ଆମ ଜିଲା ଖବର

କରୋନାରେ ଆଖି ବୁଜିଲେ ଗଞ୍ଜାମର ଜଣେ ଏଏସ୍‌ଆଇ

କୋଦଳା,୨୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ଭଞ୍ଜନଗର କୋର୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ରବିନ୍ଦ୍ର ନାଥ ବେହେରା(୫୫)ଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚାରିଦିନ ପୂର୍ବରୁ ଏଏସ୍‌ଆଇ ଅସୁସ୍ଥ ଅନୁଭବ କରିବାରୁ ସେ ଘରକୁ…

ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ

ବ୍ରହ୍ମଗିରି,୨୫।୭(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରାଯାଇ ନ ଥିବା ସୂଚନା ମିଳିଛି। ତେବେ ଉକ୍ତ…

ଜି ଉଦୟଗିରି ସହର ଶଟ୍‌ଡାଉନ୍‌: କଚେରୀ ସାହି, ବସ୍‌ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ ୪ ଦିନିଆ ଶଟ୍‌ଡାଉନ କରାଯାଇଛି। ଜି ଉଦୟଗିରି ସହର ମଧ୍ୟ ଶଟ୍‌ଡାଉନ ଯୋଗୁ ସମ୍ପୂର୍ଣ୍ଣ…

ମାଲକାନଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା: ସମ୍ମାନର ସହ ଦାହ କଲା ପ୍ରଶାସନ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପ୍ରଥମ କରୋନା ମୃତ୍ୟୁ ହୋଇଛି। ମାଲକାନଗିରି ସଦର ମହକୁମା ସ୍ଥିତ ପୁରୁଣା ପୋଷ୍ଟ ଅଫିସ ସାହିର ଜଣେ ବ୍ୟକ୍ତିଙ୍କ ମାଲକାନଗିରି କୋଭିଡ୍‌ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି। ସେ କରୋନା ଆକ୍ରାନ୍ତ ଥିବା…

ବରଗଡ଼ରୁ ୩ ହାଇଦ୍ରାବାଦ ଫେରନ୍ତାଙ୍କ ସମେତ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରୁ ଶନିବାର ପୁଣି ୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ଜଣ ବରଗଡ଼ ଜିଲାର ହୋଇଥିବାବେଳେ ଅନ୍ୟ ଜଣେ କଳାହାଣ୍ଡି ଜିଲା ଭବାନୀପାଟଣାର। ତେବେ ବରଗଡ଼ର ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି…

ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର ତିନିଗୁଣା ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇବା ପରେ ଜିଲାର ମୋଟ ଆକ୍ରାନ୍ତଙ୍କ…

କୋଭିଡ୍‌ ନିୟମ ଉଲ୍ଲଂଘନ: ଅମାନିଆଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଝାରସୁଗୁଡା ଅଫିସ,୨୫।୭: କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ କୋଭିଡ୍‌ କଟକଣାକୁ ମାନୁ ନ ଥିବା ତଥା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଶନିବାରରୁ କନ୍ଧମାଳ ଶଟ୍‌ଡାଉନ୍‌: ଅନୁପସ୍ଥିତ ୨ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି ା ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୭ ଦିନିଆ ବ୍ୟାଙ୍କ ପ୍ରତିଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଥିସହ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜିଲାକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହାକୁ କାର୍ଯ୍ୟକାରୀ…

ଗୋବିନ୍ଦପୁର ପଞ୍ଚାୟତ ୭୨ ଘଣ୍ଟିଆ ଶଟ୍‌ଡାଉନ

ଧାମନଗର, ୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଉକ୍ତ ଆକ୍ରାନ୍ତ ଜଣକ ଗାଁର ଅନ୍ୟମାନଙ୍କ ସହ ସଂପର୍କରେ ଆସିଥିବାରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ସରପଞ୍ଚ ଜିଲାପାଳ କ୍ଷମତା ବ୍ୟବହାର…

୩ ବ୍ୟାଙ୍କ ସିଲ୍‌ କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୭: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଶନିବାର ୩ଟି ବ୍ୟାଙ୍କକୁ ସିଲ୍‌ କରାଯାଇଛି। କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବ୍ୟାଙ୍କକୁ ବିଶୋଧନ କରିବା ଲାଗି ଏହି ସିଲ୍‌ କରାଯାଇଥିବା କୁହାଯାଇଛି। ଡାହାଣୀଗଡ଼ିଆ ଛକ ସ୍ଥିତ ଆଇସିଆଇସିଆଇ…

ଥାନାକୁ ମନା, ଡିସିପି ଅଫିସ୍‌ରେ ଭିଡ଼

କଟକ ଅଫିସ,୨୫ା୭: କରୋନା ସଂକ୍ରମଣ ରୋକିବା ପାଇଁ ବାହାରେ ବୁଲୁଥିବା ଲୋକଙ୍କୁ ପୋଲିସ ଟିକିନିଖି ଜେରା କରୁଛି। ଅମାନିଆଙ୍କୁ ଲାଠି ଉଠାଇବାକୁ ହେଳା କରୁନି। କଟକରେ ଦିନକୁ ଦିନ କରୋନା ସ୍ଥିତି ଉଦ୍‌ବେଗଜନକ ହେଲାଣି। ଅଥଚ ଏ ପରିସ୍ଥିତିରେ ଡିସିପିଙ୍କ କାର୍ଯ୍ୟାଳୟରେ…

ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍‌ କରାଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?