁଳନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଶିଳ୍ପ ବିପ୍ଳବ ସ୍ତରରେ ଭାରତ...

ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ କୁମାର ସାହୁ ବୋଲି ରେଳବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେ ବାଉଦପୁର...

ଜିଲାପାଳଙ୍କ କୋର୍ଟରେ ଶୁଣାଣି: ୧୦୩ ଚାଷୀଙ୍କୁ ବୀମାରାଶି ପ୍ରଦାନ ନିର୍ଦ୍ଦେଶ

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଳକୁଡି ଗ୍ରାମ ପଞ୍ଚାୟତର କସବା ଓ ଥାଳକୁଡି ଗ୍ରାମର ୧୦୩ ଚାଷୀଙ୍କ ବୀମା ଅର୍ଥ ହେରଫେର ଅଭିଯୋଗ ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି। ଏଥିରେ ସଂପୃକ୍ତ...

ଆଶ୍‌ ଇଟା ଫ୍ୟାକ୍ଟ୍ରି ମାଲିକ ସଂଘର ଆନ୍ଦୋଳନ ସ୍ଥଗିତ: ୭ଦିନ ମଧ୍ୟରେ ପାଉଁଶ ଯୋଗାଇବାକୁ ପ୍ରତିଶ୍ରୁତି

ଯାଜପୁର ଅଫିସ,୩ା୧- କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ କାରଖାନା ଜିଲାରେ ପ୍ରତିଷ୍ଠିତ ଆଶ୍‌ ଇଟା ଫ୍ରାକ୍ଟ୍ରିକୁ ଆବଶ୍ୟକ ମୁତାବକ ପାଉଁଶ ଯୋଗାଇ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥବା ପ୍ରତିବାଦରେ ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ ସାମିଲ ହୋଇ ପଞ୍ଚାୟତରୁ ପଞ୍ଚାୟତବୁଲି ସ୍ଥିତି ସମୀକ୍ଷା କରିବା ସହ ଯୋଗ୍ୟ ହିତାଧିକାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri