ରାସ୍ତା ଜାମ୍ : ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରୁନାହାନ୍ତି ମାଟ୍ରିକ୍ ଛାତ୍ରୀଛାତ୍ର
ଆନନ୍ଦପୁର,୨୨।୨(ସ୍ବ.ପ୍ର.): ମାଟ୍ରିକ୍ ପରୀକ୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲାପାଳ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡିକର ଯାତାୟାତକୁ ଭୋର ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଏହି ପ୍ରତିବନ୍ଧକ କେବଳ ନାମକୁମାତ୍ର କାଗଜପତ୍ରରେ ସୀମିତ ହୋଇ ରହିଯାଇଛି।...
ଗଞ୍ଜାମ ଜିଲାପାଳଙ୍କ ନିଆରା ପଦକ୍ଷେପ: ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ମା’ଙ୍କୁ ମାଗଣା ଦର୍ଶନ କରିବେ ଭକ୍ତ
ପୁରୁଷୋତ୍ତମପୁର,୨୨।୨(ଡି.ଏନ୍.ଏ.): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଶନିବାର ଯାତ୍ରାର ସୁପରିଚାଳନା ଲାଗି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମା’ଙ୍କ ପୀଠକୁ ଯାଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ...
ପୁରୀରୁ ନକଲି ମାଟ୍ରିକ୍ ପରୀକ୍ଷାର୍ଥୀ ଗିରଫ
ପୁରୀ ଅଫିସ,୨୨।୨: ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଶନିବାର ସଦର ପୋଲିସ ଗିରଫ କରିଛି। ଗିରଫ ନକଲି ପରୀକ୍ଷାର୍ଥୀ ହେଉଛନ୍ତି ସୌମ୍ୟ ରଞ୍ଜନ ମହାନ୍ତି।...
ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା
ପରଜଙ୍ଗ,୨୨।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା ଜଣେ ବ୍ୟକ୍ତି ସ୍କୁଲ ପାଚେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ...
ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ
ପାଟଣାଗଡ଼,୨୨।୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ ମଲ୍ଲିକ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ...
ଆବାସ ଯୋଜନା ଟଙ୍କା ପାଇଁ ବଚସା: ପୁଅ ଠେଙ୍ଗା ମାଡ଼ରେ ବାପା ମୃତ
ବାରିପଦା ଅଫିସ,୨୨।୨: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ଡୋଭାଗାଁ ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ପୁଅ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପାଳ ନାଏକ...
ଜାଗର ମେଳା ବୁଲି ଫେରିବା ବେଳେ ମହିଳାଙ୍କୁ ବଳାତ୍କାର
ଭଣ୍ଡାରିପୋଖରୀ,୨୨।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଳିକଣା ଗ୍ରାମ ଡିହସାହିସ୍ଥିତ ହନୁମାନ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ଥାନୀୟ ବାରୁମେଶ୍ୱର ଜାଗର...
ପୁଷ୍ପେନ୍ଦ୍ର କଳାହାଣ୍ଡି ଜିଲା ବିଜେଡି ସଭାପତି
ଭବାନୀପାଟଣା,୨୨।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଉପରେ ପୁନର୍ବାର ଆସ୍ଥାଭାଜନ କରି ଦ୍ୱିତୀୟଥର ପାଇଁ...
ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଜିଲା ଗସ୍ତ: ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ବୈଠକ
ଭବାନୀପାଟଣା,୨୨।୨(ଡି.ଏନ୍.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତ କରିଛନ୍ତି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ପରେ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ...
ଲହଣ୍ଡାବୁଡ଼ ଗ୍ରାମରେ ଟିଭି ବିସ୍ଫୋରଣ: ମହିଳା ମୃତ, ସ୍ବାମୀ ଓ ଶିଶୁକନ୍ୟା ଗୁରୁତର
ସୁନ୍ଦରଗଡ଼,୨୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଧୁରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଟିଭି ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ...
ନିର୍ମାଣାଧୀନ ବ୍ରିଜ୍ କଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ
ଢେଙ୍କାନାଳ ଅଫିସ,୨୨।୨: ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା – ଶଙ୍କରପୁର ରାସ୍ତାର ଏକ ନିର୍ମାଣାଧୀନ ବ୍ରିଜ୍ କଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗୋବିନ୍ଦପୁର ଫାଣ୍ଡି ତାଳବରୋକାଟେ ଗ୍ରାମର ପ୍ରହଲ୍ଲାଦ ବେହେରା।...
ଶିଶୁଙ୍କ ସୁରକ୍ଷା
ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଶିଶୁମାନଙ୍କ ଭବିଷ୍ୟତ ବାଟବଣା ହୋଇଯାଉଛି । ଅଧିକାଂଶ ଶିଶୁ ଅଧାରୁ ପାଠ ଛାଡୁଥିବା ଦେଖିବାକୁ ମିଳୁଛି।...
Archives


