ଆମ ଜିଲା ଖବର

ନିମ୍ନମାନର ରାସ୍ତାକୁ ନେଇ ଉତ୍ତେଜନା: କାମ ବନ୍ଦ କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନିର୍ମାଣାଧୀନ ଆଳଦା-କଇଥଗଡିଆ ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ବେପରୁଆ ଭାବେ ଚାଲିଛି ା ବ୍ୟବହୃତ କଞ୍ଚମାଲ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଯେତିକି କାମ ସମ୍ପୂର୍ଣ୍ଣ ହୋଇଛି ତାହା ନଷ୍ଟ ହେବାକୁ ବସିଲାଣି...

ଫେରାର ଶିକ୍ଷକଙ୍କ କାଗଜପତ୍ର ଜବତ କଲା ପୋଲିସ

ଛତ୍ରପୁର,୨୧ା୨(ଡି.ଏନ.ଏ)- ଜାଲ ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ନିଯୁକ୍ତି ଘଟଣାର ଖୋଳତାଡ ଚାଲିଛି। ପୃଥକ ୩ଟି ମାମଲାରେ ଛତ୍ରପୁର, ଚମାଖଣ୍ଡି ଓ ମେରାଇନ୍‌ ଥାନା ପୋଲିସ ତଦନ୍ତ କରୁଥିବାବେଳେ ଜାଲ ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କାଗଜପତ୍ରର ନକଲ ଜବତ...

ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା

ବାଲେଶ୍ୱର ଅଫିସ,୨୦।୨-ବାଲେଶ୍ୱର ସହର ବାଲିଆ ବୃନ୍ଦାବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ବିଶ୍ୱ ମାତୃଭାଷା ଦିବସ’ ଗୁରୁବାର ପାଳିତ ହୋଇଯାଇଛି। ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖକୁ ବିଶ୍ୱ ମାତୃଭାଷା ଦିବସ ରୂପେ ପାଳନ କରାଯାଏ। ମାତ୍ର...

ବାସୁଦେବପୁର ଥାନା ଏସ୍‌ଆଇ ନିଲମ୍ବିତ

ବାସୁଦେବପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଏସ୍‌ଆଇ ମହାପ୍ରସାଦ ନାୟକଙ୍କୁ ଗୁରୁବାର ଏସ୍‌ପି ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଏସ୍‌ପି ଏସ୍‌ଆଇ ନାୟକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ,...

ଜୟମଙ୍ଗଳ କେନାଲ, ରାହାଡ଼ା ନାଳ ପୁନରୁଦ୍ଧାର ହେବ: ବିଧାନସଭାରେ ଜଣାଇଲେ ମନ୍ତ୍ରୀ

ଛତ୍ରପୁର,୨୦ା୨(ଡି.ଏନ.ଏ)-ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭା ଅଧିବେଶନରେ ଜୟମଙ୍ଗଳ କେନାଲ ଓ ରାହାଡା ନାଳ ପୁନରୁଦ୍ଧାର ନିମନ୍ତେ ଏକ ପ୍ରଶ୍ନ କରିଥିଲେ। ଛତ୍ରପୁର ବ୍ଲକ ବଡମାଧପୁର, ବିପୁଳିଙ୍ଗି, ବଉଳଗାଁ, ମହାନାଦପୁର, ମୁନିଷିପେଣ୍ଠ ଆଦି ଅଞ୍ଚଳର ଚାଷ ଜମି...

ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଏଚ୍‌ସି ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ

ବରଗଡ଼ ଅଫିସ, ୨୦।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ରାଜ୍ୟ ସରକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରିଛନ୍ତି। ଗୁରୁବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଦ୍ଧିବଧ ଭାବେ...

ପରୀକ୍ଷାରେ ସଫଳତା ପାଇଁ ୨୧୦ କିମି ଦୌଡି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଲେ ଯୁବକ

ପୁରୀ ଅଫିସ, ୨୦।୨: ସେନାବାହିନୀରେ ଚାକିରୀ କରିବା ଲାଗି ଏକାଧିକଥର ପରୀକ୍ଷା ଦେଇ ବିଫଳ ହେଉଥିବା ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ସେ ନିଶ୍ଚିତ ସେନାବାହିନୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଏଭଳି ବିଶ୍ୱାସ...

ପାରିବାରିକ କଳହ: ଦେହରେ ନିଆଁ ଲଗାଇଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମହାକାଳପଡ଼ା, ୨୦।୨(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବରକନ୍ଧା ପଞ୍ଚାୟତ ଛେଡାକଣି ଗ୍ରାମର ଜନୈକା ମହିଳା ଗୁରୁବାର ସକାଳେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ହେଲେ ଗ୍ରାମର ବିପିନ...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଭାଜପା ଯୁବମୋର୍ଚ୍ଚା

କେନ୍ଦୁଝର,୨୦।୨(ସ୍ବ.ପ୍ର.): ବେରୋଜଗାରରେ ଓଡ଼ିଶା ୧ ନମ୍ବର ପ୍ରସଙ୍ଗକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଗତ ୨୦ବର୍ଷ ହେଲା ସରକାର ରାଜ୍ୟରେ ରୋଜଗାର ସୃଷ୍ଟି ସହ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଯୁବନେତାମାନେ କହିଥିଲେ।...

ଖମାରସାହି ସମବାୟ ସମିତିରେ ଧାନକିଣା ଦୁର୍ନୀତି: ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

ନୟାଗଡ ଅଫିସ,୨୦।୨: ନୟାଗଡ ଜିଲାପାଳ ନୟାଗଡ଼ ବ୍ଲକ ଖମାରସାହି ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ଗୁରୁବାର ନିଲମ୍ବନ କରିଛନ୍ତି। ସେହିଭଳି ଡାଟା ଏଣ୍ଟ୍ରି ଅପରେଟର ସୁରେଶ ମାର୍ଥାଙ୍କୁ ମଧ୍ୟ ବହିଷ୍କାର ନିର୍ଦ୍ଦେଶ ଦେଇଛନ୍ତି। ସମବାୟ ସମିତିରେ ଧାନକିଣା ଦୁର୍ନୀତି...

ବିଦ୍ୟୁତ୍‌ ଆଘାତରେ ଓରିକନ ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ଓରିକନ ଜଳସମ୍ପଦ ବିଭାଗର ଖଲାସୀ ସୁରେନ୍ଦ୍ର ଆଚାର୍ଯ୍ୟ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ସେ ନଦୀବନ୍ଧ ସର୍ଭେ କରୁଥିବା ବେଳେ ମାପରେ ବ୍ୟବହାର ହୋଇଥିବା ଷ୍ଟାପ ୧୧ କେଭି ବିଦ୍ୟୁତ...

ମଦଦୋକାନରେ ଚଢ଼ାଉ

ପୁରୁଷୋତ୍ତମପୁର,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ବିଭିନ୍ନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉପରେ ବୁଧବାର ରାତିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ ଅତର୍କିତ ଭାବେ ଚଢ଼ାଉ କରି ଯାଞ୍ଚ କରିଛନ୍ତି। ଏହାକୁ ନେଇ ମଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri