ଜିଲାପାଳଙ୍କ କୋର୍ଟରେ ଶୁଣାଣି: ୧୦୩ ଚାଷୀଙ୍କୁ ବୀମାରାଶି ପ୍ରଦାନ ନିର୍ଦ୍ଦେଶ

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଳକୁଡି ଗ୍ରାମ ପଞ୍ଚାୟତର କସବା ଓ ଥାଳକୁଡି ଗ୍ରାମର ୧୦୩ ଚାଷୀଙ୍କ ବୀମା ଅର୍ଥ ହେରଫେର ଅଭିଯୋଗ ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି। ଏଥିରେ ସଂପୃକ୍ତ ବୀମା କମ୍ପାନୀ ଓରିଏଣ୍ଟାଲ ଇନସ୍ୟୁରାନ୍ସର କୌଣସି ଦାୟିତ୍ୱ ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଗାଇଡଲାଇନ ଅନୁସାରେ ସମ୍ପୃକ୍ତ ବ୍ୟାଙ୍କ ୧୦୩ ଚାଷୀଙ୍କ ବୀମାରାଶି ପ୍ରଦାନ କରିବାକୁ ଦାୟୀ ବୋଲି କୋର୍ଟରେ ରାୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, କସବା ଓ ଥାଳକୁଡି ଗ୍ରାମର ୨୫୭ ଜଣ ଚାଷୀ ମଙ୍ଗଳପୁର ପ୍ୟାକ୍ସ ଜରିଆରେ ବୀମାଭୁକ୍ତ ହୋଇଥିଲେ। ଏଥିରୁ ୧୫୪ଜଣ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଭୁଲବଶତଃ ଏନ୍‌ଆଇସି ପୋର୍ଟାଲରେ ଅନ୍ୟ ପଞ୍ଚାୟତରେ ବାକି ୧୦୩ ଜଣ ଚାଷୀଙ୍କ ନାମ ତାଳିକା ପଞ୍ଜିକୃତ ହୋଇଥିଲା। ସରକାରଙ୍କ ଘୋଷଣା ଅନୁସାରେ ସେହି ପଞ୍ଚାୟତର ଚାଷ ବୀମା ପରିସର ହୋଇ ନ ଥିଲା। ଏହାକୁ ନେଇ ସମ୍ପୃକ୍ତ ଚାଷୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଡବ୍ଲ୍ୟୁପି(ସି) ୧୮୮୦୯/୨୦୧୯ରେ ୨ମାସ ମଧ୍ୟରେ ଅଭିଯୋଗର ସମାଧାନ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ଜିଲାପାଳଙ୍କ କୋର୍ଟରେ୧୯ା୧୨ା୨୦୧୯ରେ ଚୂଡ଼ାନ୍ତ ଶୁଣାଣି ହୋଇଥିଲା। ଶୁଣାଣିରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଏବଂ ନ୍ୟାଶନାଲ ଏଗ୍ରିକଲଚର ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିଲା। ଏହପରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଓକିଲଙ୍କ ଜରିଆରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲା ା ଅନ୍ୟ ପଞ୍ଚାୟତରେ ଭୁଲ ପଞ୍ଜିକରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୋର୍ଟରେ କାଗଜପତ୍ର ଦାଖଲ ହୋଇଥିଲା। ଏଥିରେ ଗରିବ ଚାଷୀଙ୍କ କୌଣସି ଭୁଲ ନାହିଁ। ସେମାନେ ନୋଡାଲ ବ୍ୟାଙ୍କ ଜରିଆରେ ବୀମା ପ୍ରିମିୟମ ପୈଠ କରିଛନ୍ତି। ତେଣୁ ସେହି ୧୦୩ ଜଣ ଚାଷୀ ଅନ୍ୟଚାଷୀଙ୍କ ଭଳି ବୀମାରାଶି ପାଇବାକୁ ହକଦାର ଅଟନ୍ତି। ତେଣୁ ନୋଡାଲ ବ୍ୟାଙ୍କ ଯଥା କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ସମ୍ପାଦକ ଓ ବ୍ରାଞ୍ଚ ମ୍ୟାନେଜର, ଯାଜପୁର ଟାଉନ ବ୍ରାଞ୍ଚ ଓ ଦଶରଥପୁର ବ୍ରାଞ୍ଚ ସମେତ ମଙ୍ଗଳପୁର ପ୍ୟାକ୍ସର ନିର୍ବାହୀ ଅଧିକାରୀ ଓ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀର ଅବହେଳା ଯୋଗୁ ୧୦୩ ଜଣ ଚାଷୀ ବୀମା ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ସଂପୃକ୍ତ ବ୍ୟାଙ୍କ ଅଧିକାରୀମାନେ ତୁରନ୍ତ ୧୦୩ ଜଣ ଚାଷୀଙ୍କ ବୀମାରାଶି ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ଜିଲାପାଳଙ୍କ କୋର୍ଟରେ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri