ପୋଖରୀରେ ପଶିଲା ଟ୍ରକ୍, ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି
ଭଣ୍ଡାରିପୋଖରୀ,୨୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ତୋରତ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଆଇରନ୍ ବୋଝେଇ ଟ୍ରକ୍ ପୋଖରୀରେ ପଶିଯାଇଛି। ଟ୍ରକ୍ଟି କଟକ ପଟୁ ଆସୁଥିବା ବେଳେ ଏକାଧିକ ଗାଡ଼ିକୁ ଧକ୍କା ଦେଇ ପୋଖରୀରେ ପଶିଯାଇଛି।...
କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍ ହେବ ରିଂ ରୋଡ୍, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍ସିବି ନବନିର୍ମାଣ କାର୍ଯ୍ୟ
କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ ଚତୁଃପାର୍ଶ୍ୱ ରିଂ ରୋଡ୍ ୬ ଲେନ୍ ହେବ। କଟକ ଏସ୍ସିବି ମେଡିକାଲ ବିଶ୍ୱସ୍ତରୀୟ...
ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ: ଅଫିସରେ ତାଲା ଦେଖି ରାସ୍ତା ଅବରୋଧ କଲେ ଲୋକେ
କେନ୍ଦୁଝର,୨୩।୧(ସ୍ବ.ପ୍ର.): ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ ପାଇଁ ଡକାଯାଇ ଥିବାରୁ ଗୁରୁବାର ସ୍ଥାନୀୟ ଆର୍ଟିଓ ଅଫିସରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଟେଷ୍ଟ ପାଇଁ ଆସିଥିବା ଶତାଧିକ ଲୋକ ଆର୍ଟିଓ ଅଫିସରେ ତାଲା ପଡ଼ିଥିବା ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରି...
ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଜିଲାପାଳ
ବରଗଡ଼ ଅଫିସ, ୨୩।୧: ବରଗଡ଼ରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଗୁରୁବାର ପାଳିତ ହୋଇଛି। ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏଥିସହ ମହାତ୍ମା ଗାନ୍ଧୀ ଓ...
ପଥରଆଡି ମନ୍ଦିରରୁ ଚୋରି
ଭଦ୍ରକ ଅଫିସ,୨୩।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ପଥରଆଡିସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ବୁଧବାର ରାତିରେ କେହି ଦୁବୃର୍ତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି। ରାଧାକୃଷ୍ଣଙ୍କ ପିତଳ ପ୍ରତିମୂର୍ତ୍ତି ସହ ସୁନା ଅଳଙ୍କାର, ଦାନବକ୍ସ ଚୋରି କରିନେଇଥବା ଜଣାପଡିଛି। ଗୁରୁବାର...
କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ
କଟକ ଅଫିସ,୨୩ା୧: ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ଏସ୍.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ...
ବୋଲ ମାନୁନି ଦନ୍ତା: ପୁଣି ଛିଣ୍ଡାଇଲା ଚେନ୍
ଢେଙ୍କାନାଳ ଅଫିସ,୨୩।୧: ତାଳଚେରରୁ କପିଳାସକୁ ଅଣାଯାଇଥିବା ଦନ୍ତାହାତୀଟି କାହା ବୋଲ ମାନୁ ନ ଥିବା ବେଳେ ବନ୍ଧା ଯାଇଥିବା ଚେନ୍ ଛିଣ୍ଡାଇ ଦେଇଛି। ଚେନ୍ରେ ବାନ୍ଧିବାକୁ ପୁଣି ଟ୍ରାଙ୍କୁଲାଇଜ୍ କରିବାକୁ ସାତକୋଶିଆରୁ ଅଧିକାରୀମାନେ ଆସୁଛନ୍ତି ବୋଲି କପିଳାସ ରେଞ୍ଜର ଦର୍ଶନିଆ...
ପୁରୀ ମାରାଥନ୍: ସମ୍ସଦ୍ ଆରା, ମୁକୁନ୍ଦ ଚାମ୍ପିଅନ
ପୁରୀ ଅଫିସ,୨୩।୧: ପ୍ରାକୃତିକ ବିପର୍ଯ୍ୟୟ ସଚେନତନା ସୃଷ୍ଟି ନିମନ୍ତେ ଗୁରୁବାର ସକାଳେ ପୁରୀରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ମହିଳାବର୍ଗରେ ସମ୍ସଦ୍ ଆରା ବେଗମ୍ ଏବଂ ପୁରୁଷବର୍ଗରେ ମୁକୁନ୍ଦ ବାନରା ଚାମ୍ପିଅନ ହୋଇଛନ୍ତି। ତାଳବଣିଆସ୍ଥିତ ଜିଲା ସ୍ପୋର୍ଟସ କମ୍ପ୍ଲେକ୍ସରୁ କ୍ରୀଡ଼ାମନ୍ତ୍ରୀ...
ଟ୍ରେନ୍ରେ କଟି ମହିଳାଙ୍କ ଜୀବନଗଲା
ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା ପୋଲିସ ଜିଲାର ବାଘମାରୀ ଥାନା ବାଘମାରୀ ଓଭର ବ୍ରିଜ୍ଠାରେ ଗୁରୁବାର ସକାଳେ ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ବାଘମାରୀ ପୋଲିସ ପହଞ୍ଚି...
ପୂର୍ବତନ ପାଟଣା ବିଧାୟକ ଗୌରହରୀଙ୍କ ଦେହାନ୍ତ
ପାଟଣା,୨୩/୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରୀ ନାଏକଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସାହାରପଡା ବ୍ଲକ ହଲଦୀବଟା ଗାଁରେ ଥିବା ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।...
ପୁଓର ସୁଧିକାଯ୍ ଲାଗି ବଁଧା ପଡ଼ଲା ରାଶନକାର୍ଡ
ପର୍ଲା, ୨୩।୧ (ଡି.ଏନ୍.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୫୦) ଅନେକ ଦିନ୍ ହେଲା କୁଷ୍ଠ ରୋଗ୍ରେ ପୀଡ଼ିତ ଥିଲେ। ଗଲା ୧୭ ତାରିଖ୍ ତାକର ମୁର୍ତୁ ହେଇଥିଲା। ହେଲେ...
ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ ଅବିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ପିଲାଙ୍କ...
Archives


